ETV Bharat / bharat

ରାମ କଥାକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କଲେ ମୁସଲିମ ଲେଖକ - ଉର୍ଦ୍ଦୁରେ ରାମ କଥା

ରାମ କଥାକୁ ଉର୍ଦ୍ଦୁରେ ଲେଖି ଚର୍ଚ୍ଚାରେ ଉତ୍ତର ପ୍ରଦେଶ ମୁସଲିମ ଲେଖକ ତିଲାତ ସିଦ୍ଦିକି । ଅଧିକ ପଢନ୍ତୁ...

ରାମ କଥାକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କଲେ ମୁସଲିମ ଲେଖକ

author img

By

Published : Mar 28, 2021, 8:38 PM IST

ଲକ୍ଷ୍ନୌ: 'ଗୁଲଶାନ ମେ ତୋ ସେହରା ମେ ତୋ ହାଓ୍ବା ରୋଶନ ହେ, ରାମ କେ ନାମ ସେ ଦୁନିଆ ଓ୍ବଫା ରୋଶନ ହେ ।' ଭଗବାନ ରାମଙ୍କ ଉପରେ ଲେଖାଯାଇଥିବା ଏ ହୃଦୟସ୍ପର୍ଶୀ ଧାଡି ଗୁଡିକ କୌଣସି ହିନ୍ଦୁ କବିଙ୍କ ଲେଖନୀର ସ୍ପର୍ଶ ନୁହେଁ ବରଂ ଏହା ଜଣେ ମୁସଲିମ୍ ଲେଖକଙ୍କ ଲେଖନୀ । ତିଲାତ ସିଦ୍ଦିକି ନାମକ ଜଣେ ମୁସଲମାନ ଲେଖକ ରାମ କଥାକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରିଛନ୍ତି ।

ତେବେ ତିଲାତ ଉର୍ଦ୍ଦୁରେ ପ୍ରଭୁ ରାମଙ୍କ ଉପରେ ଅନେକ ସାହିତ୍ୟିକ ଅନୁବାଦ କରିବା ସହ ସେ ଏହି ଲେଖା ମାଧ୍ୟରେ ପ୍ରଭୁ ରାମଙ୍କୁ ସମ୍ମାନ ଜଣାଇଛନ୍ତି । ସେ ଉତ୍ତର ପ୍ରଦେଶ କାନପୁରର ମୁସଲିମ ଜୁବଲି ବାଳିକା ଇଣ୍ଟର କଲେଜରେ ଅଧ୍ୟକ୍ଷତା କରୁଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ଲେଖକମାନଙ୍କ ସହ ମୁସଲମାନ ସମ୍ପ୍ରଦାୟର ବହୁ ସାହିତ୍ୟିକ ବ୍ୟକ୍ତି ପ୍ରଭୁ ରାମଙ୍କ ମୂଲ୍ୟବୋଧକୁ ଅନ୍ତରଙ୍ଗ ଭାବରେ ଗ୍ରହଣ କରିଛନ୍ତି ଏବଂ ପ୍ରଭୁ ରାମଙ୍କ ଆଦର୍ଶ, ବୀରତ୍ୱ ଏବଂ ବାର୍ତ୍ତାକୁ ସେମାନଙ୍କର ଲେଖା ମାଧ୍ୟମରେ ଜଣାଇଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ରାମ କଥାର ଲେଖକ ପଣ୍ଡିତ ବଦ୍ରି ନାରାୟଣ ତିଓ୍ବାରି ତାଙ୍କୁ ଉର୍ଦ୍ଦୁରେ ଅନୁବାଦ କରିବାକୁ କହିଥିଲେ । ସେ ତାଙ୍କ ପ୍ରେରଣାରେ ପ୍ରେରିତ ହୋଇ ରାମ କଥାକୁ 'ରାମ କଥା ଅର୍ ମୁସଲିମ ସାହିତ୍ୟକାର ସମଗ୍ର' ଲେଖିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.