ETV Bharat / bharat

ବୋଲବମ୍‌ ଯାତ୍ରା ନେଇ ଉତ୍ତେଜନା, କାଉଡ଼ିଆଙ୍କ ରାସ୍ତାରେ ଖଟ ପକାଇ ରୋକିଲେ ମହିଳା

author img

By

Published : Jul 25, 2022, 11:05 PM IST

ମୁରାଦାବାଦ ଜିଲ୍ଲାରେ ବୋଲ୍‌ବମ୍‌ କାଉଡ଼ିଆଙ୍କୁ ଅସମ୍ମାନ । କାଉଡ଼ିଆଙ୍କ ଯିବା ରାସ୍ତାରେ ଖଟ ପକାଇ ଅଟକାଇଲେ ଜଣେ ମୁସଲିମ୍‌ ସମ୍ପ୍ରଦାୟର ମହିଳା । ଅଧିକ ପଢ଼ନ୍ତୁ

ବୋଲବମ୍‌ ଯାତ୍ରା ନେଇ ଉତ୍ତେଜନା, କାଉଡ଼ିଆଙ୍କ ରାସ୍ତାରେ ଖଟ ପକାଇ ରୋକିଲେ ମହିଳା
ବୋଲବମ୍‌ ଯାତ୍ରା ନେଇ ଉତ୍ତେଜନା, କାଉଡ଼ିଆଙ୍କ ରାସ୍ତାରେ ଖଟ ପକାଇ ରୋକିଲେ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବୋଲ୍‌ବମ୍‌ କାଉଡ଼ିଆଙ୍କୁ ଅସମ୍ମାନ । କାଉଡ଼ିଆଙ୍କ ଯିବା ରାସ୍ତାରେ ଖଟ ପକାଇ ଅଟକାଇଲେ ଜଣେ ମୁସଲିମ୍‌ ସମ୍ପ୍ରଦାୟର ମହିଳା । ଏଭଳି ଏକ ଘଟଣାକୁ ନେଇ ମୁରାଦାବାଦ ଜିଲ୍ଲାର ଇବ୍ରାହିମ୍‌ପୁର ଗ୍ରାମରେ ଦୁଇ ସମଦାୟଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ସମୁଦାୟଙ୍କୁ ବୁଝାସୁଝା କରିଛି ।

ଇବ୍ରାହିମ୍‌ପୁର ଗ୍ରାମର କିଛି କାଉଡ଼ିଆ ମହାଦେବଙ୍କ ନିକଟରେ ଜଳଲାଗି କରିବାକୁ ବାହାରିଥିଲେ । ଏହି ସମୟରେ ରାସ୍ତାରେ ଖଟିଆ ପକାଇ ଜଣେ ମହିଳା ତାଙ୍କ ରାସ୍ତା ଅଟାଇଥିଲେ । ଏଥିରେ ସେଠାରେ ଉପସ୍ଥିତ ମୁସ୍‌ଲିମ୍‌ ସମ୍ପ୍ରଦାୟର ଅନ୍ୟ ମହିଳା ଓ ପିଲାଏ ତାଙ୍କ ସମର୍ଥନ କରିଥିଲେ । ଏହାକୁ ନେଇ ଦୁଇ ସମୁଦାୟ ମଧ୍ୟରେ ଉତ୍ତେଜନା ସ୍ଥିତି ଉତ୍ପନ୍ନ ହୋଇଥିଲା । ଦୀର୍ଘ ସମୟ ଧରି ଦୁଇ ସମୁଦାୟ ମଧ୍ୟରେ କଥା କଟାକଟି ଚାଲିଥିଲା ।

ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ଦେଖି ସ୍ଥାନୀୟ କିଛି ଯୁବକ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ମିଳିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ସୋନକପୁର ପୋଲିସ ପହଞ୍ଚି ପଞ୍ଚାୟତ ଡକାଇଥିଲା । ପୋଲିସ ଉଭୟ ପକ୍ଷକୁ ବୁଝାଇବା ପରେ ଏହି ସମସ୍ୟାର ସମାଧାନ ହୋଇଥିଲା । ଆପୋଷ ବୁଝାମଣା ପରେ ମୁସ୍‌ଲିମ୍‌ ମହିଳା କାଉଡ଼ିଆଙ୍କ ପାଇଁ ରାସ୍ତା ଛାଡିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.