ମୁ୍ମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଗ୍ୟାଙ୍ଗ ସଦସ୍ୟ ତଥା ଘନିଷ୍ଠ ରିୟାଜ ଭଟ୍ଟିକୁ ଗିରଫ କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ (crime branch arrests Dawood Ibrahim's gang member ) । ରିୟାଜ ଭଟ୍ଟି ଛୋଟା ଶକିଳର ସମ୍ପର୍କୀୟ ସଲୀମ ଫ୍ରୁଟ୍ ଅନ୍ଧେରୀରେ ଜଣେ ବ୍ୟବୟାସୀଙ୍କୁ ଜୀବନରୁ ମାରି ଦେବାକୁ ଧମକଦେଇ ତାଙ୍କଠାରୁ ଗାଡ଼ି ଓ ୭ ଟଙ୍କା ଲୁଟ୍ କରିଥିଲେ । ଏହାକୁ ନେଇ ସମ୍ପୃକ୍ତ ବ୍ୟବସାୟୀ ବର୍ସୋବା ଥାନାରେ ଏତଲା ଦେଇଥିଲେ । ଏହି ମାମଲା ଯାଞ୍ଚ ବେଳେ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଅନ୍ଧେରୀରୁ ରିୟାଜକୁ ଗିରଫ କରିଛି ।
ଏହି ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ବର୍ତ୍ତମାନ ସଲୀମ ଫ୍ରୁଟ୍ର ରିମାଣ୍ଡ ପାଇଁ ଆବେଦନ କରିବ । ଏଥପାଇଁ NIA ଅଦାଲତରେ ଆବେଦନ ମଧ୍ୟ କରିଛି କ୍ରାଇମ୍ ବ୍ରାଞ୍ଚ । ବୁଧବାର ରିୟାଜ ଭଟ୍ଟିକୁ କୋର୍ଟରେ ହାଜର କରାଇବା ସହ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମ୍ ବ୍ରାଞ୍ଚ । ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ହେଉଛି ରିୟାଜ ଭଟ୍ଟି । କୁହାଯାଉଛି ସେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ୍ର ସଦସ୍ୟ ।
ରିୟାଜ ବିରୁଦ୍ଧରେ ଦାଦାବଟୀ, ଜମି ହଡ଼ପ, ଠକାମୀ, ଫାୟରିଂ ଭଳି ଅନେକ ମାମଲା ଅନେକ ଥାନାରେ ରୁଜୁ ହୋଇଛି । ରିୟାଜ କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ନକଲି ପାସ୍ପୋର୍ଟ ମଧ୍ୟ ତିଆରି କରିଛି । ଏହାଦ୍ବାରା ସେ ଦେଶ ବାହାରକୁ ଚମ୍ପଟ ହେବାକୁ ଯୋଜନା କରିଥିଲା । ତେବେ ଏହି ଯୋଜନାକୁ ପଣ୍ଡ କରିବା ସହ ତାକୁ ଗିରଫ କରିଛି ପୋଲିସ ।
ଗୋରେଗାଓଁରେ ରୁଜୁ ହୋଇଥିବା ଏକ ମାମଲାରେ ରିୟାଜ ଭଟ୍ଟି ସହ ପରମବୀର ସିଂହ ଓ ସଚିବ ବାଜେ ସହ ଅଭିଯୁକ୍ତ ଅଛନ୍ତି । ସୁତ୍ର ମୁତାବକ ଏବେବି ରିୟାଜ ରେସ୍ତୋରାଁ ଓ ବାର୍ଗୁଡ଼ିକ ଠାରୁ ଦାଦାବଟୀ ଆଦାୟ କରୁଥିଲା । ଏହାକୁ ନେଇ ମାମଲା ରୁଜୁ ହେବାପରେ ଫେରାର୍ ରହିଥିଲା ରିୟାଜ ଭଟ୍ଟି । ଏହି ମାମଲାରେ କୋର୍ଟ ରିୟାଜର ଆବେଦନକୁ ରଦ୍ଦ କରିଥିଲେ ।