ETV Bharat / bharat

Mumbai: ହୋଟେଲରେ ନିଆଁ ଲାଗି 3 ମୃତ, 2 ଗୁରୁତର ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Aug 27, 2023, 6:49 PM IST

ମୁମ୍ବାଇର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 3 ମୃତ । 2 ଗୁରୁତର ହସ୍ପିଟାଲରେ ଭର୍ତ୍ତି । ସଟସର୍କିଟ କାରଣକୁ କରାଯାଉଛି ସନ୍ଦେହ । ଅଧିକ ପଢନ୍ତୁ

ହୋଲେଟଲରେ ନିଆଁ ଲାଗି 3 ମୃତ, ଏକାଧିକ ଆହତ
ହୋଲେଟଲରେ ନିଆଁ ଲାଗି 3 ମୃତ, ଏକାଧିକ ଆହତ

ମୁମ୍ବାଇ: ସାନ୍ତାକ୍ରୁଜ ଅଞ୍ଚଳରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 3ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 3 ମୃତକଙ୍କ ପରିଚୟ ପୋଲିସ ସ୍ପଷ୍ଟ କରିଛି । ସେମାନେ 25 ବର୍ଷୀୟା ରୁପାଲ କାଞ୍ଜି, 28 ବର୍ଷୀୟ କିଶନ, 48 ବର୍ଷୀୟ କାନ୍ତିଲାଲ ଗର୍ଦ୍ଧନ ଭାରା ଭାବେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଶରୀର ଅନେକାଂଶ ପୋଡ଼ି ଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ହସ୍ପିଟାଲ୍‌ରେ 3ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତର ଏବେ ଚିକିତ୍ସାଧୀନ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସାନ୍ତାକ୍ରୁଜ-ପୂର୍ବ ଅଞ୍ଚଳର ପ୍ରଭାତ କଲୋନୀରେ ଥିବା ଏହି ହୋଟେଲର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଅପରାହ୍ନ ପ୍ରାୟ 1ଟା ବେଳେ ବିଲ୍ଡିଂର ତୃତୀୟ ମହଲାରୁ ନିଆଁ ଓ ଧୂଆଁ ଦେଖାଯିବା ପରେ ସ୍ଥାନୀୟ ଲୋକେ ଫାଏର ଟିମ୍‌କୁ ସୂଚନା ଦେଇଥିଲେ । ସ୍ଥାନୀୟ ଅଗ୍ନିଶମ ଟିମ୍‌ ନିଆଁ ଲିଭା କାର୍ଯ୍ୟ ସହ ହୋଟେଲରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । 4ଟି ଫାଏର ଟିମ୍‌ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ହେଲେ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା 3 ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ଅନ୍ୟ 2 ଗୁରୁତର ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ନିଆଁ ଆୟତକୁ ଆସିସାରିଛି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିଲେ ସୁଦ୍ଧା ଏହା ଏସିରୁ ସଟ୍‌ସର୍କିଟ୍‌ କାରଣ ପାଇଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ରୁମରେ ଥିବା ସୋଫା ଓ ଅନ୍ୟ କାଠ ସାମଗ୍ରୀକୁ ସହଜରେ ନିଆଁ ବ୍ୟାପିଯାଇଥିଲା । ଫଳରେ ରୁମରେ ଥିବା ଏହି 3ଜଣ ବାହାରକୁ ବାହାରି ପାରିନଥିଲେ । ଫାଏର ଟିମ୍‌ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କ ଶରୀର ଅନେକାଂଶ ପୋଡିଯାଇଥିଲା ।

ଏହା ମଧ୍ଯ ପଢନ୍ତୁ:-Honor killing in Muzaffarnagar: ନିଜ ଝିଅକୁ ହତ୍ୟା କଲେ ପିତାମାତା, ବାନ୍ଧିଲା ପୋଲିସ

ସହରାଞ୍ଚଳରେ ଘଟୁଥିବା ଅଗ୍ନିକାଣ୍ଡ ପ୍ରାୟତଃ ସଟସର୍କିଟ କାରଣରୁ ହୋଇଥିବା ଦେଖାଯାଏ । ସେହିପରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରିବା ବେଳେ ଅଗ୍ନି ନିରୋଧୀ ଜରୁରୀ ବ୍ୟବସ୍ଥା ନରଖିବା କାରଣରୁ ଅଗ୍ନିକାଣ୍ଡ ଘଟିଲେ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସମସ୍ୟା ଦେଖାଯାଏ । ଫଳରେ କିଛି ମାମଲାରେ ନିଆଁରେ ପୋଡିହୋଇ ଓ ଅନ୍ୟ କିଛି ମାମଲାରେ ଶ୍ବାସରୁଦ୍ଧ ହୋଇ ଲୋକଙ୍କର ପ୍ରାଣହାନୀ ହେବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.