ETV Bharat / bharat

ମଧ୍ୟ ପ୍ରଦେଶ କୂଅରେ ଖସି ମୃତ୍ୟୁ ଘଟଣା: ୧୧ ମୃତ, ୧୯ ସୁରକ୍ଷିତ ଉଦ୍ଧାର

author img

By

Published : Jul 17, 2021, 10:27 AM IST

ମଧ୍ୟ ପ୍ରଦେଶ ବିଦିଶାରେ କୂଅରେ ଖସି ପଡି ମୃତ୍ୟୁ ଘଟଣା । ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇବା ସହ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର । ଅଧିକ ପଢନ୍ତୁ...

MP well collapse: 11 dead, 19 rescued; search ends
ବିଦିଶାରେ କୂଅରେ ଖସି ପଡି ମୃତ୍ୟୁ ଘଟଣା : ୧୧ମୃତ, ସରିଲା ଉଦ୍ଧାର କାର୍ଯ୍ୟ

ଭୋପାଳ: ମଧ୍ୟପ୍ରଦେଶ ବିଦିଶାରେ କୂଅରେ ଖସି ପଡି ମୃତ୍ୟୁ ଘଟଣା । ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇବା ସହ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ଏହାସହ ଦୁଇ ଦିନ ଧରି ଜାରି ରହିଥିବା ସର୍ଚ୍ଚ ଅପରେସନ ମଧ୍ୟ ଶେଷ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହୟତା ରାଶି ସହ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାରର ସହାୟତା ରାଶି ଘୋଷଣା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳରେ ଜଣ ନାବାଳକ ବାସୋଦାରେ ଥିବା ଏକ କୂଅରେ କୌଣସି କାରଣ ବଶତଃ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବା ପାଇଁ ଜଣେ ପରେ ଜଣେ ଲୋକ ସ୍ଥାନୀୟ ଅଞ୍ଚଳରେ ଜମା ହୋଇଥିଲେ । ବାଳକଟିକୁ ଉଦ୍ଧାର ପାଇଁ ଏକ ରଶିଟିକୁ କୂଅରେ ପକାଇଥିଲେ ସ୍ଥାନୀୟ ଲୋକେ।

ଦୁର୍ଭାଗ୍ୟବଶତଃ ରସିଟି ଛିଣ୍ତି ଯାଇଥିଲା । ପରେ ସମସ୍ତ କୂଅରେ ଖସି ପଡିଥିଲେ । ପରେ ରାଜ୍ୟ ପୋଲିସ, NDRF, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଏହି ଘଟଣାରେ ଏକାଧିକ ଲୋକେ ଆହତ ହୋଇଥିବା ବେଳେ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.