ETV Bharat / bharat

ଲଣ୍ଡନ ସ୍ଥାନାନ୍ତରଣକୁ ଖଣ୍ଡନ କଲେ ଅମ୍ବାନୀ, ଜୋର ଧରିଥିଲା ଚର୍ଚ୍ଚା - ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ

ଲଣ୍ଡନକୁ ସ୍ଥାନାନ୍ତରଣ ହେଉଥିବା ରିପୋର୍ଟକୁ ଭିତ୍ତିହୀନ କହିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସେ ଲଣ୍ଡନରେ ୩୦୦ କୋଟି ଟଙ୍କାର ସମ୍ପତ୍ତି କିଣିବା ପରେ ଦେଶ ଛାଡୁଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଅଧିକ ପଢନ୍ତୁ...

UK ସ୍ଥାନାନ୍ତରଣକୁ ଖଣ୍ଡନ କଲେ ଅମ୍ବାନୀ ପରିବାର, କିଣିଥିଲେ ୩୦୦ କୋଟିର ସମ୍ପତ୍ତି

author img

By

Published : Nov 6, 2021, 8:05 PM IST

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ପରିବାର ଦେଶ ଛାଡ଼ି ଲଣ୍ଡନରେ ରହିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁକେଶ । ସେମାନେ ଏଭଳି ଭିତ୍ତିହୀନ ରିପୋର୍ଟକୁ ଶୁକ୍ରବାର ଖଣ୍ଡନ କରିଛନ୍ତି । ତେବେ ମୁକେଶ ଅମ୍ବାନୀ ଲଣ୍ଡନରେ ୩୦୦ କୋଟିର ସମ୍ପତ୍ତି କିଣିବା ପରେ ଅମ୍ବାନୀ ପରିବାର UK ସ୍ଥାନାନ୍ତରଣକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା ।

ଅମ୍ବାନୀ ପରିବାର ଲଣ୍ଡନର Stoke Parkରେ ରହିବାକୁ ଯୋଜନା କରୁଥିବା କିଛି ରିପୋର୍ଟରେ ପ୍ରକାଶ ପାଇଥିଲା । କିନ୍ତୁ ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଅମ୍ବାନୀ ଓ ପରିବାର ଲଣ୍ଡନ କିମ୍ବା ବିଶ୍ବର କୌଣସି ସ୍ଥାନରେ ରହିବାକୁ ଯୋଜନା କରୁନଥିବା କମ୍ପାନୀ ନିଜ ବିବୃତିରେ ସୂଚନା ଦେଇଛି । ଚଳିତ ବର୍ଷ ଏପ୍ରିଲରେ ରିଲାଏନ୍ସ (RIL) 57 ମିଲିୟନ୍ ପାଉଣ୍ଡ ବା ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ଷ୍ଟୋକ୍ ପାର୍କ କିଣିଥିଲା । ଏହି ସ୍ଥାନଟି 1908 ମସିହା ପର୍ଯ୍ୟନ୍ତ ଏକ ଘରୋଇ ନିବାସ ଭାବରେ ବ୍ୟବହୃତ ହୋଇଥିଲା ।

ରିଲାଏନ୍ସ କହିଛି ଯେ ଏହାର ଐତିହ୍ୟ ସମ୍ପତ୍ତିକୁ କିଣିବାର ଉଦ୍ଦେଶ୍ୟ ହେଉଛି ଯେ ଏହାକୁ ଏକ ପ୍ରିମିୟର ଗଲ୍ଫିଂ ଏବଂ କ୍ରୀଡା ରିସର୍ଟ ଭାବରେ ବ୍ୟବହାର କରିବ । ସେପଟେ ଏଠାରେ ସମସ୍ତ ସ୍ଥାନୀୟ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଷ୍ଟୋକ ପାର୍କ ହେଉଛି ଏକ ବିଳାସପୂର୍ଣ୍ଣ ସ୍ପା, ହୋଟେଲ, ଗଲ୍ଫ କୋର୍ସ ସହିତ ଚଳଚ୍ଚିତ୍ର ତାରକା, ଖେଳାଳୀ ଏବଂ ଧନିକ ଶ୍ରେଣୀର ବ୍ୟକ୍ତିମାନଙ୍କ ସମୟ ଅତିବାହିତ ସ୍ଥାନ । ଅନ୍ୟପଟେ ଚଳଚ୍ଚିତ୍ର ସୁଟିଂ ପାଇଁ ଏହା ମଧ୍ୟ ଏହା ଏକ ଲୋକପ୍ରିୟ ସ୍ଥାନ ବୋଲି ଜଣାପଡ଼ିଛି ।

ଅବକାଶ ସମୟରେ ଲଣ୍ଡନରେ ଅନେକ ଭାରତୀୟ ବ୍ୟବସାୟୀଙ୍କ ସମେତ ସୁନିଲ ମିତ୍ତଲ, Hindujas, ଅନିଲ ଅଗ୍ରୱାଲ ସମୟ ବିତାଇଥାନ୍ତି । ଅମ୍ବାନୀ ପରିବାର ମଧ୍ୟ ଗତ ୨୦୨୦ ମସିହାରେ ଲଣ୍ଡନର ହେକଫିଲ୍ଡରେ କିଛି ଘନିଷ୍ଠ ବନ୍ଧୁଙ୍କ ସହିତ ସମୟ ବିତାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.