ETV Bharat / bharat

ପ୍ରେମର ଦୁଃଖଦ ଅନ୍ତ ! ପ୍ରେମିକା ମୃତ୍ୟୁ ଖବର ଶୁଣି କୋଠାରୁ ଡେଇଁ ପଡିଲା ପ୍ରେମିକ

ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ବିହାର ମୁଜାଫରପୁରରେ ଜିଲ୍ଲାର କାଜୀ ମହମ୍ମଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

author img

By

Published : Mar 25, 2022, 3:15 PM IST

ପ୍ରେମ ପାଇଁ ଜୟପୁରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !

ଜୟପୁର: ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ବିହାର ମୁଜାଫରପୁରରେ ଜିଲ୍ଲାର କାଜୀ ମହମ୍ମଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । CA ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀ ଅଞ୍ଜଳୀ ଗତକାଲି(ଗୁରବାର) ଆତ୍ମହତ୍ୟା କରିଛନ୍ତି । ପ୍ରେମିକାର ମୃତ୍ୟୁ ଖବର ଶୁଣିବା ମାତ୍ରେ ଜୟପୁରର ପ୍ରେମିକ ବିବେକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି(Muzaffarpur Girl Anjali Boyfriend Vivek Commits Suicide In Jaipur) । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ମାମଲାରେ ବିବେକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଅଞ୍ଜଳିଙ୍କ ପରିବାର ଲୋକେ ତାଙ୍କୁ ନାନା ହଇରାଣ କରୁଥିଲେ । ତେଣୁ ଏଥିରେ ଅତିଷ୍ଠ ହୋଇ ପ୍ରାଣ ହରାଇଥିଲେ । ଏହି ଘଟଣାରେ ବିବେକରର ଭାଇ ରାହୁଲ କହିଛନ୍ତି ଯେ, ଅଞ୍ଜଳିର ଭାଇ ହିଁ ନିଜେ ବିବେକକୁ ଅଞ୍ଜଳିର ଆତ୍ମହତ୍ୟା ବିଷୟରେ ଫୋନ କରି ଖବର ଦେଇଥିଲେ । ଏହି ଖବର ଶୁଣିବା ମାତ୍ରେ ବିବେକ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ସୂଚନାଅନୁସାରେ, ବୁଧବାର ରାତିରେ ଅଞ୍ଜଳି ଓ ବିବେକଙ୍କ ଶେଷ କଥା ସମୟରେ ମୁଜାଫରପୁରର ଜଣେ ଯୁବତୀ କନଫେରେନ୍ସରେ ରହିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ କହିଛନ୍ତି ଯେ, କଥାବାର୍ତ୍ତା ସମୟରେ ବିବେକ-ଅଞ୍ଜଳିଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିବେକଙ୍କ ଭାଇ ରାହୁଲ କହିଛନ୍ତି ଯେ, ବିବେକ ଓ ଅଞ୍ଜଳିଙ୍କ ସମ୍ପର୍କ ଅଷ୍ଟମ ଶ୍ରେଣୀରୁ ରହିଥିଲା । ସେମାନେ ଏକାଠି ଓରିଏଣ୍ଟ କ୍ଲବରେ ଏକ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ଅଞ୍ଜଳିଙ୍କ ସହ ମଧ୍ୟ ଫୋନରେ ଅନେକ ଥର କଥା ହୋଇଥିଲେ।

ବିବେକ ଇଞ୍ଜିନିୟରିଂ କରିବା ପାଇଁ ଚାରି ବର୍ଷ ପୂର୍ବେ ଜୟପୁର ଯାଇଥିଲେ। ସେ ଏପ୍ରିଲରେ ଘରକୁ ଆସିବାର ଥିଲା । ଅଞ୍ଜଳିର ମୃତଦେହ ଘରର ଏକ ବନ୍ଦ କୋଠରୀରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଠରୀ ବନ୍ଦ ଥିବା ଦେଖି ପରିବାର ସଦସ୍ୟ ପୋଲିସକୁ ସୂଚନା ଦେଇଥିଲେ । ପରିବାର ସଦସ୍ୟଙ୍କ ସୂଚନାକୁ ଆଧାର କରି କାଜୀ ମହମ୍ମଦପୁର ପୋଲିସ ଷ୍ଟେସନର ସବ ଇନ୍ସପେକ୍ଟର ଶଶି କୁମାର ଭାଗବତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.