ETV Bharat / bharat

Sharddha Murder Case: ଜବତ ହେଲା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର - ଶ୍ରଦ୍ଧା ହତ୍ୟା ମାମଲା

ଶ୍ରଦ୍ଧା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ (Murder weapon recovered in Sharddha Murder Case) । ମିଳିଲା ଶ୍ରଦ୍ଧାଙ୍କ ମୁଦି । ହତ୍ୟା କରିବା ପରେ ଅନଲାଇନ ଡେଟିଂରେ ସମ୍ପର୍କରେ ଆସିଥିବା ଯୁବତୀଙ୍କୁ ଉପହାର ଦେଇଥିଲା ଅଫତାବ । ସୁରଟରୁ ଧରା ହେଲା ଅଫତାବକୁ ଡ୍ରଗ୍ସ ଯୋଗାଉଥିବା ନିଶା ବେପାରୀ । ଅଧିକ ପଢନ୍ତୁ

Sharddha Murder Case: ଜବତ ହେଲା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର

author img

By

Published : Nov 28, 2022, 11:02 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଲାଗିଛି ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର । ହତ୍ୟା ପରେ ଅଭିଯୁକ୍ତ ଅଫତାବ ଏହି ମାରଣାସ୍ତ୍ରରେ ଶ୍ରଦ୍ଧାଙ୍କ ମୃତଦେହକୁ ଟୁକୁଡା ଟୁକୁଡା କରିଥିଲା (Murder weapon recovered in Sharddha Murder Case )। ତେବେ ଏହି ମାରଣାସ୍ତ୍ର ସହ ପୋଲିସ ଶ୍ରଦ୍ଧାଙ୍କ ରିଙ୍ଗ (ମୁଦି) ମଧ୍ୟ ଉଦ୍ଧାର କରିଛି (Murder weapon recovered in Sharddha Murder Case) ।

  • Shraddha murder case: Delhi Police recovered some weapons that were used to chop off Shraddha's body. Police have also recovered Shraddha's ring that Aftab had gifted to another girl whom he invited to his flat: Delhi Police Sources

    — ANI (@ANI) November 28, 2022 " class="align-text-top noRightClick twitterSection" data=" ">

ଶ୍ରଦ୍ଧାଙ୍କ ମୃତଦେହର ଅଂଶବିଶେଷ ଓ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଆଜି ପୋଲିସ ଅଫତାବକୁ ଡ୍ରଗ୍ସ ଯୋଗାଉଥିବା ନିଶା ବେପାରୀକୁ ମଧ୍ୟ ସୁରଟରୁ ଗିରଫ କରିବାରେ ସଫଳ ହୋଇଛି । ଏହାରି ମଧ୍ୟରେ କ୍ରମାଗତ ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାରେ ଲାଗିଛି ।

ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁସାରେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଏକ ଅନଲାଇନ ଡେଟିଂ ଆପ ମାଧ୍ୟମରେ ଅନ୍ୟ ଜଣେ ଯୁବତୀ ସହ ସମ୍ପର୍କରେ ଆସିଥିଲା । ଉକ୍ତ ଯୁବତୀକୁ ଶ୍ରଦ୍ଧାଙ୍କ ମୁଦି ଉପହାର ଆକାରରେ ଦେଇଥିଲା ଅଫତାବ । ତେବେ ଜେରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରିବା ଠାରୁ ଏହି ରିଙ୍ଗ ଉଦ୍ଧାର କରିଛି ପୋଲିସ ।

ଦିଲ୍ଲୀ ପୋଲିସ 14ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ଅଫତାବକୁ ରିମାଣ୍ଡରେ ଆଣି ଘଟଣାର ସମସ୍ତ ଦିଗ ଉପରୁ ପରଦା ହଟାଇବା ପାଇଁ ପ୍ରୟାସ କରିଥିଲା । ଅଭିଯୁକ୍ତକୁ ମୃତଦେହ ଅଂଶବିଶେଷ ଫିଙ୍ଗିଥିବା ସ୍ଥାନକୁ ନେଇ ସିନ ରିକ୍ରିଏସନ ମଧ୍ୟ କରିଥିଲା ପୋଲିସ । ସେହିପରି ତାକୁ ମାରାଥମ ଜେରା କରିବା ସହ ସେ ଶ୍ରଦ୍ଧା ସହିତ ରହୁଥିବା ଫ୍ଲାଟରେ ମଧ୍ୟ ଚଢାଉ କରି ଏକାଧିକ ସାମଗ୍ରୀ ଜବତ କରିସାରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.