ETV Bharat / bharat

ବିଚ ରାସ୍ତାରେ କୁଖ୍ୟାତ ଅପରାଧୀକୁ ହତ୍ୟା, CCTVରେ କଏଦ ଲାଇଭ ଦୃଶ୍ୟ - ହରିଶ ହତ୍ୟାକାଣ୍ଡ

କୁଖ୍ୟାତ ଅପରାଧୀ ହରିଶର ହତ୍ୟାକାଣ୍ଡ ସିସିଟିଭିରେ ହେଲା କଏଦ । ଦେଖନ୍ତୁ ଭିଡିଓ...

କୁଖ୍ୟାତ ଅପରାଧୀ ହରିଶକୁ ହତ୍ୟା,  CCTVରେ କଏଦ ଲାଇଭ ଦୃଶ୍ୟ

author img

By

Published : Aug 8, 2021, 4:08 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବନାସୱାଡି ପୋଲିସ ଷ୍ଟେସନ ନିକଟରେ ୫ ଜଣ ଗ୍ୟାଙ୍ଗଷ୍ଟର କୁଖ୍ୟାତ ଅପରାଧୀ ହରିଶଙ୍କୁ ହତ୍ୟା କରାଯାଇଛି । ଏହି ମାମଲାରେ 5 ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି । ସିସିଟିଭିରେ କଏଦ ହୋଇଛି ହରିଶ ହତ୍ୟାକାଣ୍ଡର ଭୟାନକ ଦୃଶ୍ୟ ।

କୁଖ୍ୟାତ ଅପରାଧୀ ହରିଶକୁ ହତ୍ୟା, CCTVରେ କଏଦ ଲାଇଭ ଦୃଶ୍ୟ

କର୍ଣ୍ଣାଟକ ବାସବେଶ୍ବର ଅଞ୍ଚଳର କୁଖ୍ୟାତ ଅପରାଧୀକୁ କୌଣସି ଏକ ମାମଲାରେ ଯାଞ୍ଚ ପାଇଁ ବନାସୱାଡି ପୋଲିସ ଷ୍ଟେସନକୁ ଡକାଯାଇଥିଲା । ଏହି ସମୟରେ ହରିଶକୁ ହତ୍ୟା କରାଯାଇଛି । ଅନ୍ୟତମ ଅପରାଧୀ ରକ୍ସିତ, ଅବିନାଶ, ଇନ୍ଦ୍ରଜିତ ମିଶି ହରିଶକୁ ହତ୍ୟା କରିଛନ୍ତି । ଏମାନଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଅନେକ ଅପରାଧିକ ମାମଲା ରହିଛି । ହରିଶ ରକ୍ସିତଙ୍କୁ ଡାକି କୌଣସି କାରଣରୁ ପୂର୍ବରୁ ଧମକାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ରକଶିତ ନିଜ ଗ୍ୟାଙ୍ଗ ସହିତ ଆସି ହରିଶକୁ ହତ୍ୟା କରିଥିଲା ।

ପୋଲିସ ଷ୍ଟେସନରୁ ବାହାରିବା ପରେ ହରିଶକୁ ସେମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ । ତେବେ ଏହି ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହରିଶର ହତ୍ୟାକାଣ୍ଡ ଘଟଣାରେ ପୋଲିସ 5 ଜଣଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.