ETV Bharat / bharat

ଫୋନ ଟ୍ୟାପ ନେଇ ଅଭିଯୋଗ କଲେ ମମତା

author img

By

Published : Apr 17, 2021, 10:38 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଫୋନ ଟ୍ୟାପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଫୋନ ଟ୍ୟାପ ନେଇ ଅଭିଯୋଗ କଲେ ମମତା, ସିଆଇଡି ତଦନ୍ତ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଫୋନ ଟ୍ୟାପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଶନିବାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲାବେଳେ ଏପରି ଅଭିଯୋଗ କରିଛନ୍ତି ମମତା । ସେ କହିଛନ୍ତି ତାଙ୍କ ଫୋନ ନିୟମିତ ଟ୍ୟାପ କରାଯାଉଛି ଓ ଏହା ପଛରେ କିଏ ଅଛନ୍ତି ତାହା ଭଲ ଭାବେ ଜାଣନ୍ତି । ଖୁବ ଶିଘ୍ର ସେ ଏହି ଘଟଣାର ସିଆଇଡି ତଦନ୍ତର ନିର୍ଦ୍ଦେଶ ଦେବେ ।

ମିଳିଥିବା ସୂଚନା ଅନୁସାରେ ମମତା ଓ ପ୍ରାର୍ଥ ପ୍ରିତମଙ୍କ ମଧ୍ୟରେ ହୋଇଥିବା ଫୋନ ବର୍ତ୍ତାଳାପ ଅଡିଓ ଟେପ୍ ଭାଇରାଲ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲା ତୃଣମୂଳ କଂଗ୍ରେସ ।ଗତକାଲି ଏକ ପ୍ରେସ ମିଟରେ ବିଜେପି ପକ୍ଷରୁ ଏପରି ଏକ ଫୋନ ବର୍ତ୍ତାଳପର ଅଡିଓ କ୍ଲିପ ଭାଇରାଲ କରାଯାଇଥିବା ଅଭିଯୋଗ କରିଥିଲା ଟିଏମସି । ତେବେ ବିଜେପି ଦ୍ବାରା ଏପରି କାର୍ଯ୍ୟକଳାପ ମମତାଙ୍କ ଗୋପନୀୟତାକୁ ବାଧା ପହଞ୍ଚାଇଛି ବୋଲି ଅଭିଯୋଗ କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.