ETV Bharat / bharat

ମାୟା ନଗରୀରେ ଲଗାଣ ବର୍ଷା, କାନ୍ଥ ଭୁଶୁଡି ଜଣେ ମୃତ

author img

By

Published : Jun 18, 2021, 6:37 AM IST

ମାୟା ନଗରୀରେ ଜାରି ରହିଛି ଲଗାଣ ବର୍ଷା । କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ....

Mumbai: One dies as wall collapses in Mulund amid heavy rains
ମାୟା ନଗରୀରେ ଲଗାଣ ବର୍ଷା ; କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ

ମୁମ୍ବାଇ: ମୌସୁମୀର ଆଗମନ ପରେ ମାୟା ନଗରୀରେ ଜାରି ରହିଛି ଲଗାଣ ବର୍ଷା । ଏଭଳି ସମୟରେ ମୁମ୍ବାଇ ମୁଲୁଣ୍ତ ଅଞ୍ଚଳରେ ଥିବା ଏକ କୋଠାର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି 35 ବର୍ଷିୟ ଦୀଲ୍ଲିପ ବର୍ମା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୁମ୍ବାଇର ଏଲବିଏସ ରୋଡ ମୁଲୁଣ୍ତ ଅଞ୍ଚଳରେ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ କୋଠା ଘରର କାନ୍ଥ ଭୁଶୁଡି ପଡିଥିଲା । ଘର ଭିତରେ ଥିବା ଦିଲ୍ଲୀପ ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳଳରୁ ତାଙ୍କୁ ଉଦ୍ଧାର କରାଯାଇ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁକ୍ରବାର ଏବଂ ଶନିବାର ଦିନ ମୁମ୍ବାଇ, ଥାନେ, ପାଲଘର ଏବଂ ରାୟଗଡ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ପୂର୍ବାନୁମାନ କରିଛି । ଗତ 24 ଘଣ୍ଟା ମଧ୍ୟରେ ରାୟଗଡରେ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ବୃଷ୍ଟିପାତ 17.23 ପ୍ରତିଶତ ହୋଇଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.