ETV Bharat / bharat

ନାରଦା ମାମଲା; ଆଜି କୋଲକାତା ହାଇକୋର୍ଟରେ ଶୁଣାଣି

ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଆଜି କୋଲକାତା ହାଇକୋର୍ଟରେ ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବ । ଅଧିକ ପଢନ୍ତୁ...

author img

By

Published : May 27, 2021, 8:25 AM IST

Updated : May 27, 2021, 8:30 AM IST

ଆଜି କୋଲକାତା ହାଇକୋର୍ଟରେ ଶୁଣାଣି
ଆଜି କୋଲକାତା ହାଇକୋର୍ଟରେ ଶୁଣାଣି

କୋଲକାତା: ଆଜି(ଗୁରୁବାର) କୋଲକାତା ହାଇକୋର୍ଟରେ ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାର ଶୁଣାଣି ହେବ । ପାଞ୍ଚ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଦିନ 11ଟାରେ ମାମଲାର ଶୁଣାଣି କରିବେ ।

ପୂର୍ବରୁ ମେ 24ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) କୋଲକତା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହା ସହିତ ଏକ SLP(ସ୍ପେଶାଲ ଲିଭ୍ ପିଟିସନ) ଦାଖଲ କରିଥିଲା । ଯେଉଁଥିରେ ତୃଣମୂଳର ଚାରି ଅଭିଯୁକ୍ତ କୋଲକାତା ନିର୍ଦ୍ଦେଶ ମୁତାବର ଗୃହବନ୍ଦୀ ରହିଥିଲେ ।

ଏହି ମାମଲାର ଶୁଣାଣି କୋଲକାତା ହାଇକୋର୍ଟରେ ବୁଧବାର ହେବାକୁ ଥିଲା । ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋଲକାତା ହାଇକୋର୍ଟରେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲା । ତେବେ ମାମଲାର ଶୁଣାଣି ଆଜି କରାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ, ଜଷ୍ଟିସ ଅରିଜିତ ବାନାର୍ଜୀ, ଜଷ୍ଟିସ ଇନ୍ଦ୍ରପ୍ରସନ୍ନ ମୁଖାର୍ଜୀ, ଜଷ୍ଟିସ ହାରିଶ ଟଣ୍ଡନ ଏବଂ ଜଷ୍ଟିସ ସୋମେନ ସେନ ପାଞ୍ଚଜଣ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ।

ଟିଏମିସର 4 ହେଭିୱେଟ ନେତା ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ନାରଦା ମାମଲାରେ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପ୍ରଥମେ ସିବିଆଇ କାର୍ଯ୍ୟାଳୟ 4 ନେତାଙ୍କୁ ଜାମିନ ଦେବା ପରେ ହାଇକୋର୍ଟ ସେମାନଙ୍କ ଜାମିନ ଉପରେ ରୋକ ଲଗାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗୃହବନ୍ଦୀ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

Last Updated : May 27, 2021, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.