ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି । ଏନେଇ ଦଳୀୟ କର୍ମୀଙ୍କ ସହିତ ଘନ ଘନ ବୈଠକ କରୁଛି ବିଜେପି । ଆଜି(ଶୁକ୍ରବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୟୁପି ବିଜେପି କାର୍ଯ୍ୟକାରୀ କମିଟି ସହିତ ବୈଠକ କରିବେ । ପୂର୍ବାହ୍ନ 11ଟାରେ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ହେବ ।
ନଡ୍ଡାଙ୍କ ବ୍ୟତିତ ବିଜେପି ସାଧାରଣ ସଚିବ ଅରୁଣ ସିଂ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଶିଳ୍ପ ଭାରିଯାନ ଚଳାଚଳ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏହି ବୈଠକରେ ଉପସ୍ଥିତ ରହିବେ । ଏହି ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୟୁର, ବିଜେପି ରାଜ୍ୟ ଇନଚାର୍ଜ ରାଧେ ମୋହନ ସିଂ, ୟୁପି ବିଜେପି ସଭାପତି ସାୱନ୍ତରା ଦେବ ସିଂ ବୈଠକରେ ଭର୍ଚୁଆଲ ଜରିଆରେ ଯୋଡି ହେବେ ।
କାର୍ଯ୍ୟକାରୀ କମିଟିର 100 ସଦସ୍ୟଙ୍କ ଭିତରୁ ମହିଳା ମୋର୍ଚ୍ଚ ଯୁବ ମୋର୍ଚ୍ଚା, କଶାନ ମୋର୍ଚ୍ଚା ଏବଂ ଜିଲ୍ଲା ସଭାପତି ଯୋଗ ଦେବେ । ବୈଠକରେ ଚାଲିଥିବା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା ହେବା ସହିତ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବ ।
ୟୁପି ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ ସୂଚନା ଅନୁସାରେ 4ଟି ପର୍ଯ୍ୟାୟରେ ବୈଠକ ହେବ । ପ୍ରଥମ ପର୍ଯ୍ୟାୟ ନଡ୍ଡାଙ୍କ ଅଧକ୍ଷତାରେ ଆରମ୍ଭ ହେବ । ଦ୍ବିତୀୟ ପର୍ଯ୍ୟାୟରେ ୟୁପି ରାଜନୈତିକ ସ୍ଥିତି ନେଇ ଆଲୋଚନା ହେବ । 2022 ବିଧାନସଭା ନିର୍ବାଚନ ପାଇଁ ଦଳ ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ।
ପ୍ରତି 6 ମାସରେ ଥରେ କାର୍ଯ୍ୟକାରୀ କମିଟିର ଏହି ବୈଠକ ବସିଥାଏ । ଯେଉଁଥିରେ ସଙ୍ଗଠନର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥାଏ । ଏହା ଦଳର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥାଏ ।
@ANI