ETV Bharat / bharat

Modi in Global Headline: ଗୁଜୁରାଟରେ କମାଲ କଲା BJP, ବିଶ୍ୱର ଟପ୍ ଖବରକାଗଜ ଶିରୋନାମାରେ ମୋଦି - ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ

ଗୁଜରାଟ ରାଜନୀତିରେ ବିଜେପିର ଐତିହାସିକ ବିଜୟ । ନରେନ୍ଦ୍ର ମୋଦି ଖୋଦ୍‌ ଏଠାରେ ପ୍ରଚାର ମଙ୍ଗ ଧରିଥିଲେ । ଯାହାର ଫଳ ବିଜେପିକୁ ମିଳିଛି । ଏଥିପାଇଁ ବର୍ତ୍ତମାନ ବିଶ୍ବର ଜଣାଶୁଣା ମିଡିଆର ହେଡଲାଇନ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

Narendra Modi in Global Headline after landslide victory of BJP Gujarat
Modi in Global Headline: ବିଶ୍ବର ଜଣାଶୁଣା ମିଡିଆର ଶିରୋନାମାରେ ନରେନ୍ଦ୍ର ମୋଦି
author img

By

Published : Dec 9, 2022, 8:11 PM IST

ହାଇଦ୍ରାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ଗୁଜରାଟ ରାଜନୀତିରେ ବିଜେପିର ଏହା ଐତିହାସିକ ବିଜୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍‌ ଏଠାରେ ପ୍ରଚାର ମଙ୍ଗ ଧରିଥିଲେ । ଯାହାର ଫଳ ବିଜେପିକୁ ମିଳିଛି । ଏଥିପାଇଁ ବର୍ତ୍ତମାନ ବିଶ୍ବର ଜଣାଶୁଣା ମିଡିଆର ହେଡଲାଇନ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତ ଗୁରୁବାର ଏହି ଐତିହାସିକ ବିଜୟ ହାସଲ କରିଛି ବିଜେପି । ଲଗାତାର ସପ୍ତମ ଥର ପାଇଁ ଗୁଜରାଟ ବିଧାନସଭା ଆସନରେ ବିଜୟ ହାସଲ କରିଛି ବିଜେପି । ୧୯୬୦ରେ ରାଜ୍ୟ ସ୍ଥାପନ ହେବା ପରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ଏଭଳି ଭାବରେ ବିଜୟ ହାସଲ କରିଛି ।

ଏହାକୁ ନେଇ ଷ୍ଟ୍ରେଟ୍‌ ଟାଇମ୍ସ ଅଫ୍‌ ସିଙ୍ଗାପୁର, ନିକେଇ ଏସିଆ, ଅଲ୍‌ ଜଜିରା, ଇଣ୍ଡିପେଣ୍ଡେଣ୍ଟ୍‌, ଏବିସି ନ୍ୟୁଜ୍‌ ଭଳି ବିଶ୍ବର ଜଣାଶୁଣା ଶକ୍ତିଶାଳୀ ମିଡିଆର ମୁଖ୍ୟ ଖବର ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଜେପିର ଉତ୍ସବର ଖବର ଏହି ସବୁ ମିଡିଆର ଶିରୋନାମା ପାଲଟିଛି ।

ବ୍ରିଟିଶ ପବ୍ଲିକେଶନ ଦ ଗାର୍ଡିଆନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିକୁ ବୁଷ୍ଟ କରିଥିବା ନେଇ ଖବର ଛାପିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଲୋକପ୍ରିୟତା ବଢ଼ିବାରେ ଲାଗିଥିବା ନେଇ ଖବର ପ୍ରକାଶ ପାଇଛି । ଏଭଳି ଖବର ପ୍ରକାଶ ପାଇବା ମଧ୍ୟ ସ୍ବାଭାବିକ କାରଣ, ୧୯୯୫ ପରଠୁ ବିଜେପି ଗୁଜରାଟରେ ଗୋଟିଏ ବି ବିଧାନସଭା ନିର୍ବାଚନରେ ପରାଜିତ ହୋଇନାହିଁ ।

ଜାପାନର ଏକ ଶୀର୍ଷ ଖବର କାଗଜ ମୋଦିଙ୍କ ଗୁଣ କରି ଥକି ନାହିଁ । ଗୁଜରାଟ ନିର୍ବାଚନ ପ୍ରଚାରରେ ଷ୍ଟାର୍‌ ପାୱାର ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟର ଜନ୍ମ ଗ୍ରହଣ କରିଥିବା ନରେନ୍ଦ୍ର ମୋଦି ବିଜେପି ପ୍ରତି ତାଙ୍କ ଦାୟିତ୍ବବୋଧତାକୁ ଭୁଲି ନାହାନ୍ତି । ଏଥିପାଇଁ ଗୁଜରାଟବାସୀଙ୍କୁ ତାଙ୍କୁ ଭରପୁର ସମର୍ଥନ ଦେଇଛନ୍ତି ।

ଗୁରୁବାର ଗୁଜରାଟରେ ବିଜେପିର ବିପୁଳ ବିଜୟ ହାସଲ ପରେ ଟ୍ବିଟ୍‌ କରି ମୋଦି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ତେବେ ଏଭଳି ଐତିହାସିକ ବିଜୟ ପରେ ସେ ବର୍ତ୍ତମାନ ବିଶ୍ବର ଜଣାଶୁଣା ମିଡିଆରେ ଖବରର ଶିରୋନାମା ପାଲଟିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.