ETV Bharat / bharat

Jaivilas Palace: ୮୦ ହଜାରରେ ରାଜମହଲ ଠିଆ କଲେ ମଧ୍ୟପ୍ରଦେଶ ଯୁବକ

author img

By

Published : Apr 3, 2022, 4:43 PM IST

ମଧ୍ୟପ୍ରଦେଶ ମୋରନା ନିକଟ ଉତ୍ତମପୁରା ଅଞ୍ଚଳର ଯୁବକ ସତପାଲ ସିଂ । ସେ ନିଜସ୍ବ ଉଦ୍ୟମରେ ୮୦ ହଜାର ଟଙ୍କା ବ୍ୟୟରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାଜମହଲର ଏକ ଅବିକଳ ମଡେଲ ତିଆରି କରିବାରେ ସକ୍ଷମ ହୋଇପାରିଛନ୍ତି । ଏହା ଯେପରି ରାଜମହଲର ପ୍ରତିବିମ୍ବ ଭଳି ଦୃଶ୍ୟମାନ ହେଉଛି । ଅଧିକ ପଢନ୍ତୁ

Jaivilas Palace: ୮୦ ହଜାରରେ ରାଜମହଲ ଠିଆ କଲେ ମଧ୍ୟପ୍ରଦେଶ ଯୁବକ
Jaivilas Palace: ୮୦ ହଜାରରେ ରାଜମହଲ ଠିଆ କଲେ ମଧ୍ୟପ୍ରଦେଶ ଯୁବକ

ଭୋପାଳ: ନାମ ସତପାଲ ସିଂ ରୋହତାକ । ଘର ମଧ୍ୟପ୍ରଦେଶ ମୋରନା ନିକଟ ଉତ୍ତମପୁରା ଅଞ୍ଚଳରେ । ଇଚ୍ଛା ଥିଲା ଇଞ୍ଜିନିୟରଟିଏ ହେବେ । ହେଲେ ଆର୍ଥିକ ଅନଟନ ପାଇଁ ନିଜକୁ ସ୍ବପ୍ନକୁ ଦେଇଥିଲେ ଜଳାଞ୍ଜଳି । ମାତ୍ର ତାଙ୍କ ରକ୍ତରେ ପ୍ରବାହିତ ହେଉଥିଲା ଇଞ୍ଜିନିୟରର କଳା । ଶିକ୍ଷାକ୍ଷେତ୍ରରେ ସେ ଏହି ଡିଗ୍ରୀ ହାସଲ କରିପାରିଲେ ନାହିଁ ସତ, କିନ୍ତୁ ତାଙ୍କ କାର୍ଯ୍ୟ ଆଜି ତାଙ୍କୁ ଦେଇଛି ଏକ ଅନନ୍ୟ ପରିଚୟ । ସେ ନିଜସ୍ବ ଉଦ୍ୟମରେ ଠିଆ କରିପାରିଛନ୍ତି ଗ୍ବାଲିୟରରେ ଥିବା ଜୟବିଳାସ ରାଜ ପ୍ରାସାଦ(Jaivilas Palace)ର ଏକ ମଡେଲ । ଆପଣ ଏହି ମଡେଲକୁ ଜୁମ କରିଦେଖିଲେ ଭ୍ରମରେ ପଡିଯିବେ ଏହା ସତରେ ରାଜପ୍ରାସାଦ ତ ନୁହେଁ !

ସିନ୍ଧିଆ ପରିବାରର ଡାଇନିଂ ହଲ
ସିନ୍ଧିଆ ପରିବାରର ଡାଇନିଂ ହଲ
  • କିପରି ତିଆରି କଲେ ରାଜମହଲ ?

ସତପାଲଙ୍କ ପିତା ଟେଲର କାମ କରନ୍ତି । ଏଥିରେ ସେ ତାଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । ସେ ପିଲାଟି ଦିନରୁ କାଠରେ ଐତିହାସିକ ପ୍ରାସାଦ ଗୁ଼ଡିକର ମଡେଲ ଗୁଡିକୁ ତିଆରି କରିଆସୁଛନ୍ତି । ତାଙ୍କର ଏହି କାରୁକାର୍ଯ୍ୟରେ ଏବେ ସ୍ଥାନ ପାଇଛି ସିନ୍ଧିଆ ରାଜପରିବାରର ଜୟବିଳାସ ମହଲ । ଏହି ରାଜମହଲ ଏବେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟର ମାଲିକାନାରେ ରହିଛି । ଏହି ମଡେଲ ସତପାଲ ରାଜମହଲର ସମସ୍ତ କୋଠରୀ ସମେତ ଏହା ପରିସରରେ ଥିବା ଗଛ, ବଗିଚା, ଆଲୋକମାଳାକୁ ମଧ୍ୟ ନିର୍ମାଣ କରିଛନ୍ତି । ଏହି ମଡେଲ ଅବିକଳ ରାଜମହଲ ହୋଇଥିବା ବେଳେ ଯେପରି ରାଜମହଲର ପ୍ରତିବିମ୍ବ(mirror image of the real palace)ଭଳି ଦୃଶ୍ୟମାନ ହେଉଛି ।

ପତ୍ନୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

  • ନିର୍ମାଣ ପାଇଁ ଲାଗିଥିଲା ୧ ବର୍ଷ:-

ସତପାଲଙ୍କୁ ଏହି ମଡେଲକୁ ତିଆରି କରିବା ପାଇଁ ପ୍ରାୟ ୧ ବର୍ଷ ସମୟ ଲାଗିଥିଲା । ଏହାର ଉଚ୍ଚତା ୯ ଫୁଟ ରହିଥିବା ଓସାର ମଧ୍ୟ ୯ ଫୁଟ ରହିଛି । ଏହି ଜୟବିଳାସ ରାଜପ୍ରାସାଦକୁ ତିଆରି କରିବା ପାଇଁ ସେ ଦୈନିକ ୫ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ । ଏଥିଲାଗି ସେ ପ୍ରାୟ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । ସତପାଲ ଏହି ମଡେଲକୁ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ ଉପହାର ଆକାରରେ ଦେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏହା ରାଜ୍ୟର ସବୁଠୁ ପୁରାତନ ତଥା ସବୁଠୁ ଅଧିକ ଅତ୍ୟାଧୁନିକ ଅଟ୍ଟାଳିକା ବୋଲି ବିଶ୍ବାସ କରନ୍ତି ସତପାଲ ।

ଜୟବିଳାସ ପ୍ରାସାଦର କାରୁକାର୍ଯ୍ୟ ଉଚ୍ଚକୋଟୀର । ଏହାକୁ ବର୍ତ୍ତମାନ ସମୟରେ କେହି ପୁନଃ ନିର୍ମାଣ କରିପାରିବେ ନାହିଁ ବୋଲି ସତପାଲ କହିଛନ୍ତି । ଏଥିଲାଗି ସେ ଏହାର ଏକ ଅବିକଳ ମଡେଲଟିଏ ତିଆରି କରିବାକୁ ମନ ବଳାଇଥିଲେ ଏବଂ ସଫଳତାର ସହିତ ଏହାକୁ କରି ଦେଖାଇଛନ୍ତି ମଧ୍ୟ ।

  • ଜୟବିଳାସ ରାଜପ୍ରାସାଦ ?

ମଧ୍ୟପ୍ରଦେଶର ଗ୍ବାଲିୟରରେ ଜୟବିଳାସ ରାଜପ୍ରାସାଦ ରହିଛି । ଏହା ନା ଯେ କେବଳ ବାସସ୍ଥଳୀ ରହିଛି ବରଂ ଏହା ଏକ ବଡ଼ ସଂଗ୍ରହାଳୟରେ ମଧ୍ୟ ପରିଣତ ହୋଇଛି । ଏହି ମହଲର ୩୫ଟି କୋଠରୀକୁ ସଂଗ୍ରହଳାୟରେ ପରିଣତ କରାଯାଇଛି । ମହଲଟି ଇଟାଲୀର କାରୁକାର୍ଯ୍ୟ ଓ ସ୍ଥାପତ୍ୟରେ ନିର୍ମାଣ କରାଯାଇଛି । ଏହାକୁ ଜୟାଜିରାୱ ସିନ୍ଧିଆ ମହାରାଜା ନିଜ ଶାସନକାଳରେ ନିର୍ମାଣ କରିଥିଲେ । ଏବେ ଏହି ପ୍ରାସାଦର ମାଲିକ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ହେଉଛନ୍ତି ଜିଭାଜିରାଓ ସିନ୍ଧିଆଙ୍କ ନାତି । ସିନ୍ଧିଆ ନିଜ ପରିବାର ସହ ଏଠାରେ ବାସ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.