ETV Bharat / bharat

100 ବିଲିୟନ କ୍ଲବରେ ମୁକେଶ ଅମ୍ବାନୀ, ବିଶ୍ବର 12ତମ ଧନୀ

author img

By ETV Bharat Odisha Team

Published : Jan 12, 2024, 1:42 PM IST

Mukesh Ambani Networth: 100 ବିଲିୟନ କ୍ଲବରେ ସାମିଲ ହେଲେ ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ

ମୁକେଶ ଅମ୍ବାନୀ
Mukesh Ambani Networth

ହାଇଦ୍ରାବାଦ: ଆଦାନୀଙ୍କ ପରେ ଅମ୍ବାନୀଙ୍କ ଲମ୍ବା ଡିଆଁ । ଗୌତମ ଆଦାନୀଙ୍କ ପରେ ମୁକେଶ ଅମ୍ବାନୀ ବିଶ୍ବର ଧନୀ ତାଲିକାରେ ସାମିଲ ହୋଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ 100 ବିଲେନିୟର୍ସ କ୍ଲବରେ (Centi-Billionaires - Global Tycoons) ସାମିଲ ହୋଇଛନ୍ତି। ଅର୍ଥାତ ମୁକେଶ ଅମ୍ବାନୀଙ୍କ ନାମ 100 ବିଲିୟନ କ୍ଲବରେ ସ୍ଥାନ ପାଇଛି । ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ନୂଆ ରେକର୍ଡ ହାସଲ କରିଛି । ସେୟାର ବଜାରରେ ରିଲାଏନ୍ସ ଷ୍ଟକ ବୃଦ୍ଧି କାରଣରୁ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସରେ ଏହି ତଥ୍ୟ ପ୍ରକାଶ ପାଇଛି ।

ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ପୂର୍ବ ଟ୍ରେଡିଂ ସମୟରେ 2.76 ବିଲିୟନ ଡ଼ଲାର ଆୟ ହୋଇଥିଲା । ଫଳରେ ସମ୍ପତ୍ତି 102 ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ସେ ବର୍ତ୍ତମାନ ବିଶ୍ବର ଧନୀ ତାଲିକାରେ 12 ନମ୍ବର ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟ ଯେ 100 ବିଲିୟନ ଡଲାର ସମ୍ପତ୍ତି ତାଲିକାରେ ବିଶ୍ବର କେବଳ 12 ଜଣ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି; ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ

ଗତ ଦୁଇଟି ଟ୍ରେଡିଂ ସେସନରେ ରିଲାଏନ୍ସ ଇଣ୍ଡ୍ରଷ୍ଟିଜର ସେୟାର 5.4 ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । ଏହି କାରଣରୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଗତକାଲି ଅର୍ଥାତ ଗୁରୁବାର ଟ୍ରେଡିଂ ସେସନରେ ରିଲାଏନ୍ସର ସେୟାର ମୂଲ୍ୟ 3 ପ୍ରତିଶତ ବୃଦ୍ଧି ହୋଇ 2,724.95କୁ ବୃଦ୍ଧି ପାଇଥିଲା । ଏହାପରେ ପୁଣି 2.58 ପ୍ରତିଶତ ବୃଦ୍ଧି ପାଇ 2,718.40 ଟଙ୍କା ହୋଇଥିଲା ।

ଜିଓ ଫାଇନେନସିଆଲ ସର୍ଭିସ ସେୟାର ବୃଦ୍ଧି: ଗତ 1 ମାସ ମଧ୍ୟରେ ରିଲାଏନ୍ସ ଇଣ୍ଡ୍ରଷ୍ଟିଜ ସେୟାରରେ 12 ପ୍ରତିଶତ ଅଭିବୃଦ୍ଧି ହୋଇଛି । ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିର ବଜାର ପୁଞ୍ଜି 18.40 ଲକ୍ଷ କୋଟି ଟଙ୍କା ରହିଛି । RIL ରୁ ଅଲଗା ହୋଇଥିବା ଅମ୍ବାନୀଙ୍କ ଜିଓ ଫାଇନାସସିଆଲ ସର୍ଭିସ (JFSL) କମ୍ପାନୀର ସେୟାର ମଧ୍ୟ ବୃଦ୍ଧି ପାଇଛି । ଏହା ଦ୍ବାରା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ଅଣ NBFC 4.6 ପ୍ରତିଶତରୁ ଅଧିକ ଲାଭ ହୋଇ 251.50 ଟଙ୍କାରେ ପହଞ୍ଚିଥିଲା ।

ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ଟେସଲା ସିଇଓ ଏଲନ ମସ୍କ ବିଶ୍ବର ସବୁଠାରୁ ଧନୀ ତାଲିକାରେ ରହିଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ 212 ବିଲିୟନ ଡଲାର ରହିଛି । କିନ୍ତୁ 2024 ଆରମ୍ଭରେ ତାଙ୍କ ସମ୍ପତ୍ତି 17 ବିଲିୟନ ଡଲାର ହ୍ରାସ ପାଇଥିଲା । ମାଜନର ଜେଫ୍ ବେଜୋସଙ୍କ ସମ୍ପତ୍ତି 180 ବିଲିୟନ ଡଲାର୍ ରହିଛି । 164 ବିଲିୟନ ଡଲାର ସହିତ ମ୍ୟାଗ୍ନେଟ୍ ବର୍ଣ୍ଣାଡ ଆର୍ନାଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ବିଲିୟନେୟାର ଗୌତମ ଆଦାନୀ 146.2 ବିଲିୟନ ଡଲାର ସହିତ 14 ତମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.