ETV Bharat / bharat

Militant Attack In Manipur: ମଣିପୁର ପୋଲିସକୁ 5 ଆତଙ୍କୀ ହସ୍ତାନ୍ତର କଲା ମିଆଁମାର ସେନା - ୫ ଆତଙ୍କବାଦୀଙ୍କୁ ଗିରଫ କଲା ମିଆଁମାର ସେନା

ମଣିପୁରରେ ସୁରକ୍ଷା ବଳକୁ ଆକ୍ରମଣ ଘଟଣାରେ ସାମିଲ ଥିବା ୫ ଆତଙ୍କୀଙ୍କୁ ଗିରଫ ପରେ ମଣିପୁର ପୋଲିସକୁ ହସ୍ତାନ୍ତର କଲା ମିଆଁମାର ସେନା । ନଭେମ୍ବର ୧୩ରେ ହୋଇଥିବା ଆକ୍ରମଣରେ ଶହୀଦ ହୋଇଥିଲେ ୭ ଜଣ । ଅଧିକ ପଢନ୍ତୁ

ମଣିପୁର ହାମଲାରେ ସାମିଲ 5 ଆତଙ୍କୀଙ୍କୁ ପୋଲିସକୁ ହସ୍ତାନ୍ତର କଲା ମିଆଁମାର ସେନା

author img

By

Published : Dec 16, 2021, 10:33 PM IST

ଇମ୍ଫାଲ: ନଭେମ୍ବର ୧୩ ତାରିଖରେ ମଣିପୁର ଓ ଆସାମ ସୀମାରେ ଆସାମ ରାଇଫଲ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସାମିଲ ଥିବା ୫ ଆତଙ୍କୀଙ୍କୁ ମିଆଁମାର ସେନା ଗିରଫ କରିବା ପରେ ମଣିପୁର ପୋଲିସକୁ ହସ୍ତାନ୍ତର କରିଛି ।

ଉତ୍ତର ପୂର୍ବରେ ସକ୍ରିୟ ଥିବା ରିଭୋଲୁସନାରୀ ପିପୁଲ୍ସ ଫ୍ରଣ୍ଟ (Revolutionary People's Front (RPF)ରେ ଏହି ଆତଙ୍କବାଦୀ ମାନେ ହୋଇଥିବା ବେଳେ ସେମାନଙ୍କ ମିଆଁମାରରୁ ଗିରଫ କରିଥିଲା ମିଆଁଁମାର ସେନା । ତେବେ ଉକ୍ତ ଆକ୍ରମଣ ଏହି ଗୋଷ୍ଠୀ ଘଟାଇଥିବା ବେଳେ ମିଆଁମାରରେ ଆତ୍ମଗୋପନ କରିଥିବାବେଳେ ଗିରଫ ହୋଇଥିବା ମିଆଁମାର ସେନା କହିଛି ।

ଏମାନଙ୍କୁ ଗିରଫ ପରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇଛି । ଏକ ବିମାନରେ ସୁରକ୍ଷା ବଳ ସହ ଏହି ଆତଙ୍କବାଦୀଙ୍କୁ ଭାରତକୁ ଅଣାଯାଇଛି । ଏବେ ଏମାନଙ୍କୁ ପଚରାଉପରା ପରେ ଉତ୍ତର ପୂର୍ବରେ ଆତଙ୍କୀ କାର୍ଯ୍ୟକଳାପ ନେଇ କିଛି ନୂଆ ତଥ୍ୟ ଭାରତୀୟ ସେନା ହାତରେ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ନଭେମ୍ବର ୧୩ ତାରିଖରେ ହୋଇଥିବା ଏହି ଆକ୍ରମଣରେ ଆସାମ ରାଇଫଲର ଜଣେ କମାଣ୍ଡିଂ ଅଧିକାରୀଙ୍କ ସମେତ 5 ଯବୀନ ଶହୀଦ ହୋଇଥିବା ବେଳେ ଅଧିକାରୀଙ୍କ ପତ୍ନୀ ଓ ୬ ବର୍ଷୀୟ ପୁତ୍ରଙ୍କ ମୃତ୍ୟୁ ଘଟିଥିଲା । ତେବେ ପରବର୍ତ୍ତୀ ସମୟରେ ଭାରତୀୟ ସୁରକ୍ଷାବଳ ଅପରେସନକୁ କଡାକଡି କରିବା ଯୋଗୁ ଆତଙ୍କୀମାନେ ମିଆଁମାର ପଳାୟନ କରି ସେଠାରେ ଆତ୍ମଗୋପନ କରିଥିଲେ । ତେବେ ଆଜି ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ମିଆଁମାର ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.