ETV Bharat / bharat

MLA murder case: ମୁଖତାର ଓ ତାର ସାଂସଦ ଭାଇ ଅଫଜଲ ଅନସାରୀ ଦୋଷୀ ସାବ୍ୟସ୍ତ - ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

2005 ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ବାହୁବଳୀ ମୁଖତାର ଅନସାରୀ ଓ ସାଂସଦ ଭାଇ ଅଫଜଲ ଅନସାରୀ ଦୋଷୀ ସାବ୍ୟସ୍ତ । 10 ବର୍ଷର ଜେଲ ଦଣ୍ଡାଦେଶ ସହ 5ଲକ୍ଷ ଜୋରିମାନା । ଅଧିକ ପଢନ୍ତୁ

Etv Bharatkidnapping, murder case: ମୁଖତାର ଅନସାରୀକୁ 10 ବର୍ଷ ସଜ୍ଜା

author img

By

Published : Apr 29, 2023, 4:27 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ ଜଣେ ବାହୁବଳୀ ମାଫିଆ ରଜାନେତା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଜେଲରେ ଥିବା ବାହୁବଳୀ ମୁଖତାର ଅନସାରୀ ଓ ତାର ସାଂସଦ ଭାଇ ଅଫଜଲ ଅନସାରୀ ଆଜି ବହୁଚର୍ଚ୍ଚିତ 2005 ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗାଜିପୁରରେ ଏମପି ଏମଏଲଏ କୋର୍ଟ ଏହି ମାମଲାରେ ମୁଖତାର ଅନସାରୀକୁ 10 ବର୍ଷ କାରାଦଣ୍ଡ ଓ 5 ଲକ୍ଷ ଟଙ୍କାର ଜରିମାନା ଓ ତାର ସାଂସଦ ଭାଇ ଅଫଜଲ ଅନସାରୀଙ୍କୁ 4ବର୍ଷ ଜେଲ ଦଣ୍ଡିତ କରିଛନ୍ତି ।

ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖତାର ଅନସାରୀକୁ ଆଜି (ଶନିବାର) ଗାଜିପୁରରେ ଏମପି ଏମଏଲଏ କୋର୍ଟରେ ଭର୍ଚ୍ଚୁଆଲି ହାଜର କରାଯାଇଥିଲା । କୋର୍ଟଙ୍କ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ସେ ପୂର୍ବରୁ ଜେଲରେ ଥିବା ବେଳେ ବହୁଜନ ସମାଜବାଦୀ ପାର୍ଟିରୁ ସାଂସଦ ଥିବା ତାର ଭାଇ ଅଫଜଲ ଅନସାରୀକୁ ମଧ୍ୟ ପୋଲିସ କଷ୍ଟଡିକୁ ନେଇଛି ।

2005 ରେ ତତ୍କାଳୀନ ଘାଜିପୁର ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ବାହୁବଳୀ ରାଜନେତା ମୁଖତାର ଅନସାରୀ ଓ ତାର ଭାଇ ଅଫଜଲ ଅନସାରୀକୁ ଅଭିଯୁକ୍ତ ଦର୍ଶାଇଥିଲା ପୋଲିସ । ହତ୍ୟାର ଶିକାର ହୋଇଥିବା ତତ୍କାଳୀନ ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଲକା ରାୟ ଏହି ରାୟକୁ ସ୍ବାଗତ କରିବା ସହ ତାଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଥିବା କହିଛନ୍ତି । ଏବେ ଉତ୍ତର ପ୍ରଦେଶରେ ମାଫିଆଙ୍କ ରାଜ ଶେଷ ହୋଇଛି ବୋଲି ମଧ୍ୟ ଅଲକା କହିଛନ୍ତି ।

ଏହି ବର୍ଷ ମୁଖତାର ନାମରେ ପୋଲିସ 2001 ର ବହୁଚର୍ଚ୍ଚିତ ଉଶ୍ରି ଛଟ୍ଟି 'Usri Chatti' ଗ୍ୟାଙ୍ଗଓ୍ବାର ଘଟଣାରେ ମୋହମ୍ମଦାବାଦ ଥାନାରେ ଧାରା-302 ରେ ମାମଲା ରୁଜୁ କରିଥିଲା । ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥବା ମୁଖତାର ଅନସାରୀ ଏବେ ଜେଲରେ ରହିଛି । ଜାନୁଆରୀ 15 ରେ ପଞ୍ଜାବ ଜେଲରେ ଅନସାରୀକୁ ମିଳୁଥିବା ବିଶେଷ ସୁବିଧା ବନ୍ଦ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତାକୁ ଉତ୍ତର ପ୍ରଦେଶ ଜେଲକୁ ସ୍ଥାନନ୍ତରିତ ମଧ୍ୟ କରାଯାଇଥିଲା ।

ଗତବର୍ଷ ଡିସେମ୍ବର 15 ତାରିଖରେ ଅନସାରୀ ଓ ତାର ଅପରାଧିକ ସହଯୋଗୀ ଭୀମ ସିଂ 5ଟି ଅପହରଣ, ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଉଭୟଙ୍କୁ 10 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଗାଜିପୁର ଗ୍ୟାଙ୍ଗଷ୍ଟାର କୋର୍ଟ । 2003 ରେ ଜେଲରେ ଥିବା ବେଳେ ଜେଲର୍‌ଙ୍କ ମୁଣ୍ଡରେ ପିସ୍ତକ ଲାଗଇ ହତ୍ୟା ଧମକ ଦେବା ମାମଲାରେ ଗତବର୍ଷ ସେପ୍ଟେମ୍ବର 21 ରେ ମଧ୍ୟ ଅନସାରୀକୁ ଆହ୍ଲାବାଦ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.