ETV Bharat / bharat

Manipur violence: 29ରୁ ଦୁଇ ଦିନିଆ ମଣିପୁର ଗସ୍ତ କରିବ INDIA ମେଣ୍ଟ ପ୍ରତିନିଧି ମଣ୍ଡଳୀ

author img

By

Published : Jul 27, 2023, 4:47 PM IST

29ରୁ ଦୁଇ ଦିନିଆ ଦିନିଆ ମଣିପୁର ଗସ୍ତ କରିବ INDIA ମେଣ୍ଟ ସାଂସଦଙ୍କ ଟିମ୍‌ । 26ଟି ବିରୋଧୀ ଦଳରୁ ରହିବେ ପ୍ରତିନିଧି । ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଗସ୍ତ ମଝିରୁ ଫେରାଇ ଦେଇଥିଲା ମଣିପୁର ପୋଲିସ । ଅଧିକ ପଢନ୍ତୁ

Manipur: 29ରୁ ଦୁଇ ଦିନିଆ ମଣିପୁର ଗସ୍ତ କରିବ INDIA ମେଣ୍ଟ ସାଂସଦଙ୍କ ଟିମ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦ ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ଅଚଳ ହୋଇପଡିଛି । ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଗୃହକାର୍ଯ୍ୟ ଚଳାଇ ଦେଉନାହାନ୍ତି । ଏହାରି ମଧ୍ୟରେ ନବଗଠିତ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସଦସ୍ୟ ଦଳଙ୍କ ସାଂସଦଙ୍କ ଏକ ପ୍ରତିନିଧି ଟିମ୍‌ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବାକୁ ଯାଉଛି । 29 ଓ 30 ତାରିଖ ଦୁଇ ଦିନ ଏହି ବିରୋଧୀ ପ୍ରତିନିଧି ମଣ୍ଡଳୀ ମଣିପୁରର ଏକାଧିକ ସ୍ଥାନ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ଏହି ଦୁଇ ଦିନିଆ ଗସ୍ତ ସମୟରେ ବିରୋଧୀ ପ୍ରତିନିଧି ଟିମ୍‌ ଏକାଧିକ ହିଂସା ପ୍ରଭାବିତ ଅଞ୍ଚଳର ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବା ସହ ହିଂସା ପ୍ରଭାବିତଙ୍କ ସହ ଆଲୋଚନା କରିବ । ପରେ ସେମାନେ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ମଧ୍ୟ ସାକ୍ଷାତ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ହେଲେ ଏହି ଗସ୍ତକୁ ଅନୁମତି ମିଳିବ କି ନାହିଁ ସେନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ମଣିପୁର ଗସ୍ତ ପାଇଁ ବିରୋଧୀ ମେଣ୍ଟ ଗଠନ କରିଥିବା ପ୍ରତିନିଧି ଟିମ୍‌ରେ ସମସ୍ତ 26ଟି ଦଳର ଜଣେ ସଦସ୍ୟ ରହିବେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ପ୍ରସ୍ତାବ ରଖିଥିଲେ । ମମତା ପୂର୍ବରୁ ନିଜେ ମଧ୍ୟ ମଣିପୁର ଗସ୍ତ କରିବା ପାଇଁ ଅନୁମତି ମାଗି ନିରାଶ ହୋଇଛନ୍ତି । ଏବେ ବିରୋଧୀ ମେଣ୍ଟ ପ୍ରତିନିଧି ମଣିପୁର ଗସ୍ତ କରିବାକୁ ଯାଉଛନ୍ତି ।

ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତରେ ଯାଇଥିଲେ । ହେଲେ ସେତେବେଳେ ତାଙ୍କୁ ମଣିପୁର ପୋଲିସ ପକ୍ଷରୁ ବାରଣ କରାଯାଇଥିଲା । ସେ ରାଜଧାନୀ ଇମ୍ଫାଲରୁ ସର୍ବାଧିକ ହିଂସା ପ୍ରଭାବିତ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତ କରୁଥିବା ବେଳେ ତାଙ୍କୁ ବିଷ୍ଣୁପୁର ନିକଟରେ ପୋଲିସ ଟିମ୍‌ ରୋକିବା ସହ ଆଗକୁ ବଢ଼ିବା ପାଇଁ ଅନୁମତି ଦେଇନଥିଲେ । ଫଳରେ ରାହୁଲଙ୍କ ସହ ଥିବା ସ୍ଥାନୀୟ କଂଗ୍ରେସ ନେତାଙ୍କ ଏହି ଟିମ ରାଜଧାନୀ ଇମ୍ଫାଲ ଫେରିଥିଲେ । ସେଠାରୁ ସେ ଦିଲ୍ଲୀ ଫେରି ଆସିଥିଲେ । ଏବେ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟର ପ୍ରତିନିଧି ଟିମ ମଧ୍ୟ ମଣିପୁର ଗସ୍ତରେ ବାହାରିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଗସ୍ତରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:-Monsoon session: ‘ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖିଛୁ’

ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଣିପୁରର ଦୁଇ ଯୁବତୀଙ୍କୁ ଉଲଗ୍ନ କରି ସଂଘବଦ୍ଧ ଯୌନ ନିର୍ଯାତନା ଦିଆଯିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ସମଗ୍ର ଦେଶରେ ମଣିପୁର ପ୍ରସଙ୍ଗରେ ଉଦବେଗ ପ୍ରକାଶ ପାଇଥିଲା । ମୌସୁମୀ ଅଧିବେଶନ ଆରମ୍ଭ ହେବାପରେ ଏହି ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା କରିବା ସହ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ କଡ଼ା ସମାଲୋଚନା କରିଥିଲେ । ସଦନରେ ପ୍ରଧାନମନ୍ତ୍ରୀ ବିବୃତ୍ତି ନରଖିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ବିରୋଧୀ ଦଳମାନେ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.