ETV Bharat / bharat

ହାତରେ ପୋଷ୍ଟର, କାଖରେ ପିଲା; ଗାଁ ଗାଁ ବୁଲି ପତ୍ନୀଙ୍କୁ ଖୋଜୁଛି ସ୍ୱାମୀ - କୃଷ୍ଣ ମୁରାରୀ ଗୁପ୍ତା

ଆପଣ ପ୍ରେମିକା ପାଇଁ ପ୍ରେମିକର ପାଗଳାମି ଦେଖିଥିବେ । ପ୍ରେମିକାକୁ ପାଇବା ପାଇଁ ଗୁହାରୀ କରୁଥିବା ଦେଖିଥିବେ । କିନ୍ତୁ ଜଣେ ସ୍ବାମୀ ନିଜ ପତ୍ନୀକୁ ଖୋଜିବା ପାଇଁ ପୋଷ୍ଟର ଧରୀ ଗାଁ ଗାଁ ବୁଲୁଛନ୍ତି (Kaimur Love Marriage tragedy) । କ’ଣ ରହିଛି ସମ୍ପୂର୍ଣ୍ଣ ଜାଣିବା ପାଇଁ ଅଧିକ ପଢ଼ନ୍ତୁ

ମୋ ପତ୍ନୀକୁ କେହି ଖୋଜି ଦିଆ
ମୋ ପତ୍ନୀକୁ କେହି ଖୋଜି ଦିଆ
author img

By

Published : Jan 7, 2023, 6:12 PM IST

ପାଟନା: ମୋ ପତ୍ନୀକୁ କେହି ଖୋଜି ଦିଆ । ଏପରି ଗୁହାରୀ କରି ଦୁଇ ପିଲା ସହ ପତ୍ନୀର ପୋଷ୍ଟର ଧରି ଗାଁ ଗାଁ ବୁଲୁଛି ସ୍ବାମୀ । ତେବେ ପତିର କହିବା ଅନୁଯାୟୀ, ମୋ ପତ୍ନୀ ନିଖୋଜ ନାହିଁ ବରଂ ମୋତେ ଛାଡି କୁଆଡେ ପଳାଇଛି । ଯଦି ପତ୍ନୀର ପତ୍ତା ନ ମିଳେ, ପତି ଆତ୍ମହତ୍ୟା କରିବା ନେଇ ମଧ୍ୟ ଧମକ ଦେଇଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯକର କଥା ହେଉଛି ତାଙ୍କ ପତ୍ନୀ ତାଙ୍କୁ ଛାଡି ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩୦ ରୁ ୩୫ ଥର ଛାଡି ପଳାଇଛି ।

ପତି ଜଣକ କହିଛନ୍ତି, ମୋ ପତ୍ନୀ ମୋତେ ଛାଡି ଥରେ ନୁହେଁ ୩୦ ରୁ ୩୫ ଥର ଛାଡି ପଳାଇଛି (wife run away 30-35 times in Kaimur) ଆମର ଦୁଇଟି ଛୋଟ ପିଲା ଅଛନ୍ତି । ବଡ ପୁଅ ୪ ବର୍ଷ ଏବଂ ସାନ ଝିଅ ୪ ମାସର । ଦୁଇଟି ପିଲାଙ୍କୁ ଛାଡି ମୁଁ କିପରି କାମ କରିବି? କିଏ ମୋତେ କାମ ଦେବ? ମୋ ଘରେ କେହି ନାହାଁନ୍ତି ? ମା ବିନା, ଉଭୟ କିପରି ରହିବେ? ଯଦି ମୋ ପତ୍ନୀ ଫେରି ନ ଆସନ୍ତି, ତେବେ ମୁଁ ଆତ୍ମହତ୍ୟା କରିବି (suicide threat) ।

ଏପରି ଘଟଣା ଦେଖିବାକୁ ମିଳିଛି ବିହାର କୈମୁର ଜିଲ୍ଲାରେ । କୈମୁର ଜିଲ୍ଲାର ରାମଗଡ ପୋଲିସ ଷ୍ଟେସନର ଡହରକ ଗାଁର କୃଷ୍ଣ ମୁରାରୀ ଗୁପ୍ତା । କୃଷ୍ଣ ମୁରାରୀ ତାଙ୍କ ଦୁଇ ପିଲାଙ୍କ ସହିତ ଭିକ ମାଗି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି(Husband begging with children in Kaimur )। ପତ୍ନୀକୁ ଫେରିପାଇବା ପାଇଁ ସ୍ୱାମୀ ବାରମ୍ବାର ପୋଲିସ ଷ୍ଟେସନର ଦ୍ବାରସ୍ଥ ହୋଇ ନରାଶ ହେବା ପରେ ପୋଷ୍ଟର ଧରି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି ।

ତେବେ ସୂଚନା ଅନୁଯାୟୀ 2017 ରେ ଉଭୟଙ୍କର ପ୍ରେମ ବିବାହ ହୋଇଥିଲା | କୃଷ୍ଣ ମୁରାରୀ ଗୁପ୍ତା ଜିଲ୍ଲାର ରାମଗଡ ପୋଲିସ ଷ୍ଟେସନର ବାସିନ୍ଦା ଏବଂ ତାଙ୍କ ପତ୍ନୀ ନୂଆବ ପୋଲିସ ଷ୍ଟେସନର ବାସିନ୍ଦା । କୃଷ୍ଣ ମୁରାରୀ କହିଛନ୍ତି "ମୋ ପତ୍ନୀ ସାତ ମାସ ମଧ୍ୟରେ ଅନେକ ଥର ପଳାୟନ କରିଛନ୍ତି । ଉଭୟ ପିଲା ମୋ ସାଥିରେ ଅଛନ୍ତି । ପିଲାଙ୍କ ଯତ୍ନ ନେବାକୁ କେହି ନାହାଁନ୍ତି। ମୁଁ ଭିକ ମାଗିବାକୁ ଚାହେଁ ନାହିଁ । କିନ୍ତୁ ମୋ ନିରୀହ ପିଲାଙ୍କୁ କେଉଁଠି ଛାଡିବି । ଆଜି ମୋ ଅବସ୍ଥା ଭିକାରୀଙ୍କ ଅବସ୍ଥାଠାରୁ ଖରାପ ହୋଇଯାଇଛି। ଉଭୟ ସନ୍ତାନର ଜନ୍ମ ପରଠାରୁ ମୁଁ ସେମାନଙ୍କୁ ଏକୁଟିଆ ପାଳଛି । ୫ ବର୍ଷରେ ପ୍ରାୟ ୩୦ ରୁ ୩୫ ଥର ଘରୁ ପଳାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.