ETV Bharat / bharat

ଗେଟ-ୱେ ଅଫ ଇଣ୍ଡିଆରେ ଫାଟ, ମନ୍ତ୍ରୀ କହିଲେ ତୁରନ୍ତ ମରାମତି ହେବ

author img

By

Published : Mar 9, 2023, 4:26 PM IST

ମୁମ୍ବାଇର ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆରେ ଫାଟ ନେଇ ସର୍ଭେରୁ ମିଳିଲା ତଥ୍ୟ । କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ କହିଲେ ତୁରନ୍ତ ମରାମତି ହେବ । ଅଧିକ ପଢନ୍ତୁ

ଇଣ୍ଡିଆ ଗେଟରେେ ଫାଟ, ସର୍ଭେରୁ ମିଳଲା ସୂଚନା
ଇଣ୍ଡିଆ ଗେଟରେେ ଫାଟ, ସର୍ଭେରୁ ମିଳଲା ସୂଚନା

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଅନ୍ୟତମ ପରିଚୟ ଐତିହାସିକ ଗେଟ-ଓ୍ବେ ଅଫ ଇଣ୍ଡିଆରେ ଫାଟ ସୃଷ୍ଟି ହୋଇଛି । ଗେଟ-ଓ୍ବେ ଅଫ ଇଣ୍ଡିଆର ଢାଞ୍ଚା ସର୍ଭେ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ଫାଟ ସମ୍ପର୍କରେ ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ମହାରାଷ୍ଟ୍ର ସରକାର । ଏହାକୁ ତୁରନ୍ତ ମରାମତି କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ହରିଦ୍ବୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର ସରକାରଙ୍କ ପ୍ରତ୍ନତାତ୍ବିକ ବିଭାଗ ଏହି ଐତିହାସିକ ଢାଞ୍ଚାର ସ୍ଥିତି ଅନୁଧ୍ୟାନ କରିଥିଲା । ଏଥିରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିବା ପରେ ତୁରନ୍ତ ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ରକୁ ମଧ୍ଯ ଅବଗତ କରାଯାଇଛି । ଅଡିଟ ରିପୋର୍ଟରେ ଏହା ଉଲ୍ଲେଖ ରହିଛି, ଏହି ଢାଞ୍ଚାର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଯେଉଁଥିରେ କିଛି ଓ୍ବାଟର ପ୍ରୁଫିଂ ସିଷ୍ଟମ ଓ ସିମେଣ୍ଟ କଂକ୍ରିଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଯାହା ଢାଞ୍ଚାକୁ ଦୁର୍ବଳ କରିପାରେ ।

ଏହା ପଢନ୍ତୁ: Delhi Excise policy scam: ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ରେ ଦିଲ୍ଲୀ ଡାକିଲା ସଂସ୍ଥା

ତେବେ ଏହା ଜଣାପଡିବା ପରେ କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ଯଦି ଏପରି ହୋଇଥାଏ ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଦିଗରେ ଧ୍ୟାନ ଦେବେ । ଖୁବଶୀଘ୍ର ସମ୍ପର୍କିତ ବିଭାଗକୁ ମରାମତି ପାଇଁ ନିର୍ଦ୍ଦେଶ ଦିଆଯିବ । ଦେଶର ଯେକୌଣସି ଐତିହ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସରକାରଙ୍କ ପ୍ରାଥମିକତା ଭାବେ ରହିଆସିଛି । ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁମ୍ବାଇ ଆସିଥିବା କେନ୍ଦ୍ରମନ୍ତ୍ରୀ ପୁରୀ ଏହି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ ।

ମୁମ୍ବାଇ ତଥା ତତ୍କାଳୀନ ବମ୍ବେ ପ୍ରେସିଡେନ୍ସିରେ ଏହି ଐତିହାସିକ ଢାଞ୍ଚାକୁ ଇଂରେଜଙ୍କ ଶାସନ କାଳରେ ନିର୍ମାଣ କରାଯାଇଥିଲା । ୧୯୧୧ରେ ତତ୍କାଳୀନ ବ୍ରିଟେନ ରାଜା ଜର୍ଜ-୫ମ (George V)ଙ୍କ ଭାରତ ଗସ୍ତ ସମୟରେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ରିଟିଶ ସରକାର ଏହାର ନିର୍ମାଣ ଆରମ୍ଭ କରିଥିଲେ । ଏହାର ନିର୍ମାଣ 1924ରେ ଶେଷ ହୋଇଥିଲା । ସେବେଠାରୁ ଏହା ଦକ୍ଷିଣ -ମୁମ୍ବାଇ ଉପକୂଳରେ ଆରବ ସାଗର ସାଗର ଜଳରାଶିର ବେଶ ନିକଟତର ହୋଇ ରହିଛି । ପ୍ରତିବର୍ଷ ମୁମ୍ବାଇ ଯାଉଥିବା ପର୍ଯ୍ୟଟକ ଏହି ଐତିହାସିକ ସ୍ମାରକୀକୁ ପରିଦର୍ଶନ କରିଥାନ୍ତି । ପ୍ରତିବର୍ଷ ନିୟମିତ ଭାବେ ଏହି ଢାଞ୍ଚାର ସୁରକ୍ଷା ମଧ୍ୟ ଅଡିଟ୍‌ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.