ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ - ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ କଲ୍ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ

author img

By

Published : Jul 18, 2023, 12:11 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ । ଏନେଇ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ୍‌ ରୁମକୁ ଧମକପୂର୍ଣ୍ଣ କଲ୍ ଆସିଛି । କେହି ଅଜଣା ଦୁର୍ବୃତ୍ତ କଲ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ହତ୍ୟା କରିବାକୁ ଧମକ ଦେଇଛି । କଲ୍ କରିଥିବା ବ୍ୟକ୍ତି କହିଛି ଯେ, ମୋଦି ଓ ଯୋଗୀ ଟାର୍ଗେଟରେ ଅଛନ୍ତି । ଏହାସହିତ ୨୬/୧୧ ମୁମ୍ବାଇ ଆଟାକ୍‌ ଭଳି ଆଉ ଏକ ଆତଙ୍କୀ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ଧମକ ଦେଇଛି । ଏହି ଘଟଣା ପରେ ପୋଲିସ IPCର ଧାରା ୫୦୬ ଅଧିନରେ ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି ।

ଯାହା ସୂଚନା ମିଳିଛି, ଜୁଲାଇ ୯ ତାରିଖରେ ମୁମ୍ବାଇ ପୋଲିସ ଟ୍ରାଫିକ୍‌ ବିଭାଗ କଣ୍ଟ୍ରୋଲ ରୁମ୍‌କୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା । କଲ୍ କରିଥିବା ଲୋକ କହିଥିଲା ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଟାର୍ଗେଟରେ ଅଛନ୍ତି । ମୁମ୍ବାଇରେ ପୁଣି ବଡ଼ ଧରଣର ଆତଙ୍କୀ ହାମଲା ହେବ । ଏଥିପାଇଁ ବୋମା ଓ AK 47 ପଠାଯାଇଛି । ମୁମ୍ବାଇ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଅଜ୍ଞାତ ବ୍ୟକ୍ତିକୁ ଧରିବାକୁ ତଲାସି ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ସୀମା ହାଇଦର ମାମଲା: ଆତଙ୍କୀ ଲିଙ୍କ୍ ଖୋଳତାଡ ଆରମ୍ଭ କଲା ୟୁପି ATS

ଗତ ଜୁଲାଇ ୧୨ରେ ମୁମ୍ବାଇ ପୋଲିସ ଏଭଳି ଆଉ ଏକ ଧମକପୂର୍ଣ୍ଣ କଲ୍ ପାଇଥିଲା । କଲ କରିଥିବା ବ୍ୟକ୍ତି ଚେତାବନୀ ଦେଇଥିଲା ଯେ, ଯଦି ପାକିସ୍ତାନୀ ମହିଳା ସୀମା ହାଇଦରକୁ ତାଙ୍କ ଦେଶକୁ ପଠାନଯାଏ ତାହାହେଲେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭଳି ପୁଣି ଏକ ଆକ୍ରମଣ ହେବ । ସମ୍ପୃକ୍ତ ବ୍ୟକ୍ତି ଜଣକ ଊର୍ଦ୍ଧ୍ୱରେ କଥା ହୋଇଥିଲା । ଏହ କଲ୍ ପରେ ମୁମ୍ବାଇ ପୋଲିସ ଆଲର୍ଟ ହେବା ସହ ତଦନ୍ତ ଆରମ୍ଭ କରିଥିଲା । ଗତ କିଛି ମାସ ହେଲା ମୁମ୍ବାଇ ପୋଲିସକୁ ଲଗାତାର ଏଭଳି ଧମକପୂର୍ଣ୍ଣ କଲ୍ ଓ ମେସେଜ ଆସୁଥିବା ଦେଖାଯାଇଛି ।

କିଛି ଦିନ ତଳେ ଦାଦର ଜଙ୍କସନ ରେଳ ଷ୍ଟେସନରେ ବୋମା ଥିବା ନେଇ ଜଣେ ଯୁବକ ମିଛ ଖବର ପ୍ରଚାର କରିଥିଲେ । ଏହା ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳାଇ ଦେଇଥିଲା । ଗତ ରବିବାର ସନ୍ଧ୍ୟା ସାଢେ ୫ଟା ବେଳେ ଗୋଟିଏ ହୋଟେଲକୁ ଏହି ଧମକପୂର୍ଣ୍ଣ କଲ୍ ଆସିଥିବା ବେଳେ ପୋଲିସ ଛାନଭିନ୍ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.