ETV Bharat / bharat

ପିତାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ଦିଲ୍ଲୀ ମହିଳା କମିଶନ ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ ଚାଞ୍ଚ୍ୟଲକର ବୟାନ । ପିଲା ଦିନେ ପିତାଙ୍କ ଦ୍ବାରା ହୋଇଥିଲେ ଯୌନ ଶୋଷଣ ଓ ଶାରୀରିକ ନିର୍ଯାତନାର ଶିକାର । ଅଧିକ ପଢନ୍ତୁ

author img

By

Published : Mar 11, 2023, 5:47 PM IST

Updated : Mar 11, 2023, 6:22 PM IST

ଦିଲ୍ଲୀ ମହିଳା କମିଶନ ଆୟୋଗଙ୍କ ଚାଞ୍ଚ୍ୟଲକର ବୟାନ, ପିତାଙ୍କ ଦ୍ବାରା ହୋଇଥିଲେ ଯୌନ ଶୋଷଣର ଶିକାର

ନୂଆଦିଲ୍ଲୀ: ମହିଳା ସୁରକ୍ଷା ପ୍ରସଙ୍ଗରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ପିଲାଦିନେ ତାଙ୍କ ନିଜ ପିତାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛନ୍ତି । ତାଙ୍କ ପିତା ତାଙ୍କୁ ଯୌନ ନିର୍ଯାତନା ଦେବା ସହ ମାଡ ମାରୁଥିବା ସେ ନିଜେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ତେବେ ସେ ନିଜ ମା, ଜେଜେବାପା- ଜେଜେମା ଓ ଅନ୍ୟ କିଛି ସମ୍ପର୍କୀୟ ପାଇଁ ଏପରି ପ୍ରତିକୂଳ ସ୍ଥିତିରୁ ନିଜକୁ ବାହାର କରିବାରେ ସଫଳ ହୋଇଥିବା କହିଛନ୍ତି ସ୍ବାତୀ ।

ଦିଲ୍ଲୀ ମହିଳା ଆୟୋଗ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ବାତୀ କହିଥିଲେ,‘‘ ମୁଁ ପିଲାଦିନେ ନିଜ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛି । ଯେତେବେଳେ ମୋ ବାପା ଘରକୁ ଆସୁଥିଲେ ମୁଁ ଭୟରେ ଥରୁଥିଲି । ମୋର ଏବେ ମଧ୍ୟ ସ୍ପଷ୍ଟ ଭାବେ ମନେ ଅଛି, ମୁଁ କେତେ ରାତିରେ ଖଟ ତଳେ ଲୁଚି କାଟିଛି । ବାପାଙ୍କ ମାଡରେ ମୁଁ ରକ୍ତାକ୍ତ ହୋଇଛି । ଏପରି କରୁଥିବା ବ୍ୟକ୍ତିମାନଙ୍କୁ କିପରି ମୁଁ ଉଚିତ ଶିକ୍ଷା ଦେଇପାରିବି ସେନେଇ ଚିନ୍ତା କରୁଥିଲି । ବାପା ସବୁବେଳେ କ୍ରୋଧ ଜର୍ଜରିତ ହୋଇ ଘରକୁ ଫେରୁଥିଲେ, ମତେ ନିସ୍ତୁକ ମାଡ ମାରୁଥିଲେ । ବେଳେ ବେଳେ ରକ୍ତସ୍ରାବ ହେବା ପର୍ଯ୍ୟନ୍ତ ମଧ୍ୟ ସେ ମଧ୍ୟ ପିଟୁଥିଲେ । ମୋର ମା’ ଓ ପରିବାର ଅନ୍ୟ ସମସ୍ୟଙ୍କ କାରଣରୁ ମୁଁ ଏପରି ଦୁସ୍ଥିତି ଭିତରୁ ନିଜକୁ ବାହାର କରିପାରିଥିଲି । ସେମାନଙ୍କ ବିନା ମୁଁ ଏପରି ଦୁଃସ୍ଥିତିରୁ ବାହାରି ପାରିନଥାନ୍ତି । ଆଜି ଯେଉଁଠି ବି ପହଞ୍ଚିଛି, ସେମାନଙ୍କ ସହଯୋଗ କାରଣରୁ ପହଞ୍ଚିପାରିଛି ।’’

କାର୍ଯ୍ୟକ୍ରମରେ ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ମହିଳାଙ୍କ ପାଇଁ ଅଭିଭାଷଣ ରଖି ସ୍ବାତୀ କହିଥିଲେ, ମହିଳାମାନେ କୌଣସି ସ୍ଥିତିରେ ଏପରି ଶୋଷଣ କିମ୍ବା ନିର୍ଯାତନାକୁ ବରଦାସ୍ତ କରିବା କଥା ନୁହେଁ । ସେମାନଙ୍କ ବିରୋଧରେ ହେଉଥିବା ଏପରି ହିଂସକ ଆଚରଣ ସମ୍ପର୍କରେ ସେମାନେ କେବେ ହେଲେ ନୀରବ ରହିବା ଉଚିତ ନୁହେଁ । ଏହା ସେମାନଙ୍କ ଘରେ କିମ୍ବା ବାହାରେ ହେଉ, କିନ୍ତୁ ସ୍ବର ଉଠାଇବାକୁ ପଡିବ । ସେହିପରି ଏପରି ନିର୍ଯାତନା ଓ ଅନ୍ୟ ସ୍ଥିତିର ସାମ୍ନା କରିଥିବା ମହିଳାମାନେ ଏହା ବିରୋଧରେ ଲଢିବା ମଧ୍ୟ ସିଖିଥାନ୍ତି । ଆଜି ସମ୍ମାନିତ ହୋଇଥିବା ପ୍ରତ୍ୟେକ ମହିଳାଙ୍କ କ୍ଷେତ୍ରରେ ସେପରି କିଛି ନା କିଛି କାହାଣୀ ରହିଛି ବୋଲି ସ୍ବାତୀ କହିଥିଲେ ।

ଏବେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଥିବା ସ୍ବାତୀ ମାଲିଓ୍ବାଲ ନିକଟରେ ଦିଲ୍ଲୀରେ ମହିଳାଙ୍କ କ୍ଷେତ୍ରରେ ହୋଇଥିବା ହିଂସା ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି । ସୁଲତାନପୁରୀ କାର ଟ୍ରାଜେଡି ମାମଲାରେ ସେ ଦିଲ୍ଲୀ ପୋଲିସର ତଦନ୍ତ ଶୈଳୀରେ ପ୍ରଶ୍ନ ଉଠାଇବା ସହ ତଦନ୍ତଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2023, 6:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.