ETV Bharat / bharat

ପୂର୍ବାପେକ୍ଷା ମହାରାଷ୍ଟ୍ରରେ କମୁଛି କୋରୋନା; ଗୋଟିଏ ଦିନରେ 31643 ଚିହ୍ନଟ, 102 ମୃତ - new covid-19 cases

ସୋମବାର କୋରୋନା ଭାଇରସ ସଂକ୍ରମଣ 31 ହଜାର 643 ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ମିଶାଇ ଏବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା 27 ଲକ୍ଷ 45 ହଜାର 518କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୂର୍ବାପେକ୍ଷା ମହାରାଷ୍ଟ୍ରରେ କମୁଛି କୋରୋନା
ପୂର୍ବାପେକ୍ଷା ମହାରାଷ୍ଟ୍ରରେ କମୁଛି କୋରୋନା
author img

By

Published : Mar 30, 2021, 8:24 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ଭାଇରସ ଦ୍ବିତୀୟ ଲହରୀ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବାବେଳେ କୋରୋନା ଗ୍ରାଫରେ ଲାଗିଛି ସାମାନ୍ୟ ବ୍ରେକ । ସୋମବାର କୋରୋନା ଭାଇରସ ସଂକ୍ରମଣ 31 ହଜାର 643 ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ମିଶାଇ ଏବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା 27 ଲକ୍ଷ 45 ହଜାର 518କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରବିବାର ମହାରାଷ୍ଟ୍ରରେ 40,414 ନୂଆ ସଂକ୍ରମଣ ରିପୋର୍ଟ ହୋଇଥିଲା। ବିଭାଗ ଅନୁଯାୟୀ, ସୋମବାର ରାଜ୍ୟରେ କୋଭିଡର 102 ରୋଗୀଙ୍କ ମୃତ୍ୟୁ ହେବା ସହ ଏବେସୁଦ୍ଧା 54,283 ଆକ୍ରାନ୍ତ ଏହି ମାରାତ୍ମକ ଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର 20,854 ଆକ୍ରାନ୍ତ କୋରୋନାରୁ ସୁସ୍ଥ ହେବା ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ 3 ଲକ୍ଷ 36 ହଜାର 584 ପଜେଟିଭ ଚିକିତ୍ସିତ ହେଉଛନ୍ତି। ଏହାସହ ସୋମବାର ମୁମ୍ବାଇରେ 5 ହଜାର 890 ଟି ନୂଆ ପଜେଟିଭ ସଂକ୍ରମଣ ସାମ୍ନାକୁ ଆସିଥିବାବେଳେ 12 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ତେବେ ରାଜ୍ୟରେ ଦ୍ରୃତ ଗତିରେ ବଢୁଥିବା କୋରୋନା ସଂକ୍ରମଣକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଲକଡାଉନ ସଙ୍କେତ ଦେଇସାରିଛନ୍ତି । ସେ କହିଛନ୍ତି , ରାଜ୍ୟରେ ଯଦି ଲୋକମାନେ କୋଭିଡ ନିର୍ଦ୍ଦେଶନାମା ଠିକଭାବେ ପାଳନ ନକରନ୍ତି, ତେବେ ଲକଡାଉନ ଲାଗୁ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.