ETV Bharat / bharat

ଦେଶ ପାଳିଲା ମୁସଲିମ ମହିଳା ଅଧିକାର ଦିବସ

author img

By

Published : Aug 2, 2021, 6:44 AM IST

ସାରା ଦେଶରେ ପାଳିତ ହେଲା ମୁସଲିମ ମହିଳା ଅଧିକାର ଦିବସ । ଅଗଷ୍ଟ 1, 2019 ଦିନ କେନ୍ଦ୍ରର ମୋଦି ସରକାର ତ୍ରିପଲ ତଲାକ ନିରୋଧୀ ଆଇନ ପ୍ରଣୟନ କରିଥିଲେ । ଅଧିକ ପଢନ୍ତୁ...

ସାରା ଦେଶରେ ପାଳିତ ହେଲା ମୁସଲିମ ମହିଳା ଅଧିକାର ଦିବସ

ନୂଆଦିଲ୍ଲୀ: ସାରା ଦେଶରେ ପାଳିତ ହେଲା ମୁସଲିମ ମହିଳା ଅଧିକାର ଦିବସ । ଅଗଷ୍ଟ 1, 201 ଦିନ କେନ୍ଦ୍ରର ମୋଦି ସରକାର ତ୍ରିପଲ ତଲାକ ନିରୋଧୀ ଆଇନ ପ୍ରଣୟନ କରିଥିଲେ । ତେଣୁ ଏହି ଦିନକୁ ସଂଖ୍ୟାଲଘୁ ମହିଳାଙ୍କ ଅଧିକାର ଦିବସ ଭାବେ ପାଳନ କରୁଛି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନଖଭି,କେନ୍ଦ୍ର ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ ଓ ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଐତିହାସିକ ଆଇନ ଆଣି ମୁସଲିମ ମହିଳାଙ୍କ ଅଧିକାର ଫେରାଇଥିବା କହିବା ସହ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି ।

2019 ଅଗଷ୍ଟ 1 ତାରିଖରେ ମୋଦି ସରକାର ତିନି ତଲାକ ନିରୋଧୀ ଆଇନ ଆଣିଥିଲେ। ଏହା ଫଳରେ ଇସଲାମ ଧର୍ମରେ ପୂର୍ବରୁ ପ୍ରଚଳିତ 3 ତଲାକ ଛାଡପତ୍ର ପ୍ରଥାକୁ ନିଷେଧ କରାଯାଇଥିଲା । ଏହା ମୁସଲିମ ମହିଳାଙ୍କ ସ୍ବାଭିମାନ ଓ ଅଧିକାରର ପ୍ରସଙ୍ଗ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସେମାନଙ୍କ ହକ ପ୍ରଦାନ କରିଥିବା କହିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ ନକଭି। ସେହିପରି ଏହାକୁ ସେତେବେଳେ ସାରା ଦେଶରେ ମୁସଲିମ ମହିଳାମାନେ ସ୍ବାଗତ କରିଥିବା କହିଛନ୍ତି ନକଭି ।

ଏହି କାର୍ଯ୍ୟକ୍ରମରେ ଏହାକୁ ମୁସଲିମ ମହିଳା ଅଧିକାର ଦିବସ ଭାବେ ସାରା ଦେଶରେ ପାଳନ କରାଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ପାଳନ କରାଯାଇଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହି ଆଇନ ସମ୍ପର୍କିତ ସଚେତନତା ମଧ୍ୟ ସୃଷ୍ଟି କରାଯାଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ମହିଳାମାନଙ୍କୁ ଦୀର୍ଘ ସମୟର ସଂଘର୍ଷ ପରେ ସେମାନଙ୍କ ଅଧିକାର ମିଳିଥିଲା । ସେହିପରି ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଥିଲେ ମହିଳାମାନେ ପୂର୍ଣ୍ଣ ସ୍ବାଧୀନତାର ସହ ସେମାନଙ୍କ ଅଧିକାର ପାଇ ପାରିଲେ ହିଁ ସ୍ବାବଲମ୍ବୀ ହୋଇପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.