ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଦଳର ଜାତୀୟ ସଚିବଙ୍କ ସହିତ ପାର୍ଟି କାର୍ଯ୍ୟାଳୟରେ ବୈଠକ କରିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଛି ।
ଆପରାହ୍ନ 3ଟା 30ରେ ବୈଠକ ଆରମ୍ଭ ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି ବୈଠକ ହୋଇଥିଲା । ଖବର ଅନୁସାରେ ରାଜ୍ୟର ବିଭିନ୍ନ ସମସ୍ୟା ସହିତ ତାର ସମାଧାନ ପାଇଁ ଏବଂ ଉନ୍ନତିକରଣ ପାଇଁ ଜାତୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ନଡ୍ଡା ।
ଏହା ସହିତ ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା ଏବଂ କୋଭିଡ-19 ଭ୍ୟାକ୍ସିନ ନେଇ ହେଉଥିବା ରାଜନୀତି ଉପରେ ଆଲୋଚନା କରିଛନ୍ତି । ନଡ୍ଡାଙ୍କ ବ୍ୟତୀତ ବୈଠକରେ 12ଜଣ ସାଧାରଣ ସଚିବ ବିନୋଦ ସୋଙ୍କାର, ପଙ୍କଜ ମୁଣ୍ଡେ, ଅନୁପାମ ହାଜରା, ସୁନୀଲ ଦେଓଧର, ସତ୍ୟ କୁମାର ଅରବିନ୍ଦ ମେନନ, ଓମ ପ୍ରକାଶ ଦେହୁରୀ, ନରେନ୍ଦ୍ର ସିଂ, ପ୍ରିୟା ରାହତକର, ଅଲକା ଗୁରଜାର ଏବଂ ବିନୋଦ ତାୱଡେ ବୈଠକରେ ଉପସ୍ଥିତ ଥିଲେ ।
@ANI