ETV Bharat / bharat

'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ - ଟଙ୍କା ବଦଳରେ ମୁମ୍ବାଇ ଏୟାରପୋର୍ଟ ବିସ୍ଫୋରଣ ଧମକ

ମୁମ୍ବାଇ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । ପୋଲିସ ପକ୍ଷରୁ ତଦନ୍ତ ଜାରି । ଅଧିକ ପଢନ୍ତୁ

ମୁମ୍ବାଇ ଏୟାରପୋର୍ଟରେ ବିସ୍ଫୋରଣ ଧମକ
ମୁମ୍ବାଇ ଏୟାରପୋର୍ଟରେ ବିସ୍ଫୋରଣ ଧମକ
author img

By ETV Bharat Odisha Team

Published : Nov 24, 2023, 9:05 AM IST

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । 'ଟଙ୍କା ଦିଅ ନଚେତ ଏୟାରପୋର୍ଟକୁ ଉଡାଇ ଦିଆଯିବ' ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଭୟର ବାତାବରଣ ସୃଷ୍ଟି ହେବା ସହ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ତଦନ୍ତ ଜାରି ରହିଛି ।

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (ସିଏସଏମଆଇଏ) ଆସିଛି ବିସ୍ଫୋରଣରେ ଉଡାଇ ଦିଆଯିବାର ଧମକ । କେହି ଜଣେ ଅଜଣା ବ୍ୟକ୍ତି ଇମେଲ ମାଧ୍ୟମରେ ଏଭଳି ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଛି । ଇ-ମେଲ ପଠାଇଥିବା ବ୍ୟକ୍ତି ଜଣକ 48 ଘଣ୍ଟା ମଧ୍ୟରେ ବିଟ୍‌ କଏନ୍‌ରେ 1 ମିଲିୟନ ଡଲାର ଦାବି କରିଛନ୍ତି ନଚେତ ବିମାନ ବନ୍ଦରକୁ ଉଡାଇ ଦେବା ନେଇ ଧମକ ଦେଇଛନ୍ତି । ତେବେ ଏନେଇ ସାହାର ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । quaidacasrol@gmail.com ଇମେଲ ଆଇଡିରୁ ଏହି ମେଲ୍‌ ଆସିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିବାକୁ ଧମକପୂର୍ଣ୍ଣ ମେଲ୍‌: ଉଡାଣ ବାତିଲ, 3 ଅଟକ

ଗୁରୁବାର ଦିନ ପାଖାପାଖି 11.06 ସୁଦ୍ଧା ମୁମ୍ବାଇ ଇଣ୍ଟରନେସନାଲ ଏୟାରପୋର୍ଟ ଲିମିଡେଟ(ଏମଆଇଏଏଲ) ଇନବକ୍ସରେ ଏହି ମେସେଜ ଆସିଥିଲା । ଏହି ଧମକପୂର୍ଣ୍ଣ ମେଲ୍ର ବିଷୟବସ୍ତୁ(ସବଜେକ୍ଟ)ରେ 'ବିସ୍ଫୋରଣ'(ବ୍ଲାଷ୍ଟ) ଲେଖାଯାଇଥିବା ବେଳେ ମେସେଜରେ ରହିଛି, "ଏୟାରପୋର୍ଟକୁ ଏହା ଶେଷ ଓ୍ବାର୍ଣ୍ଣିଂ । ଯଦି ଏକ ମିଲିୟନ ଡଲାର ବିଟକଏନ ଏହି ଠିକଣାରେ ଟ୍ରାନ୍ସଫର କରାନଯାଏ ତେବେ 48 ଘଣ୍ଟା ମଧ୍ୟରେ ଟର୍ମିନାଲ 2କୁ ବୋମାରେ ଉଡାଇ ଦିଆଯିବ । ଆଉ 24 ଘଣ୍ଟା ପରେ ଆଉ ଥରେ ଆଲର୍ଟ କରାଯିବ ।"

ତେବେ ଏଭଳି ଧମକପୂର୍ଣ୍ଣ ମେସେଜ ଆସିବା ପରେ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି । ପୋଲିସ ଇଣ୍ଟରନେଟ ପ୍ରୋଟୋକୋଲ(IP)କୁ ଟ୍ରାକ୍‌ କରି ତଦନ୍ତ ଜୋରଦାର କରିଛି । ସାହାରା ପୋଲିସ ଷ୍ଟେସନର ସାଇବର ସେକ୍ସନ ପୋଲିସ ଟ୍ରାକ କରିବା ସହ ଧମକ ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ତେବେ ଏନେଇ ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ନାଁରେ ଆଇପିସି ଧାରା 385(ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା ପାଇଁ କୌଣସି ବ୍ୟକ୍ତିକୁ କ୍ଷତି ହଞ୍ଚାଇବା କିମ୍ବା ଭୟଭୀତ କରିବା ପାଇଁ ପ୍ରୟାସ କରିବା) ଓ 505(1) (b) (ଜନସାଧାରଣଙ୍କ ପାଇଁ ଭୟ କିମ୍ବା ଆଲର୍ଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାରି କରାଯାଇଥିବା ବିବୃତ୍ତି) ଆଧାରରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.