ETV Bharat / bharat

ମହାଭାରତ ଟାଇଟଲ ଟ୍ରାକ ଗାଇଲେ ମୁସଲମାନ ବ୍ୟକ୍ତି; ଭିଡିଓ ଭାଇରାଲ, ଛୁଟିଲା ପ୍ରଶଂସାର ସୁଅ - viral video

ଜଣେ ମୁସଲମାନ ବ୍ୟକ୍ତି ମହାଭାରତ ଟାଇଟଲ ଟ୍ରାକକୁ ଅତି ସୁନ୍ଦର ଭାବେ ଗାଉଛନ୍ତି । ଭିଡିଓରେ ନା ଅଛି କୌଣସି ବିବାଦ, ନା କୌଣସି ଧର୍ମକୁ ଆଘାତ କଲା ଭଳି ଦୃଶ୍ୟ ରହିଛି । ଭିଡିଓଟି ଏକ ସୁନ୍ଦର ସନ୍ଦେଶ ଦେଉଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରୁଛି । ଅଧିକ ପଢନ୍ତୁ...

Muslim
Muslim
author img

By

Published : Sep 22, 2021, 7:10 PM IST

ହାଇଦ୍ରାବାଦ: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଆପଣ ପୂର୍ବରୁ ଅନେକ ଭିଡିଓ ଦେଖିଥିବେ । କିଛି ଭିଡିଓ ଆପଣଙ୍କୁ ମଜାଦାର ଲାଗିଥିବ । କିଛି ଭିଡିଓ ଆପଣଙ୍କୁ କଷ୍ଟ ଦେଇଥିବ । କିଛି ଭିଡିଓ ଆପଣଙ୍କୁ ପ୍ରେରଣା ମଧ୍ୟ ଯୋଗାଇଥିବ । କିନ୍ତୁ ଆମେ ଆପଣଙ୍କୁ ଯେଉଁ ଭିଡିଓ କଥା କହୁଛୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ ।

ମହାଭାରତ ଟାଇଟଲ ଟ୍ରାକ ଗାଇଲେ ସଂଖ୍ୟାଲଘୁ ବ୍ୟକ୍ତି; ଭିଡିଓ ଭାଇରାଲ, ପ୍ରଶଂସାର ସୁଅ

ଆଉ ଭିଡିଓ ଦେଖିଲା ପରେ ଆପଣ ନିଶ୍ଚିତ କହିବେ ବାଃ ବାଃ... ଏହା ହେଉଛି ଆମର ବିବିଧତା ମଧ୍ୟରେ ଏକତା । ଆଉ ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ର ପାଇଁ ଏହା କିଛି ନୂଆ ହୋଇନପାରେ । କିନ୍ତୁ ଆମେ ଯେ ଭାରତବାସୀ ଆଉ ଆମ ପରିଚୟ ହେଉଛି ଭାରତୀୟ ତାହା ଏହି ଭିଡିଓ ନିଶ୍ଚିତ କହୁଛି ।

ଭିଡିଓରେ ନା କୌଣସି ବିବାଦ ଅଛି । ନା କୌଣସି ଧର୍ମକୁ ଆଘାତ କଲା ଭଳି ଦୃଶ୍ୟ ରହିଛି । ଭିଡିଓଟି ଏକ ସୁନ୍ଦର ସନ୍ଦେଶ ଦେଉଛି । ଦୁଇ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରୁଛି ।

କାରଣ ଏବେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ତଥା ମୁସଲମାନ (ସଂଖ୍ୟାଲଘୁ ) ବ୍ୟକ୍ତି ସନାତନ ସଂସ୍କୃତିର ସୌର୍ଯ୍ୟ ତଥା ପ୍ରାଚୀନ ମହାଭାରତର ଟାଇଟଲ ଟ୍ରାକକୁ ଅତି ସୁନ୍ଦର ଭାବେ ପୁରା ଚମତ୍କାର ଶୈଳୀରେ ଗାଉଛନ୍ତି । ଗୋଟିଏ ଖୋଲା ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଛିଡା ହୋଇଛନ୍ତି । ପାଖରେ କିଛି ଲୋକ ଉପସ୍ଥିତ ଅଛନ୍ତି । ଆଉ ଏହି ଭିଡିଓ ଏବେ ଦୃତବେଗର ଭାଇରାଲ ହେବାରେ ଲାଗିଛି ।

ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ସାମାଜିକ କର୍ମକର୍ତ୍ତା, ଧାର୍ମିକ, ରାଜନୈତିକ ଓ ସାଧାରଣ ଲୋକ ଭିଡିଓ ଟିକୁ ସେୟାର କରିବାରେ ଲାଗିଛନ୍ତି । କେହି ଜଣେ ଟ୍ବିଟର ୟୁଜର ଏହି ଭିଡିଓକୁ ୨ ଦିନ ତଳେ ଏହାକୁ ଟ୍ବିଟ କରିଥିଲେ । ପରେ ଏହା ଗୋଟିଏ ମୋବାଇଲରୁ ଆଉ ଏକ ମୋବାଇଲକୁ ଡେଇଁବାରେ ଲାଗିଛି । ଯେ କେହି ଭିଡିଓ ଟିକୁ ଦେଖୁଛି ପ୍ରଶଂସା କରୁଛି ।

ତେବେ ଏହି ଭିଡିଓ ଟି କେଉଁ ସ୍ଥାନର । ଗାଉଥିବା ବ୍ୟକ୍ତି କିଏ ତାହା ସ୍ପଷ୍ଟ ହୋଇନାହିଁ । ଏହା ଏକ ଭାଇରାଲ ଭିଡିଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.