ETV Bharat / bharat

ସଂସଦରେ ଶୁଭିଲା ସୁରେନ୍ଦ୍ର ସାଏଙ୍କ ଗାଥା, ମହାରାଷ୍ଟ୍ରରେ ବୀରପୁତ୍ରଙ୍କ ସ୍ମାରକୀ ନିର୍ମାଣ ଦାବି - ବଜେଟ ଅଧିବେଶନ ୨୦୨୨

ରାଜ୍ୟସଭାରେ ଆଜି ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଗାଥା କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ୧୭ ବର୍ଷ ବୟସରେ ଦେଶକୁ ବ୍ରିଟିଶଙ୍କ କବଳରୁ ମୁକ୍ତ କରିବା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ଲଢେଇର ଗାଥା ବଖାଣିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଅଧିକ ପଢନ୍ତୁ

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
author img

By

Published : Apr 5, 2022, 12:58 PM IST

Updated : Apr 5, 2022, 2:25 PM IST

ନୂଆଦିଲ୍ଲୀ: ସଂସଦରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି ୧୫ ଦିନରେ ପହଞ୍ଚିଲାଣି ଗୃହ କାର୍ଯ୍ୟ । ରାଜ୍ୟସଭାରେ ଆଜି ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଗାଥା କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ୧୭ ବର୍ଷ ବୟସରେ ଦେଶକୁ ବ୍ରିଟିଶଙ୍କ କବଳରୁ ମୁକ୍ତ କରିବା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏଙ୍କ ଲଢେଇର ଗାଥା ବଖାଣିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ମହାରାଷ୍ଟ୍ରରେ ଏକ ସ୍ମାରକୀ ତିଆରି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସଂସଦରେ ଶୁଭିଲା ସୁରେନ୍ଦ୍ର ସାଏଙ୍କ ଗାଥା

ଭାରତ ସ୍ବାଧୀନତା ସଂଗ୍ରାମର ଲମ୍ବା ଇତିହାସ ରହିଛି । ଏହି ସଂଗ୍ରାମ ବଳିଦାନ, ଉତ୍ସର୍ଗର କାହାଣୀ କହେ । ଦେଶକୁ ଗୋରାଙ୍କ କବଳରୁ ମୁକ୍ତ କରିବା ପାଇଁ ଅନେକ ସଂଗ୍ରାମୀ ସ୍ବାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଛନ୍ତି । ଅନେକ ଭାରତୀୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରି ଅହିଂସା ମାଧ୍ୟମରେ ଦେଶକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ କରିଛନ୍ତି । ସେଇମାନଙ୍କ ମଧ୍ୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଅନ୍ୟତମ ।

ମାତ୍ର ୧୭ ବର୍ଷ ବୟସରେ ଇଂରେଜଙ୍କ ବିରୋଧରେ ସ୍ବର ଉଠାଇଥିଲେ ସୁରେନ୍ଦ୍ର ସାଏ । ଜୀବନ ସାରା ସେ ବ୍ରିଟିଶଙ୍କ ବିରୋଧରେ ଲଢେଇ କରିଥିଲେ । ଏହି ମହାନ ସ୍ବାଧୀନତା ସଂଗ୍ରାମୀ ୩୬ ବର୍ଷ ଧରି ଇଂରେଜଙ୍କ ଜେଲରେ ବିତାଇଥିଲେ । ୧୮୫୭ରେ ଗୋରାଙ୍କ ବିରୋଧରେ ସେ ଲଢେଇ ଆରମ୍ଭ କରିଥିଲେ । ତାଙ୍କ ଶେଷ ଦିନ ସେ ମହାରାଷ୍ଟ୍ରର ଅଶିରଗଡ ବିତାଇଥିଲେ । ତାଙ୍କ ସ୍ମୃତିରେ ଓଡିଶାରେ ଅନେକ ସ୍ମାରକୀ ରହିଛି । ହେଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ମହାରାଷ୍ଟ୍ରରେ କୌଣସି ସ୍ମାରକୀ ନାହିଁ ଯେଉଁଠାରେ ତାଙ୍କ ପୁରା ପରିବାର ଜେଲ ଯାଇଥିଲେ ବୋଲି ଗୃହରେ କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ମହାରାଷ୍ଟ୍ରର ଅଶିରଗଡ ଜେଲରେ ତାଙ୍କ ଶେଷ ଜୀବନ ବିତିଥଲା । ବ୍ରିଟିଶ ଶାସନ ଅଧୀନରେ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତିରେ ଅଶିରଗଡରେ ସ୍ମାରକୀ ନିର୍ମାଣ କରିବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟସଭାରେ ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଏହା ଦେଶର ଆଗାମି ପିଢି ପାଇଁ ଉଦାହରଣ ଓ ପ୍ରେରଣା ହେବ ବୋଲି କହିଛନ୍ତି ପ୍ରସନ୍ନ ।

Last Updated : Apr 5, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.