ମୁମ୍ବାଇ: ସହରର ୪ଟି ସ୍ଥାନରେ ବୋମା ଥିବା ଖବର ପ୍ରଚାରିତ ହେବା ପରେ ୨ ଜଣଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ । ମୁମ୍ବାଇ ପୋଲିସର କହିବା ଅନୁସାରେ ଜଣେ ଅଜଣା ବ୍ୟକ୍ତି ସହରର ୩ଟି ରେଳ ଷ୍ଟେସନ ସହ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ମଧ୍ୟ ବୋମା ଥିବା ନେଇ ଫୋନ କରି କହିଥିଲା । ଯାହା ପରେ ଏକ ମିଛ କଲ୍ ବୋଲି ପ୍ରମାଣିତ ହୋଇଛି ।
‘‘ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖିଛି । ଶୁକ୍ରବାର ରାତିରେ ପୋଲିସକୁ କରାଯାଇଥିବା ମିଛ କଲ୍ ଯେଉଁଥିରେ ୪ଟି ସ୍ଥାନରେ ବୋମା ଥିବା ସେମାନେ କହିଥିଲେ ସେ ନେଇ ସେମାନଙ୍କୁ ପଚରା ଉଚରା କରାଯାଉଛି,’’ ବୋଲି ପୋଲିସ କହିଛି ।
ଶନିବାର ସକାଳେ ପୋଲିସ ମିଛ ଫୋନ୍ କଲ୍ କରିଥିବା ବ୍ୟକ୍ତିକୁ ଆମେ ଧରିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲା ।
ପୋଲିସ କହିଥିଲା ଯେ, ‘‘ଶୁକ୍ରବାର ରାତିରେ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଫୋନ୍ କଲ ଆସିଥିଲା । ଫୋନରେ କୁହାଯାଇଥିଲା ଯେ ମୁମ୍ବାଇର ୪ଟି ସ୍ଥାନରେ ବୋମା ରଖାଯାଇଛି । ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଦାଦର, ବାଇକୁଲ୍ଲା ରେଳ ଷ୍ଟେସନ ସହ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଥିବା ନେଇ ଖବର ମିଳିଥିଲା ।’’
ମୁମ୍ବାଇ ପୋଲିସ ସହ ରେଲୱେ ପୋଲିସ ଓ Bomb Squard ସମସ୍ତ ୪ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲେ କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳି ନଥିଲା ।
‘‘ତଦନ୍ତରୁ ଏହା ଏକ ମିଛ ଫୋନ୍ କଲ ବୋଲି ଜଣାପଡ଼ିଛି,’’ ବୋଲି କହିଛି ମୁମ୍ବାଇ ପୋଲିସ ।