ETV Bharat / bharat

କିଛି ମାଦ୍ରାସାରେ ପଢାଯାଉଛି ଆପତ୍ତିଜନକ ବିଷୟ, ଅଭିଯୋଗ ଆଣିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ

author img

By

Published : Dec 19, 2022, 7:42 PM IST

ମାଦ୍ରାସା ସ୍କୁଲ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ । ଏଠାରେ ଆପତ୍ତିଜନକ ବିଷୟରେ ପଢ଼ା ଯାଉଥିବା ସେ ଅଭିଯୋଗ କରିଛନ୍ତି (Allegation of Objectionable Content taught in Madrassas) । ଅଧିକ ପଢନ୍ତୁ

objectionable Content taught in Madrassas
ମାଦ୍ରାସା ବିରୋଧରେ ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର (MP Home Minister Narottam Mishra) ମାଦ୍ରାସା ବୋର୍ଡର କିଛି ସ୍କୁଲ ବିରୋଧରେ ଆଣିଛନ୍ତି ଅଭିଯୋଗ । କିଛି ମାଦ୍ରାସା ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଆପତ୍ତିଜନକ ବିଷୟ ପଢାଯାଉଛି (Objectionable Content taught in Madrassas) । ତେବେ ଏହାର ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହି ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ନରୋତ୍ତମ ।

ସେ କହିଛନ୍ତି, "ଏଭଳି ଆପତ୍ତିଜନକ ବିଷୟକୁ ନିକଟରେ ସେ ଦେଖିବାକୁ ପାଇଛନ୍ତି । ଏଭଳି ବିଷୟବସ୍ତୁ ପଢ଼ାଯାଉଥିବା ନେଇ ତଥ୍ୟ ସଂଗ୍ରହ କରିବା ପାଇଁ ଆମେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛୁ । ଖୁବଶୀଘ୍ର ଏହା ଉପରେ ତଦନ୍ତ କରାଯିବ ।" ତେବେ କେଉଁ ମାଦ୍ରାସାରେ ଏଭଳି ଆପତ୍ତିଜନକ ବିଷୟ ପଢ଼ାଯାଉଛି ସେନେଇ ସ୍ପଷ୍ଟ କରିନାହାନ୍ତି ଗୃହମନ୍ତ୍ରୀ । ରାଜ୍ୟର କିଛି ମାଦ୍ର୍ରାସା ସ୍କୁଲରେ ଏପରି ପାଠ ପଢାଯାଉଥିବା ସେ କହିଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଶା ଠାକୁର ଅଭିଯୋଗ ଆଣିଥିଲେ ଯେ ରାଜ୍ୟର କିଛି ମାଦ୍ରାସା ବେଆଇନ ଭାବେ ଚାଲୁଛି । ଏହି ବେଆଇନ ମାଦ୍ରାସାଗୁଡ଼ିକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି

ନିକଟରେ ଶିଶୁ ଆୟୋଗ କିଛି ବେଆଇନ ଭାବେଚାଳିତ ମାଦ୍ରାସା ସ୍କୁଲକୁ ପରିଭ୍ରମଣରେ ଯାଇଥିଲେ । ସେଠାରେ ୩୦-୪୦ ପିଲାଙ୍କୁ ଅସ୍ବାସ୍ଥ୍ୟକର ପରିବେଶରେ ଦେଖିବାକୁ ମିଳିଥିଲା । ଏହାସହିତ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଉପଲବ୍ଧ ନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ଖୁବଶୀଘ୍ର ଏନେଇ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ନରୋତ୍ତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.