ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଜଣେ ଇସଲାମ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଜଣଙ୍କ ସୁଫି ଖ୍ବାଜା ସଏଦ ଜରିଫ ଚିସ୍ତି ଓ ସେ ଆଫଗାନିସ୍ତାନର ମୂଳ ବାସିନ୍ଦା ବୋଲି ଜଣାପଡିଛି । 35 ବର୍ଷୀୟ ଧର୍ମଗୁରୁ ଚିସ୍ତି ଗତ କିଛି ଦିନ ହେବ ମହାରାଷ୍ଟ୍ରର ନାସିକ ସହରରେ ରହି ଆସୁଥିଲେ । ତେବେ ଗତକାଲି (ମଙ୍ଗଳବାର) ରାତିରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ସେ ସ୍ଥାନୀୟ ଅଞ୍ଚଳରେ ସୁଫି ବାବା ନାମରେ ପରିଚିତ ଥିଲେ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ତଦନ୍ତ ପରିସରଭୂକ୍ତ ରହିଛି । ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ସେ ରାସ୍ତାରେ ପଡିଥିବା ଅବସ୍ଥାରେ ଠାବ ହେବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ଲୋକେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ