ETV Bharat / bharat

ବିଜେପିର ନୂଆ ଟିମ୍: ଫୋକସରେ ଲୋକସଭା ଲଢେଇ, ପୁଣି ଥରେ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବିଜେପିର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ଜାରି କଲେ ଜେପି ନଡ୍ଡା । ପୁଣିଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ

Nadda announces names of office bearers
Nadda announces names of office bearers
author img

By

Published : Jul 29, 2023, 12:58 PM IST

Updated : Jul 29, 2023, 2:59 PM IST

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନୂଆ ଟିମ୍ ଘୋଷଣା କରିଛନ୍ତି । ଆଜି(ଶନିବାର) ନଡ୍ଡା ଦଳର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ୩୮ ଜଣିଆ ନୂଆ ଟିମରେ ପୁଣିଥରେ ବୈଜୟନ୍ତ ପଣ୍ଡାଙ୍କୁ ସ୍ଥାନ ମିଳିଛି । ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ । ତାଙ୍କ ବ୍ୟତୀତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

  • भाजपा राष्ट्रीय अध्यक्ष श्री @JPNadda ने निम्नलिखित केंद्रीय पदाधिकारियों के नामों की घोषणा की है- pic.twitter.com/0aaArxHF30

    — BJP (@BJP4India) July 29, 2023 " class="align-text-top noRightClick twitterSection" data=" ">

ବିଜେପିର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକାରେ ଅନୁଯାୟୀ, ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣ ସାଧାରଣ ସମ୍ପାଦକ, ଜଣେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ଜଣେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, ୧୩ ଜଣ ରାଷ୍ଟ୍ରୀୟ ସଚିବ, ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ସମେତ ଉତ୍ତର ପ୍ରଦେଶ ସାଂସଦ ରେଖା ବର୍ମା, ଲକ୍ଷ୍ମୀକାନ୍ତ ବାଜପେୟୀ, ୟୁପିର ବିଧାନ ପରିଷଦ ସଦସ୍ୟ ତାରିକ ମନସୁର, ମଧ୍ୟପ୍ରଦେଶର ସୌଦାନ ସିଂହ, ଛତିଶଗଡର ସାଂସଦ ସରୋଜ ପାଣ୍ଡେ, ତେଲେଙ୍ଗାନାର ଡିକେ ଅରୁଣା, ନାଗାଲାଣ୍ଡର ଏମ ଚୌବା ଏଓ, କେରଳର ଅବଦୁଲ୍ଲା କୁଟ୍ଟି, ଛତିଶଗଡର ଲତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ।

ଏହାଧ୍ୟ ପଢନ୍ତୁ: Eye on 2024 Polls: କଂଗ୍ରେସର ସଜବାଜ, ଆସୁଛି ଭାରତ ଯୋଡ 2.0 !

ଏହାମଧ୍ୟ ପଢନ୍ତୁ: Manipur Violence: ମୋଦିଙ୍କ ନୀରବତାକୁ ଟାର୍ଗେଟ, ଆପ୍‌ ଜାରି କଲା ନିଖୋଜ ପୋଷ୍ଟର

ତେଲେଙ୍ଗାନାର ସଞ୍ଜୟ ବନ୍ଦୀ ଓ ରାଜସ୍ଥାନର ସୁନୀଲ ବଂଶଲଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି । ଏହାବ୍ୟତୀତ କୈଳାସ ବିଜୟବର୍ଗୀୟ, ଦୁଷ୍ମନ୍ତ କୁମାର ଗୌତମ, ତରୁଣ ଚୁଗ, ବିନୋଦ ତାବଜଡେ, ରାଧାମୋହନ ଅଗ୍ରୱାଲ ସାଧାରଣ ସମ୍ପାଦକ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପ୍ରଭାରୀ ସୁନୀଲ ଦେବଧରଙ୍କୁ କେନ୍ଦ୍ରୀୟ ଟିମରୁ ହଟାଯାଇଛି । ସିଟି ରବି ଓ ଦିଲ୍ଲୀ ସୌକିୟା ମଧ୍ୟ ସାଧାରଣ ସମ୍ପାଦକ ତାଲିକାରୁ ବାଦ୍ ପଡିଛନ୍ତି । ମଧ୍ୟପ୍ରଦେଶ ସାଂସଦ ତଥା ପୂର୍ବ ସହ କୋଷାଧ୍ୟକ୍ଷଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନରେଶ ବଂଶଲଙ୍କୁ ନିଯୁକ୍ତ କରାଯାଇଛି । ୨୦୨୪ରେ ଏନଡିଏ ବନାମ ଇଣ୍ଡିଆ ଲଢେଇ ହେବାକୁ ଯାଉଛି । ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବାବେଳେ ପ୍ରସ୍ତୁତି ଜୋରଦାର କରିଦେଇଛି ଭାରତୀୟ ଜନତା ପାର୍ଟି(BJP) । ପ୍ରତ୍ୟେକ ଦଳ ନିଜର ସଂଗଠନକୁ ସଜାଡିବାରେ ଲାଗିପଡିଛନ୍ତି ।

Last Updated : Jul 29, 2023, 2:59 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.