ETV Bharat / bharat

ରହସ୍ୟରେ ସମାହିତ ଭାରତର ଏହି ସବୁ ସ୍ଥାନ, ବିଜ୍ଞାନ ବି ଖୋଜୁଛି ଉତ୍ତର - ମୁମ୍ବାଇର ଡିସୁଜା ଚାଲ୍‌

ଭାରତରେ ଅନେକ ରହସ୍ୟମୟ ସ୍ଥାନ ଅଛି । ଯାହାକୁ ନେଇ ବହୁଲୋକ କଥା ଶୁଣିବାକୁ ମିଳେ । ମନରେ ଭୟ ବି ସଞ୍ଚାର ହୁଏ । ହେଲେ ତା ବିଷୟରେ ଜାଣିବାକୁ ଲୋକଙ୍କ ମନରେ ଜିଜ୍ଞାସା ରହିଥାଏ । ଚାଲନ୍ତୁ ଆମେ ଆପଣଙ୍କୁ କିଛି ଭାରତର ଏଭଳି ସ୍ଥାନ ବିଷୟରେ କହିବୁ, ତାହା କେତେ ସତ କେତେ ମିଛ ବିଜ୍ଞାନ ବି ଖୋଜୁଛି ଉତ୍ତର ।

mysteries places in india
mysteries places in india
author img

By

Published : May 22, 2022, 2:07 PM IST

ହାଇଦ୍ରାବାଦ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆମ ଦେଶ ଭାରତ । ଦେଶର ଯେଉଁ କୋଣକୁ ବି ଯାଆନ୍ତୁନା କାହିଁକି ତାହା ଇତିହାସ, କିମ୍ବଦନ୍ତୀ ସହ ଜଡିତ ରହିଥିବ । ଆମ ଦେଶରେ ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟନସ୍ଥଳୀ ଭାବରେ ଖ୍ୟାତି ଲାଭ କରିଛି । କିନ୍ତୁ ସେହି ସବୁ ସ୍ଥାନ ଗୁଡିକରେ ଭରି ରହିଛି ଅନେକ ଅସମାହିତ ପ୍ରଶ୍ନ । ଯାହାର ଉତ୍ତର ହୁଏତ କାହା ପାଖେ ନାହିଁ । ଯାହା ରହସ୍ୟରେ ଭରପୂର । କୁହନ୍ତି ବିଜ୍ଞାନ ବି ରହସ୍ୟ ଭେଦିବାରେ ଫେଲ ମାରିଛି । ବିଜ୍ଞାନକୁ ଚ୍ୟାଲେଞ୍ଜ ଦେଉଥିବା କିଛି ସ୍ଥାନ ବିଷୟରେ ଚାଲନ୍ତୁ ଜାଣିବା...

ରାଜସ୍ଥାନର ଅଭିଶପ୍ତ ଗାଁ

ରାଜସ୍ଥାନର ଅଭିଶପ୍ତ ଗାଁ
ରାଜସ୍ଥାନର ଅଭିଶପ୍ତ ଗାଁ

ଶୀର୍ଷକ ଦେଖି ମନେ ମନେ ଭାବୁଥିବେ ରାଜସ୍ଥାନରେ କେଉଁ ଗାଁ ରହିଛି ଯାହାକୁ ଅଭିଶପ୍ତ କୁହାଯାଏ । ଆଜ୍ଞା ହଁ ରାଜସ୍ଥାନର ଜୈସଲମେର ରହିଛି କୁଳଧରା ଗାଁ । ଏହାକୁ ସ୍ଥାନୀୟ ଲୋକେ ଅଭିଶପ୍ତ ଗାଁର ଆଖ୍ୟା ଦେଇଛନ୍ତି । ଲୋକ କଥା ଅନୁସାରେ, 200 ବର୍ଷ ପୂର୍ବରେ ଏହି ଗାଁରେ ପାଖିପାଖି 1500 ଲୋକ ଥିଲେ । ହେଲେ ଅଚାନକ ଗୋଟିଏ ରାତିରେ ସମସ୍ତେ ଗାଏବ ହୋଇଗଲେ । କୁହାଯାଏ ସେହି ଦିନଠୁ ଗାଁରେ କେହି ବସବାସ କରିନାହାନ୍ତି ।

ଗୁଜୁରାଟର ଦୁମସ ବିଚ୍‌

ଗୁଜୁରାଟର ଦୁମସ ବିଚ୍‌
ଗୁଜୁରାଟର ଦୁମସ ବିଚ୍‌

ସମୁଦ୍ର କୂଳ କାହାକୁ ବା ନ ଭଲଲାଗେ । ପର୍ଯ୍ୟଟକକୁ ନିଜ ଆଡକୁ ଆକର୍ଷିତ କରୁଥିବା ଏକ ସି ବିଚ୍‌ ହେଉଛି ଗୁଜୁରାଟର ଦୁମସ ବିଚ୍‌ । ସମୁଦ୍ରର ମଜା ନେବାକୁ ବର୍ଷ ତମାତ ଲୋକଙ୍କ ଗହଳି ଚହଳି ଲାଗି ରହେ । କିନ୍ତୁ ଏହା ଏକ ରହସ୍ୟମୟ ବିଚ୍‌ । କୁହାଯାଏ ସୂର୍ଯ୍ୟାସ୍ତ ହେବା କ୍ଷଣି ଏଠାରେ ଭୟଙ୍କର ଚିତ୍କାର ଶୁଣିବାକୁ ମିଳେ । ତେଣୁ ଭାରତର ରହସ୍ୟ ମୟ ସ୍ଥାନ ମଧ୍ୟରେ ଏହା ସ୍ଥାନ ପାଇଛି ।

ମୁମ୍ବାଇର ଡିସୁଜା ଚାଲ୍‌

ମୁମ୍ବାଇର ଡିସୁଜା ଚାଲ୍‌
ମୁମ୍ବାଇର ଡିସୁଜା ଚାଲ୍‌

ଏହି ସ୍ଥାନଟି ମହାରାଷ୍ଟ୍ର ମେରଠର ଗେଟମାଁଲ ରୋଡରେ ଅବସ୍ଥିତ । ଏହା ଏକ ବଙ୍ଗଳା ଅଟେ । ବ୍ରିଟିଶ ଅମଳରୁ ରହିଥିବା ଏହି ବଙ୍ଗଳାକୁ ଇଂରେଜ ମାନେ ପରିବାର ସହ ଛୁଟି କାଟିବାକୁ ଆସୁଥିଲେ । ଶୁଣିବାକୁ ମିଳେ ଯେ, ରାତି ହେଲେ ଏହି ବଙ୍ଗଳାରୁ ଜଣେ ମହିଳାଙ୍କ ପ୍ରେତାତ୍ମା ଦେଖିବାକୁ ମିଳେ । କିନ୍ତୁରେ କେତେ ସତ୍ୟତା ଅଛି ତାହା ପ୍ରମାଣିତ ହୋଇନାହିଁ ।

ରାଜସ୍ଥାନର ଭାନଗଡ ଦୁର୍ଗ

ରାଜସ୍ଥାନରେ ଅନେକ ସ୍ଥାନ ଏମିତି ଅଛି ଯାହା ରହସ୍ୟରେ ଭରପୂର । ଏମିତି ଏକ ସ୍ଥାନ ହେଉଛି ରାଜସ୍ଥାନରେ ଥିବା ଭାନଗଡ ଦୁର୍ଗ । ଏଠାକୁ ସଂନ୍ଧ୍ୟା ନଇଁଲେ ଲୋକେ ଯିବାକୁ ଭୟ କରନ୍ତି । ଏମିତିକି ସରକାର ବି ସନ୍ଧ୍ୟା ହେଲେ ଏଠାକୁ କେହି ନ ଯିବାକୁ ଚେତାବନୀ ଦେଇଛନ୍ତି ।

ଶୁଣିବାକୁ ମିଳେ, ଜଣେ ଯାଦୁଗର ରାଜକୁମାରୀ ରତ୍ନାବତୀଙ୍କ ରୂପ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ରାଜକୁମାରୀଙ୍କୁ କଳାଯାଦୁରେ ବାନ୍ଧି ଦେଇଥିଲା ଜଣେ ତାନ୍ତ୍ରିକ । ପରେ ସେ ଯାଦୁଗରର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା । ଆଜିବି ସେ ଦୁର୍ଗରେ ଯାଦୁଗରର ପ୍ରେତାତ୍ମା ଦେଖିବାକୁ ମିଳେ ବୋଲି ଲୋକେ କୁହନ୍ତି । ଏହି ସ୍ଥାନ ଗୁଡିକ ଆଜିବି ରହସ୍ୟ ଘେରରେ ରହିଛି । ଯାହାର ସତ୍ୟତା କେହି ଭେଦି ପାରି ନାହାନ୍ତି ।

ବିଦ୍ର: ଲେଖାଯାଇଥିବା ସ୍ଥାନ ଗୁଡିକ ସମ୍ପର୍କରେ ‘ଇଟିଭି ଭାରତ’ର ନିଜସ୍ବ ମତ ନୁହେଁ । ଏହା ଜନମାନସରେ ଶୁଣାଯାଉଥିବା କଥାକୁ ନେଇ ଉଲ୍ଲେଖ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.