ମୁମ୍ବାଇ: ମହାରାଷ୍ଟ୍ର ୱାସିମ ଜିଲ୍ଲାରେ ନିଟ ପରୀକ୍ଷା (NEET Exam) ବେଳେ ହିଜାବକୁ ନେଇ ବିବାଦ । ସ୍ଥାନୀୟ ମାତୋଶ୍ରୀ ଶାନ୍ତାବାଇ ଗୋତେ କଲେଜରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ହିଜାବ ପରିଧାନ କରି ଆସିଥିବା ଜଣେ ସଂଖ୍ୟାଲଘୁ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରେ ହିଜାବ ହଟାଇବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାପ ପକାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ସମ୍ପର୍କୀୟ । ତେବେ ଏନେଇ ଏକ ଅଭିଯୋଗ ସ୍ଥାନୀୟ ୱାଶିମ ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଛି ।
ପୋଲିସରେ ଛାତ୍ରୀଙ୍କ ପରିବାର କରିଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ପରୀକ୍ଷା କେନ୍ଦ୍ରର ଅଧିକାରୀମାନେ ଛାତ୍ରୀଙ୍କୁ ହିଜାବ ଖୋଲିବାକୁ ବାଧ୍ୟ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏପରିକି ଛାତ୍ରୀଜଣଙ୍କ ଏପରି କରିବାକୁ ସହମତ ନହେଲେ ହିଜାବକୁ କଇଁଚିରେ କାଟିବାକୁ ସେମାନେ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ