ETV Bharat / bharat

UP Student Slap Row: ଶିକ୍ଷୟିତ୍ରୀଙ୍କୁ ସମନ କଲା ସଂଖ୍ୟାଲଘୁ କମିଶନ, ସ୍କୁଲ୍‌ ବଦଳାଇଲେ ଛାତ୍ର

author img

By ETV Bharat Odisha Team

Published : Aug 29, 2023, 9:58 AM IST

ୟୁପିରେ ମୁସଲିମ ଛାତ୍ରଙ୍କୁ ଚାପୁଡା ମାମଲା । ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ସମନ କଲା ରାଜ୍ୟ ସଂଖ୍ୟାଲଘୁ କମିଶନ । ଅଧିକ ପଢନ୍ତୁ

ମୁସଲିମ ଛାତ୍ରଙ୍କୁ ଚାପୁଡା ମାମଲା
ମୁସଲିମ ଛାତ୍ରଙ୍କୁ ଚାପୁଡା ମାମଲା

ଲକ୍ଷ୍ନୌ: ୟୁପିରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ଚାପୁଡା ମରାଯିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି ମାମଲାରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କ ପାଇଁ ଅଡୁଆ ବଢୁଆ ବଢିବାରେ ଲାଗିଛି । ଏବେ ଉତ୍ତର ପ୍ରଦେଶର ସଂଖ୍ୟାଲଘୁ କମିଶନ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଜବାବ ତଲବ କରିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କମିଶନ ଆଗରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷୟିତ୍ରୀଙ୍କ ସମେତ ମୁଜଫରନଗର ଜିଲ୍ଲାର ବେସିକ୍ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ସମନ କରିଛି ସଂଖ୍ୟାଲଘୁ କମିଶନ ।

ରାଜ୍ୟର ସଂଖ୍ୟାଲଘୁ କମିଶନ ଅଧ୍ୟକ୍ଷ ଅଶଫାକ ସୈଫ ମୁଜଫରନଗର ଚାପୁଡା କାଣ୍ଡ ଘଟଣାର ଯାଞ୍ଚ କରିବା ସହିତ ଶିକ୍ଷୟିତ୍ରୀ ଓ ବେସିକ ଶିକ୍ଷା ଅଧିକାରୀଙ୍କୁ ୬ ତାରିଖରେ କମିଶନ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି । କହିରଖୁଛୁ କି, ଗତ ଶୁକ୍ରବାର ଦିନ ମୁଜାଫରନଗରର ଏକ ସ୍କୁଲରେ ମୁସଲିମ ଛାତ୍ରଙ୍କୁ ଚାପୁଡା ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସ୍କୁଲର ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ଛାତ୍ରଙ୍କୁ ଜାତିଗତ ଆକ୍ଷେପ କରିବା ସହ ଶ୍ରେଣୀର ଅନ୍ୟ ପିଲାଙ୍କ ଦ୍ବାରା ଚାପୁଡ଼ା ମରାଇଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ବଡ ବଡ ରାଜନେତାମାନେ ଟ୍ବିଟ୍ କରି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ।

ଏହାମଧ୍ୟ ପଢନ୍ତୁ: Muzaffarnagar slap row: ରାତିରେ ଶୋଇନଥିଲା ପୀଡ଼ିତ ଛାତ୍ର ! ମିରଟରେ ହେଲା ହେଲଥ୍‌ ଚେକ୍‌-ଅପ୍‌

ଏହାକୁ ନେଇ ରାଜନୀତି ଜୋର ଧରିବାରୁ ପୋଲିସ ପୀଡ଼ିତ ଛାତ୍ର ବାପାଙ୍କ ଅଭିଯୋଗ କ୍ରମେ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ବିଏସ୍‌ଏ ପକ୍ଷରୁ ମଧ୍ୟ ସମ୍ପୃକ୍ତ ସ୍କୁଲ୍‌ର ମାନ୍ୟତା ରବ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାରି ଭିତରେ ସୋମବାର ପୀଡିତ ଛାତ୍ରଙ୍କୁ ମିରଟ ଜଣେ ଡାକ୍ତରଙ୍କ ପାଖର ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ରିପୋର୍ଟରେ ପିଲାଟି ଚାପୁଡା କାଣ୍ଡ ପରଠୁ ମାନସିକ ସ୍ତରରେ ଖୁବ୍ ବ୍ୟତିବସ୍ତ ଥିବା ଜଣାପଡ଼ିଥିଲା । ଏପରିକି ଘଟଣା ପରେ ସେ ରାତିରେ ଶୋଇ ପାରିନଥିଲା ।

ଅନ୍ୟପଟେ ଛାତ୍ର ଜଣକ ସେହି ସ୍କୁଲ ଛାଡ଼ି ଅନ୍ୟ ଏକ ଘରୋଇ ସ୍କୁଲରେ ଆଡମିଶନ ହୋଇଛନ୍ତି । ଜମାତ୍-ଏ-ଉଲେମା ହିନ୍ଦ୍ ନାମକ ସଂଗଠନ ଛାତ୍ରଙ୍କ ଆଡମିଶନ ଶାହପୁର ସହରରେ ଗୋଟିଏ ଇଂରାଜୀ ମିଡିୟମ ସ୍କୁଲରେ କରାଇଛନ୍ତି । ସମ୍ପୃକ୍ତ ସଂଗଠନ ପିଲାଟିର ସମସ୍ତ ପଢାଖର୍ଚ୍ଚ ବହନ କରିବ ଓ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.