ETV Bharat / bharat

ପ୍ରଭାବିତଙ୍କୁ ସହାୟତା କରିବାକୁ ଯାଇଥିଲେ, ନିଜେ ଫସିଗଲେ ଗୃହମନ୍ତ୍ରୀ - ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ବନ୍ୟା ବିଭୀଷିକା । ବନ୍ୟା ସହାୟତା ଯୋଗାଇବାକୁ ଯାଇଥିବା ବେଳେ ଫସିଲେ ରାଜ୍ୟ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦଟିଆ ଜିଲ୍ଲାରେ । ଅଧିକ ପଢନ୍ତୁ...

MP FLOOD :  ସହାୟତା ପାଇଁ ଯାଇଥିବା ବେଳେ ଫସିଲେ ଗୃହ ମନ୍ତ୍ରୀ

author img

By

Published : Aug 5, 2021, 1:51 PM IST

ଭୋପାଳ: ମଧ୍ୟପ୍ରଦେଶରେ ବନ୍ୟା ବିଭୀଷିକା । ବନ୍ୟା ସହାୟତା ଯୋଗାଇବାକୁ ଯାଇଥିବା ବେଳେ ଫସିଲେ ରାଜ୍ୟ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦଟିଆ ଜିଲ୍ଲାରେ । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସର ଏକ ଡଙ୍ଗାରେ ମନ୍ତ୍ରୀ ଯାଇଥିବା ବେଳେ ଡଙ୍ଗା ଉପରେ ଏକ ଗଛ ଭାଙ୍ଗି ପଡିଥିଲା । ପରେ ଅଚଳ ହୋଇ ପଡିଥିଲା ଡଙ୍ଗା । ଏହା ପରେ ମନ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଏୟାର ଲିଫ୍ଟର ସହାୟତା ନିଆଯାଇଥିଲା ।

MP FLOOD : ସହାୟତା ପାଇଁ ଯାଇଥିବା ବେଳେ ଫସିଲେ ଗୃହ ମନ୍ତ୍ରୀ

ବାୟୁସେନାର ଏକ ବିମାନ ଯୋଗେ ମନ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମନ୍ତ୍ରୀ ଏକ ରଶି ଯୋଗ ମନ୍ତ୍ରୀ ବିମାନକୁ ଚଢୁ ଥିବାର ଦୃଶ୍ଯ ମଧ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ସହ ଯାଇଥିବା ଅନ୍ୟ ଚାରି ଜଣ ଗ୍ରାମବାସୀଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ଗୃହ ମନ୍ତ୍ରୀ ନରତ୍ତୋମ ମିଶ୍ରା ବନ୍ୟା ପ୍ରଭାବିତ ଅଞ୍ଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି । ସିନ୍ଧ ନଦୀ କୂଳରେ ଅବସ୍ଥିତ କୋଟ୍ରା ଗାଁ ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାରକାରୀ ଦଳ ଏବଂ ବାୟୁସେନା ଦ୍ବାରା ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ସିନ୍ଧ ନଦୀର ଜଳସ୍ତର ବୃଦ୍ଧି ହେତୁ କୂଳରେ ଅବସ୍ଥିତ ଅନେକ ଗାଁ ଜଳମଗ୍ନ ହୋଇଯାଇଛି । ଇନ୍ଦରଗଡ ଅଞ୍ଚଳର ରୁର ଏବଂ କୁଲାଇଥ ଗାଁ ଏବଂ ଅନ୍ୟାନ୍ୟ ଗ୍ରାମ ମଧ୍ୟରେ ଯୋଗାଯୋଗ ବନ୍ଦ ହୋଇଯାଇଥିଲା। ମଙ୍ଗଳବାର ଦିନ ବନ୍ୟା ଜଳ ବୃଦ୍ଧି ପାଇବା ହେତୁ ଅନେକ ଲୋକ ଲାମକାନା ଦ୍ୱୀପପୁଞ୍ଜରେ ଫସି ରହିଥିଲେ ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ,1000 ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଗ୍ୱାଲିଅର-ଚାମ୍ବଲ ଅଞ୍ଚଳ ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି । ଲୋକଙ୍କୁ ରିଲିଫ କ୍ୟାମ୍ପକୁ ପଠାଯାଉଛି । ଯେଉଁଠାରେ ସେମାନଙ୍କୁ ଖାଦ୍ୟ, ପୋଷାକ ଇତ୍ୟାଦି ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.