ETV Bharat / bharat

ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ - ratanlal kataria dies at 72

ବିଜେପି ସାଂସଦ ରତନଲାଲ କଟାରିଆଙ୍କ ପରଲୋକ । କଟାରିଆଙ୍କ ବିୟୋଗରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

MP Ratan Lal Kataria passes away
ବିଜେପି ସାଂସଦ ରତନଲାଲ କଟାରିଆଙ୍କ ଦେହାନ୍ତ
author img

By

Published : May 18, 2023, 11:07 AM IST

ଚଣ୍ଡିଗଡ଼: ଆରପାରିରେ ବିଜେପି ସାଂସଦ ରତନଲାଲ କଟାରିଆ । ନିମୋନିଆରେ ପୀଡ଼ିତ ହୋଇ ଗତ କିଛି ଦିନ ଧରି ଚଣ୍ଡିଗଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରତନଲାଲ । ସଂକ୍ରମଣ ଜନିତ ଥଣ୍ଡା ଜ୍ୱର ପାଇଁ ଅସୁସ୍ଥତା କାରଣରୁ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ବୁଧବାର ମାତ୍ର ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଦକ୍ଷ ରାଜନେତା । ଆଜି (ଗୁରୁବାର) ଦିନ ୧୧ଟା ୩୦ରେ ଶେଷଯାତ୍ରା ନିମନ୍ତେ ମନିମାଜରାରୁ ବାହାରିବ ରତନଲାଲଙ୍କ ପାର୍ଥିବ ଶରୀର । ମଧ୍ୟାହ୍ନ ୧୨ଟା ସମୟରେ ମନିମାଜରା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।

  • सांसद श्री रतन लाल कटारिया जी के निवास स्थान पहुँचकर उन्हें भावभीनी श्रद्धांजलि अर्पित की व परिवार के सदस्यों को ढाढ़स बँधाया।

    ॐ शांति! pic.twitter.com/PsyiZ3yIcO

    — Manohar Lal (@mlkhattar) May 18, 2023 " class="align-text-top noRightClick twitterSection" data=" ">

ତ୍ରିପୁରାର ପୂବର୍ତନ ମୁଖ୍ୟମନ୍ତ୍ରୀ ଥିଲେ ରତନଲାଲ । ଏହାସହ ସେ ହରିୟାଣାର ଅମ୍ବାଲା ଆସନରୁ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବାବେଳେ ଜୁଲାଇ ୨୦୨୧ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କଟାରିଆ । ୨୦୧୯ ଲୋକସଭା ନିର୍ବାଚନରେ ହରିୟାଣା ପ୍ରଦେଶ କଂଗ୍ରେସ କମିଟି ସଭାପତି କୁମାରି ଶୈଳଜାଙ୍କୁ ପରାସ୍ତ କରିଥିଲେ । ୫୭ ପ୍ରତିଶତ ଭୋଟ୍ ମାର୍ଜିନ ଅର୍ଥାତ ୩ ଲକ୍ଷ ୪୨ଖଣ୍ଡ ଭୋଟ୍ ପାଇ ବିପୁଳ ବିଜୟ ହାସଲ କରିଥିଲେ । ଖାଲି ସେତିକି ନୁହେଁ, ୨୦୦୯ରେ ମଧ୍ୟ ଶୈଳଜାଙ୍କୁ ପରାସ୍ତ କରିଥିଲେ ରତନ । ଏହାପୂର୍ବରୁ ୧୯୯୯ରେ ଅମ୍ବାଲାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରତନଲାଲ ।

ରତନଲାଲ କଟାରିଆ ୨୦୦ରୁ ୨୦୦୩ ପର୍ଯ୍ୟନ୍ତ ହରିୟାଣାର ରାଜ୍ୟ ବିଜେପି ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ । ୧୯୮୫ରେ ରାଦୌର ବିଧାନସଭା ଆସନରୁ ବିଧାୟକ ରହିଥିଲେ । ଏହାସହ ହରିୟାଣା ସରକାରଙ୍କ ରାଜସ୍ବ ମନ୍ତ୍ରୀର ଗୁରୁଦାୟିତ୍ବ ମଧ୍ୟ ନିର୍ବାହ କରିଥିଲେ । ୧୯୯୬ରେ ୱେୟାର ହାଉସିଂ କର୍ପୋରେସନର ଚେୟାରମ୍ୟାନ ଥିଲେ କଟାରିଆ । ଏହାସହ ମାତ୍ର ୧୩ ବର୍ଷ ବୟସରେ ବାଲ୍ କଳାକାର ଭାବେ ତାଙ୍କୁ ସମ୍ମାନିତ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ।

ରାଜନୈତିକ କ୍ୟାରିଅରରେ ସଫଳତା ପରେ ସଫଳତାର ସିଡ଼ି ଚଢିଥିବା ରତନଲାଲ ଆଉ ନାହାନ୍ତି । ସାଂସଦ ରତନଲାଲ କଟାରିଆଙ୍କ ବିୟୋଗରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି । ତାଙ୍କ ନିଧନ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ଛାଡ଼ି ଯାଇଛି । ଜଣେ ଦକ୍ଷ ରାଜନେତାଙ୍କୁ ହରାଇବା ପରେ ସବୁଠି ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.