ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି ଭାଇଚାରାର ଏକ ନିଆରା ଉଦାହରଣ । ଏକ ହିନ୍ଦୁ ବହୁ୍ଳ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଜଣେ ସଂଖ୍ୟାଲଘୁ ପ୍ରାର୍ଥୀ । ସମଗ୍ର ପଞ୍ଚାୟତରେ ହିନ୍ଦୁ ଲୋକ ବହୁଳ ମାତ୍ରାରେ ଥିବା ସତ୍ତ୍ବେ ମଧ୍ୟ ଇସଲାମ ସମ୍ପ୍ରଦାୟର ସଂଖ୍ୟାଲଘୁ ପ୍ରାର୍ଥୀ ହାଫିଜ ଅଜିମଉଦ୍ଦିନ ଖାନ ଉକ୍ତ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି । ନିର୍ବାଚନ ପ୍ରତିଦ୍ବନ୍ଦିତାରେ ଏକାଧିକ ପ୍ରାର୍ଥୀ ଥିବା ସତ୍ତ୍ବେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ସଂଖ୍ୟାଲଘୁ ପ୍ରାର୍ଥୀ ହାଫିଜ । ପରେ ସେ ନିଜ ବିଜୟ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଏହା ସାମ୍ପ୍ରଦାୟିକ ସଦ୍ଭାବନାର ବିଜୟ ବୋଲି କହିଛନ୍ତି ।
ଏହି ବିଜୟ ଲୋକଙ୍କ ସମର୍ଥନ ଓ ଭଲପାଇବା ବୋଲି ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ହାଫିଜ। ସ୍ଥାନୀୟ ଗ୍ରାମବାସୀ ଜଣେ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ବିଜୟୀ କରିବା ସାମ୍ପ୍ରଦାୟିକ ସଦ୍ଭାବନାର ଏକ ଉଦାହରଣ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ