ETV Bharat / bharat

ନାରଦା ଷ୍ଟିଙ୍ଗ ମାମଲା: 4 TMC ନେତାଙ୍କୁ ଆନ୍ତରୀଣ ଜାମିନ - ନାରଦା ମାମଲା

ନାରଦା ମାମଲାରେ 4 ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଆନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ନାରଦା ମାମଲା: 4 ଟିଏମସି ନେତାଙ୍କୁ ମିିଳିଲା ଆନ୍ତରୀଣ ଜାମିନ

author img

By

Published : May 28, 2021, 2:07 PM IST

କୋଲକାତା: ବହୁଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ 4 ଟିଏମସି ନେତାଙ୍କୁ ଆନ୍ତରୀଣ ଜାମିନ ଦେଇଛନ୍ତି କୋଲକାତା ହାଇକୋର୍ଟ । 2 ଲକ୍ଷର ବ୍ୟକ୍ତିଗତ ବଣ୍ଡ ସହ 2 ଜାମିନଦାରରେ ସେମାନଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ଏହି ମାମଲାରେ ଗଣମାଧ୍ୟମ ସମ୍ମୁଖରେ ସେମାନେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟିଏମସିର ଏହି 4 ହେଭିୱେଟ ନେତାଙ୍କ ପର୍ଦ୍ଦାଫାଶ କରିବା ପାଇଁ ମାଥ୍ୟୁ ସାମୁଏଲ ଏହି ଷ୍ଟିଙ୍ଗ ଅପରେସନ କରିଥିଲେ । ସିବିଆଇ ଟିଏମସିର 4 ନେତା ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ, ମଦନ ମିତ୍ର ଓ ଫିରହାଦ ହାକିମଙ୍କୁ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଏହି 4 ନେତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ପ୍ରାୟ 6 ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ ସିବିଆଇ ଗିରଫଙ୍କୁ ଜାମିନ ଦେଇଥିବା ବେଳେ ତଦନ୍ତକାରୀ ଟିମ ମାମଲାକୁ ହାଇକୋର୍ଟକୁ ନେଇଥିଲେ ।

ହାଇକୋର୍ଟ କିନ୍ତୁ ସେମାନଙ୍କ ଜାମିନ ଉପରେ ରୋକ ଲଗାଇବା ସହିତ ସେମାନଙ୍କୁ ପ୍ରେସିଡେନ୍ସି କୋର୍ଟକୁ ପଠାଇଥିଲା । ଏହାପରେ କୋଲକାତା ହାଇକୋର୍ଟ ସେମାନଙ୍କୁ ଗୃହବନ୍ଦୀରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଯାଇ ସିବିଆଇ ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲା । କିନ୍ତୁ ପରେ ସିବିଆଇ ଏହି ମାମଲାକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରିଥିଲା । କିନ୍ତୁ ପ୍ରତ୍ୟାହାର ପୂର୍ବରୁ କୋଲକାତା ହାଇକୋର୍ଟର ପାଞ୍ଚ ଜଣିଆ ବେଞ୍ଚରେ ମାମଲା ବିଚାରାଧୀନ ଥିବାରୁ ସିବିଆଇ ଚାରି ଜଣ ଟିଏମସି ନେତାଙ୍କୁ ନଜରବନ୍ଦୀ ନିଷ୍ପତ୍ତି ବିରୋଧରେ ଆବେଦନ ପ୍ରତ୍ୟାହାର କରିନେଲେ ଭଲ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ତେବେ ସୂଚନା ଥାଉ କି 2014 ମସିହାରେ ଟିଏମସିର 7 ଜଣ ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀ ଲାଞ୍ଚ ନେବା ସମୟରେ କ୍ୟାମେରା କଏଦ ହୋଇଥିଲା । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା । ଦୀର୍ଘ 4 ବର୍ଷ ପରେ ଏହି ଘଟଣାକୁ ନେଇ ସିବିଆଇ ସେମାନଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.