ETV Bharat / bharat

By Poll 2023: ବେଙ୍ଗଲରେ ଖାତା ଖୋଲିଲା କଂଗ୍ରେସ, ମହାରାଷ୍ଟ୍ରରେ ବିଜେପିକୁ ଦେଲା ଝଟକା

ମହାରାଷ୍ଟ୍ର କସବାପେଠ ବିଧାନସଭା ଆସନରେ ବିଜେପି 27 ବର୍ଷ ପରେ କଂଗ୍ରେସ ଠାରୁ ପରାସ୍ତ ହୋଇଛି । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧଙ୍ଗେକର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରାର୍ଥି ଥିଲେ ହେମନ୍ତ ରସାନେ । ଏହି ଆସନ ବିଜେପି ଠାରୁ କଂଗ୍ରେସ ଛଡାଇ ଆଣିବା ପରେ ମହାବିକାଶ ଅଘାଡୀ କ୍ୟାମ୍ପରେ ଉତ୍ସବର ମାହୋଲ । ଅଧିକ ପଢନ୍ତୁ

author img

By

Published : Mar 2, 2023, 6:26 PM IST

Etv Bharat
Etv Bharat

ହାଇଦ୍ରାବାଦ: ପୂର୍ବୋତ୍ତର ରାଜ୍ୟ ତ୍ରିପୁରା ମେଘାଳୟ ଓ ନାଗଲାଣ୍ଡରେ କଂଗ୍ରେସର ନୈରାଶ ଜନକ ପ୍ରଦର୍ଶନ ଜାରି ରହିଛି । କିନ୍ତୁ 5 ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ କଂଗ୍ରେସକୁ ଆଶ୍ବସ୍ତ କରିଛି । ଯାହାକୁ ନେଇ କଂଗ୍ରେସ ଆଗକୁ ବଢିବା ପାଇଁ ଶକ୍ତି ପାଇପାରେ । କାରଣ ମହାରାଷ୍ଟ୍ରରେ କଂଗ୍ରେସ ବିଜେପିକୁ ଜବରଦସ୍ତ ଝଟକା ଦେଇଛି । 27 ବର୍ଷ ପରେ କସବାପେଠ ବିଧାନସଭା ଆସନକୁ କଂଗ୍ରେସ ବିଜେପି ପାଖରୁ ଛଡାଇ ଆଣିଛି । ଖାଲି ଏତିକି ନୁହେଁ ତାମିଲନାଡୁରେ ଦଳ ଉପସ୍ଥିତି ଜାହିର କରିବା ସହ ପଶ୍ଚିମବଙ୍ଗ ବିଧାନସଭାରେ ମଧ୍ୟ ଖାତା ଖୋଲିଛି । ଏହି ଉପନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଏବେ ସଞ୍ଜିବନୀ ସଦୃଶ୍ୟ ହେବାକୁ ଯାଉଛି । 5 ଟି ରାଜ୍ୟର 6ଟି ଆସନରେ ହୋଇଥିବା ଉପନିର୍ବାଚନନେ କଂଗ୍ରେସ 3 ଟି ଆସନରେ ବିଜୟୀ ହୋଇ ବେଶ ଉତ୍ସାହିତ ହୋଇପଡିଛି ।

ଆଜି ପୂର୍ବୋତ୍ତର ରାଜ୍ୟ ତ୍ରିପୁରା ମେଘାଳୟ ଓ ନାଗଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ, ମହାରାଷ୍ଟ୍ରର କସ୍ବାସେଠ, ଚିଞ୍ଚୱାଡା, ପଶ୍ଚିମବଙ୍ଗର ସାଗରଦିଘୀ, ଝାଡଖଣ୍ଡର ରାୟଗଡ, ତାମିଲନାଡୁର ଇରୋଡ ଓ ଅରୁଣାଚଳ ପ୍ରଦେଶର ଲୁମଲା ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ହୋଇଥିବା ଉପନିର୍ବାଚନରେ ସବୁଠାରୁ ବଡ ଝଟକା ବିଜେପିକୁ ଲାଗିଥିବା ବେଳେ କଂଗ୍ରେସକୁ ମିଳିଛି ବଡ ଫାଇଦା ।

ଏହାବି ପଢନ୍ତୁ- History scripted! ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହେଲେ ମହିଳା ବିଧାୟିକା

ମହାରାଷ୍ଟ୍ରରେ ବିଜେପିକୁ ଝଟକା: ମହାରାଷ୍ଟ୍ର କସ୍ବାସେଠ ବିଧାନସଭା ଆସନରେ ବିଜେପି 27 ବର୍ଷ ପରେ କଂଗ୍ରେସ ଠାରୁ ପରାସ୍ତ ହୋଇଛି । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧଙ୍ଗେକର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରାର୍ଥି ଥିଲେ ହେମନ୍ତ ରସାନେ । ଏହି ଆସନ ବିଜେପି ଠାରୁ କଂଗ୍ରେସ ଛଡାଇ ଆଣିବା ପରେ ମହାବିକାଶ ଅଘାଡୀ କ୍ୟାମ୍ପରେ ଉତ୍ସବର ମାହୋଲ । ଏହାକୁ ନେଇ ବିଜେପିକୁ ଏମଭିଏ ନେତା ମାନେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି । ସେହିପରି ରାଜ୍ୟର ଚିଞ୍ଚୱାଡ ବିଧାନସଭା ଆସନକୁ ବିଜେପି ସୁରକ୍ଷିତ ରଖିଛି । ଏହି ଆସନରେ ବିଜେପି ପ୍ରାର୍ଥି ଥିଲେ ପୂର୍ବତନ ଦଳୀୟ ବିଧାୟକ ଲକ୍ଷ୍ମଣ ଜଗତାପଙ୍କ ପତ୍ନୀ ଆଶ୍ବିନୀ ଜଗତାପ । ତାଙ୍କ ବିରୋଧରେ ଏନସିପି ପ୍ରାର୍ଥୀ ନାନା କାଟେ ନିର୍ବାଚନ ଲଢୁଥିଲେ ।

ତାମିଲନାଡୁରେ ଜିତିଲା କଂଗ୍ରେସ: ତାମିଲନାଡୁର ଇରୋଡ ପୂର୍ବ ବିଧାନସଭା ଆସନକୁ ମଧ୍ୟ କଂଗ୍ରେସ ଜିତିବାରେ ସଫଳ ହୋଇଛି । ଦଳୀୟ ପ୍ରାର୍ଥୀ ଇବିକେଏସ ଏଲଂଗୋୱନ ଏଆଇଏଡିଏମକେ ପ୍ରାର୍ଥି କେଏସ ଥେନ୍ନାରାସ୍ତ୍ରୁ୍ଙ୍କୁ ପରାସ୍ତ କରିଛନ୍ତି । ଏଠାର ଶାସକ ଡିଏମକେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରି କୌଣସି ପ୍ରାର୍ଥୀ ଦେଇନଥିଲା ।

ଏହାବି ପଢନ୍ତୁ- CEC ଓ EC ଙ୍କୁ ନିଯୁକ୍ତି ଦେବେ ସ୍ବତନ୍ତ୍ର ପ୍ୟାନେଲ: ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ଖାତା ଖୋଲିଲା ହାତ: ପଶ୍ଚିମବଙ୍ଗର ସାଗରଦିଘୀ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇ ରାଜ୍ୟ ବିଧାନସଭାରେ ଖାତା ଖୋଲିଛି । ଦେଢ ବର୍ଷ ତଳେ ହୋଇଥିବା ବିଧାନସଭା ନିର୍ବାଚରେ କଂଗ୍ରେସ ଗୋଟିଏ ମଧ୍ୟ ଆସନ ପାଇନଥିଲା । ଏବେ ଗୋଟିଏ ଉପନିର୍ବାଚନ ବିଜୟୀ ହୋଇ ଖାତା ଖୋଲିବା ସହ ଶୁନ୍ୟ ଅପବାଦରୁ ଦଳ ବାହାରିଛି । ଟିଏମସି ବିଧାୟକ ସୁବ୍ରତ ଶାହାଙ୍କ ନିଧନ ପରେ ଏହି ଆସନ ପାଇଁ ଉପନିର୍ବାଚନ ହେଉଥିଲା । ଏହି ଆସନ ପାଇଁ କଂଗ୍ରେସ ବାୟରନ ବିଶ୍ବାସଙ୍କୁ ପ୍ରାର୍ଥୀ କରିଥିବା ବେଳେ, ଟିଏମସି ଦେବାଶିଷ ବାନାର୍ଜୀ ଓ ବିଜେପି ଦିଲ୍ଲୀପ ସାହାଙ୍କୁ ଟିକେଟ ଦେଇଥିଲା ।

ଅରୁଣାଚଳ ପ୍ରଦେଶରେ ବିଜେପି ନିର୍ଦ୍ବନ୍ଦରେ ବିଜୟୀ: ନର୍ଥଇଷ୍ଟ ରାଜ୍ୟ ଅରୁଣାଚଳ ପ୍ରଦେଶର ଚୀନ ସୀମାନ୍ତ ତୱାଙ୍ଗ ଜିଲ୍ଲାର ଲୁମଲା ବିଧାନସଭା ଉପନିର୍ବାଚନରେ ବିଜେପି ନିର୍ଦ୍ବନ୍ଦରେ ବିଜୟୀ ହୋଇଛି । ଦଳୀୟ ବିଧାୟକ ଜମ୍ଭେ ତାଶୀଙ୍କ ଦେହାନ୍ତ ପରେ ଦଳ ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇଥିଲା । ଏଠି ବିଜେପି ବିରୋଧରେ କେହି ପ୍ରାର୍ଥି ଦେଇନଥିବାରୁ ନିର୍ବାଚନର ଆବଶ୍ୟକତା ପଡିନଥିଲା ।

ଝାଡଖଣ୍ଡରେ ଫୁଟିଲା ପଦ୍ମ: ଝାଡଖଣ୍ଡ ରାୟଗଡ ବିଧାନସଭା ଉପନିର୍ବାଚନରେ ପଦ୍ମଫୁଟିଛି । ଏଠାରେ ବିଜେପି ସମର୍ଥିତ ପ୍ରାର୍ଥି ସୁନୀତା ଚୌଧୁରୀ ବୃହତ ବ୍ୟବଧାନରେ ୟୁପିଏ ପ୍ରାର୍ଥୀ ବଜରଙ୍ଗ ମହତୋଙ୍କୁ ପରାସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.