ETV Bharat / bharat

ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କଲେ ମୁସଲମାନ ବ୍ୟକ୍ତି

author img

By

Published : Oct 14, 2022, 8:34 PM IST

ଭାଇଚାରାର ଏହି ନିଆରା ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁରରେ । ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କଲେ ମୁସଲମାନ ବ୍ୟକ୍ତି । ଅଧିକ ପଢନ୍ତୁ

ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କଲେ ମୁସଲମାନ ବ୍ୟକ୍ତି
ହନୁମାନ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କଲେ ମୁସଲମାନ ବ୍ୟକ୍ତି

ଲକ୍ଷ୍ନୌ: ହିନ୍ଦୁ ଦେବତାଙ୍କ ମନ୍ଦିର ନିର୍ମାଣ ପାଇଁ ଜମି ପ୍ରଦାନ କଲେ ମୁସଲମାନ ବ୍ୟକ୍ତି । ଭାଇଚାରାର ଏହି ନିଆରା ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁରରେ । ଶାହାଜାହାନପୁରର ବାବୁ ଅଲି ନାମକ ଜଣେ ବ୍ୟକ୍ତି ହନୁମାନ ମନ୍ଦିର ନିର୍ମାଣ ପାଇଁ ଏକର ଜମି ପ୍ରଦାନ କରିଛନ୍ତି (hanuman temple in shahjahanpur ) ।

ମନ୍ଦିର ପାଇଁ ଖୋଜା ଚାଲିଥିଲା ଜମି

୨୪ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କାଚିଆନି ଖେଡା ଠାରେ ରାସ୍ତା ପ୍ରଶସ୍ତ ହେବା ସମୟରେ ୧୪୦ ବର୍ଷ ପୁରୁଣା ହନୁମାନ ମନ୍ଦିରକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଏହାର କାର୍ଯ୍ୟ ବର୍ତ୍ତମାନ ଦୃତ ଗତିରେ ଜାରି ରହିଛି । ମହାରାଷ୍ଟ୍ରର ଏକ କମ୍ପାନୀ ଦ୍ବାରା ହନୁମାନଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରାଯିବ । ତେବେ ମୂର୍ତ୍ତି କେଉଁଠି ସ୍ଥାପନ କରାଯିବ ସେନେଇ ଜମି ଖୋଜା ଚାଲିଥିଲା । ଏହି ସମୟରେ ହନୁମାନ ମନ୍ଦିର ନିକଟରେ ଥିବା କସବା ତିଲହରର ବାସିନ୍ଦା ବାବୁ ଅଲି ଙ୍କ ସେହି ସ୍ଥାନରେ ୩୦ ଏକର ଜମି ରହିଥିଲା । ଏହି ସମୟରେ ସେଠାରେ ମନ୍ଦିର ସ୍ଥାପନ ପାଇଁ ବ୍ୟକ୍ତି ଜଣଙ୍କୁ କୁହାଯିବା ପରେ ସେ ଏକ ଏକର ଜମି ମନ୍ଦିର ନର୍ମାଣ ପାଇଁ ପ୍ରଦାନ କରିଥିଲେ ।

ଏନେଇ ଜମି ମାଲିକ ବାବୁ ଅଲି କହିଛନ୍ତି ଯେ, '' ଜମି ପ୍ରଦାନ ପାଇଁ ତାଙ୍କୁ କୁହାଯିବା ପରେ ଏ ବିଷୟରେ ପରିବାରସହ ସେ ଆଲୋଚନା କରିଥିଲେ, ତା’ପରେ ସମସ୍ତେ ବଜରଙ୍ଗବାଲିଙ୍କ ନାମରେ ଜମି ଦେବାକୁ ରାଜି ହୋଇଥିଲେ । ହିନ୍ଦୁ ମୁସଲମାନ ଏକତାକୁ ଆହୁରି ସୁଦୃଢ କରିବା ପାଇଁ ବଜରଙ୍ଗ ବାଲି ନାମରେ ତାଙ୍କର ଏକ ଏକର ଜମି ପ୍ରଦାନ କରିଥିଲେ, ଯେଉଁଠାରେ ହନୁମାନଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନୀ କୋଷ୍ଟ ଗାର୍ଡ କବଳରୁ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ICG

ବଜରଙ୍ଗବାଲିଙ୍କ ନାମରେ ରେଜିଷ୍ଟ୍ରି କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ତିଲହର ଏସଡିଏମ ରାଶି କୃଷ୍ଣଙ୍କୁ ମନୋନୀତ କରାଯାଇଥିଲା ଏବଂ ସେ ଏହି ଜମିର ରେଜିଷ୍ଟ୍ରି ସମୟରେ ଉପସ୍ଥିତ ଥିଲେ । ଜମି ରେଜିଷ୍ଟ୍ରି ସରିବା ପରେ ବାବୁ ଅଲି ମନ୍ଦିର ସ୍ଥଳରେ ପହଞ୍ଚି ହନୁମାନଙ୍କ ମୂର୍ତ୍ତି ସମ୍ମୁଖରେ ଜମି କାଗଜାତ ହସ୍ତାନ୍ତର କରିଥିଲେ ।

ଏସଡିଏମ ରାଶି କୃଷ୍ଣ କହିଛନ୍ତି ଯେ ଜାତୀୟ ରାଜପଥର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ ହନୁମାନ ମନ୍ଦିରକୁ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସ୍ଥାନାନ୍ତର କରାଯିବ । ମୁଁ ମଧ୍ୟ ବାବୁ ଅଲିଙ୍କ ସହ ଜମି ପ୍ରଦାନ ନେଇ ପ୍ରଶାସନିକ ଅଧିକାରୀ ଏବଂ ତହସିଲ ଅଧିକାରୀଙ୍କ ମାଧ୍ୟମରେ ଅନେକ ଥର କଥା ହୋଇଥିଲି । ଜମି ପ୍ରଦାନ କରିଥିବାରୁ ବାବୁ ଅଲିଙ୍କୁ ଧନ୍ୟବାଦ । ମୂର୍ତ୍ତି ସମେତ ମନ୍ଦିରର ସମଗ୍ର ପ୍ରାଙ୍ଗଣକୁ ସ୍ଥାନାନ୍ତର କରିବାର କାର୍ଯ୍ୟ ଅତି ଦୃତ ଗତିରେ କରାଯାଉଛି । ଖୁବଶୀଘ୍ର ଏହା ଶେଷ ମଧ୍ୟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.