ETV Bharat / bharat

Pornography Case: ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ - Mumbai court

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ । 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଦଳରେ ରାଜଙ୍କୁ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

Pornography case: ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

author img

By

Published : Sep 20, 2021, 6:13 PM IST

ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲା (Pornography case)ରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ । ରାଜଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଛନ୍ତି ରାଜ ।

ଅଶ୍ଳୀଳ ଭିଡିଓ ସୁଟି କରି ଏହାକୁ OTT ପ୍ଲାଟଫର୍ମରେ ରିଲିଜ କରିବା ମାମଲାରେ ଅଭିଯୁକ୍ତ ଅଛନ୍ତି ରାଜ କୁନ୍ଦ୍ରା । ଏନେଇ ଜୁଲାଇ 19ରେ ରାଜଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ପର୍ଣ୍ଣୋଗ୍ରାଫିକ ଚଳଚ୍ଚିତ୍ର ସୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ ।

ଫେବୃଆରୀ ୨୦୨୧ରେ ମାଲୱାନୀ ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରେଜିଷ୍ଟର କରିଥିଲା ଏକ ମାମଲା । ତଦନ୍ତ ସମୟରେ ଅନେକ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କୁ କାମ ଦେବା ନାଁରେ ବୋଲ୍ଡ ସିନ୍‌ କରିବାକୁ କହୁଥିଲେ ଏଥିରେ ଜଡିତ ବ୍ରୋକର । ପରେ ଏହା ସେମି ନ୍ୟୁଡ୍‌ ଆଡକୁ ବଢିଚାଲିଲା । ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

ମୁ୍ମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ପର୍ଣ୍ଣୋଗ୍ରାଫିର ଏହି ମାମଲାରେ ଗ୍ୟାଙ୍ଗର ଛାନଭିନ କରୁଥିବା ସମୟରେ ସାମ୍ନାକୁ ଆସିଥିଲା ରାଜ କୁନ୍ଦ୍ରାଙ୍କ ନାଁ । ଯାହାକୁ ନେଇ ୪ ଫେବୃଆରୀ ୨୦୨୧ରେ ମୁମ୍ବାଇର ମାଲୱାନୀ ଥାନାର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ବିରୋଧରେ କେସ ନମ୍ବର ୧୦୩/୨୦୨୧ରେ ମାମଲା ଦାଏର କରିଥିଲା । ରାଜଙ୍କ ବିରୋଧରେ ଲାଗିଥିଲା ଆଇପିସି ଧାରା ୨୯୨, ୨୯୩, ୪୨୦, ୩୪ ଦଫା । ଆଉ ଏହାସହିତ ଆଇଟି ଆକ୍ଟ ଆଧାରରେ ୬୭, ୬୭ଏ ଓ ଅନ୍ୟ ଧାରା ମଧ୍ୟ ଏଫଆଇଆରରେ ଲଗାଯାଇଥିଲା ।

ମାମଲା ଦାଏର ପରେ ରାଜଙ୍କ ବିରୋଧରେ ଠୋସ ପ୍ରମାଣ ସନ୍ଧାନରେ ଥିଲା ମୁମ୍ବାଇ ପୋଲିସ । ତାଙ୍କ ବିରୋଧରେ ଅଶ୍ଳୀଳ ଫିଲ୍ମ ସୁଟ୍‌ କରି କିଛି ଆପ ଜରିଆରେ ଏହାକୁ ପ୍ରସାରିତ କରିବା ଓ ସେୟାର କରିବା ଅଭିଯୋଗ ରହିଥିଲା । ଛାନଭିନରେ ମୁ୍ମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ପ୍ରମାଣ ଯାହା ରାଜଙ୍କ ଆଡକୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ଏହି କାରଣରୁ 19 ଜୁଲାଇ ରାତିରେ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.