ETV Bharat / bharat

ବଜାରକୁ ଆସିଲା କୋରୋନା ପ୍ରୁଫ୍‌ ଶାଢୀ

author img

By

Published : Dec 4, 2020, 5:00 PM IST

ଶାଢୀରୁ ମିଳିବ ଇମ୍ୟୁନିଟି । କୋରୋନା କାଳରେ ଶାଢୀ ବଞ୍ଚାଇବା ରୋଗ ଦାଉରୁ । ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାକୁ ବାସ୍ତବ କରି ଦେଖାଇଛି ମଧ୍ୟପ୍ରଦେଶ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିଗମ ଟିମ । ଜାଣନ୍ତୁ ଏହି ଶାଢୀର ବିଶେଷତ୍ବ ...

ବଜାରକୁ ଆସିଲା କୋରୋନା ପ୍ରୁଫ୍‌ ଶାଢୀ
ବଜାରକୁ ଆସିଲା କୋରୋନା ପ୍ରୁଫ୍‌ ଶାଢୀ

ଭୋପାଳ: ନବାବଙ୍କ ସହର ଭୋପାଳ । ଏଠାକାର ଐତିହାସିକ କାରୁକାର୍ଯ୍ୟ, ସୁନ୍ଦରତା ଓ ନବାବଙ୍କ ସ୍ବତନ୍ତ୍ର ଚାଲିଚଳଣି ପାଇଁ ଏହି ସହର ପାଇଛି ସ୍ବତନ୍ତ୍ର ପରିଚୟ । ଆଉ ଏହାକୁ ଆହୁରି ଖାସ କରିଛି ଏଠିକା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିଗମ ଦ୍ବାରା ପ୍ରସ୍ତୁତ ପ୍ରଡକ୍ଟ । କୋରୋନା ସଙ୍କଟ ମଧ୍ୟରେ ପ୍ରତିଟି ବ୍ୟକ୍ତି ନିଜ ଶରୀରର ଇମ୍ୟୁନିଟି ଅର୍ଥାତ ରୋଗ ପ୍ରତିରୋଧର କ୍ଷମତାକୁ ବଢାଇବା ପାଇଁ ଲାଗି ପଡିଥିଲା ବେଳେ , ଏହି ପରିପେକ୍ଷ୍ରୀରେ ମଧ୍ୟପ୍ରଦେଶର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିଗମର ଟିମ ଏଭଳି ଶାଢୀ ତିଆରି କରିଛି, ଯାହାକୁ ପିନ୍ଧିବା ପରେ ତ୍ବଚ୍ଚାର ଇମ୍ୟୁନିଟି ବଢିଯିବ । ଏହିସବୁ ସାଢୀକୁ ଔଷଧରେ ଭିଜାଇ ପ୍ରସ୍ତୁତ କରାଯାଇଛି । ଆଉ ଏହାର ନାଁ ରହିଛି ‘ଆୟୁର୍ବସ୍ତ୍ର’ ।

ବଜାରକୁ ଆସିଲା କୋରୋନା ପ୍ରୁଫ୍‌ ଶାଢୀ

ଏହି ପୋଷାକ ଇମ୍ୟୁନିଟି ବୁଷ୍ଟର୍ ହର୍ବାଲ୍ସ ବ୍ୟବହାର କରି ପ୍ରସ୍ତୁତ କରାଯାଏ । ଆଉ ଏହି ହର୍ବାଲ୍ସରେ ଅଧିକାଂଶ ଗରମ ମସଲା ବ୍ୟବହାର କରୁଛୁ । ଏଥିରେ ଲବଙ୍ଗ , ବଡ଼ ଅଳେଇଚ , ଛୋଟ ଅଳେଇଚ , ଅନାସୀ ଫୁଲ, ଜାବିତ୍ରୀ , ଗୋଲମରିଚ, ଜୀରା ଓ ତେଜପତ୍ର ଭଳି ମସଲାକୁ ହେମଦସ୍ତାରେ କୁଟାଯାଇଥାଏ । ଏହା ପରେ ଏହି ମସଲାକୁ ଏକ ଥଳିରେ ଭର୍ତ୍ତି କରି 48 ଘଣ୍ଟା ଯାଏଁ ପାଣିରେ ରଖାଯାଏ । ଆଉ ସେହି ପାଣିକୁ ନେଇ ଘଣ୍ଟା ଘଣ୍ଟା ଷ୍ଟିମିଂ ଟ୍ରିଟମେଣ୍ଟ ହୁଏ । ଏହା ପରେ ଇମ୍ୟୁନିଟି ବୁଷ୍ଟର ଶାଢୀ ହୁଏ ।

ହସ୍ତତନ୍ତ ଓ ହସ୍ତକଳା ବିଭାଗ ଅଧିକାରୀଙ୍କ ପରାମର୍ଶ କ୍ରମେ ଭୋପାଳର ଟେକ୍ସଟାଇଲ ଏକ୍ସପୋର୍ଟ ଏହି 100 ବର୍ଷ ପୁରୁଣା ପ୍ରାଚୀନ ହର୍ବଲ ମସଲାରୁ ଶାଢୀଗୁଡିକୁ କରିଛନ୍ତି । ଯାହାକୁ ତିଆରି ପାଇଁ ଔଷଧଯୁକ୍ତ ପାଣିର ଷ୍ଟିମ ଉପରେ ରଖି ବସ୍ତ୍ରକୁ ଘଣ୍ଟା ଘଣ୍ଟା ଟ୍ରିଟ କରାଯାଇଥାଏ । ଏହା ପରେ ତିଆରି ହୋଇଥାଏ ଇମ୍ୟୁନିଟି ବୁଷ୍ଟର ଶାଢୀ । ଗୋଟିଏ ଶାଢୀ ତିଆରି ପାଇଁ ପ୍ରାୟ 5 ରୁ 6 ଦିନର ସମୟ ଲାଗିଥାଏ । ଗୋଟିଏ ସାଢୀର ଦାମ ପ୍ରାୟ 3 ରୁ 5 ହଜାର ଟଙ୍କା ରହିଛି ।

ଏସବୁ ମଧ୍ୟରେ ଭୋଲାଟାଇଲ୍ ଅଏଲ ରହିଛି । ଯାହାକି ସର୍ବନିମ୍ନ ସ୍ତରରେ ସେମାନଙ୍କର ସୁଗନ୍ଧ ଉପରେ କାମ କରିଥାନ୍ତି । ଏଣୁ ସମ୍ଭବ କି ହର୍ବଲସ ଚର୍ମକୁ ସଫା ରଖିବ । ଶରୀରରେ ଝାଳ ଓ ମଇଳା ଦ୍ବାରା ଉତ୍ପନ୍ନ ବ୍ୟକ୍ଟେରିଆକୁ ମାରିବାରେ ମଧ୍ୟ ଏହା ସହାୟକ ହୋଇ ଶରୀରକୁ ସୁସ୍ଥ ରଖିବା କ୍ଷମତା ରଖୁଛି ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବିକଶିତ କରାଯାଇଥିବା ଖାସ ମେଡିସିନାଲ କ୍ଲଥିଂ ଆୟୁର୍ବସ୍ତ୍ର ଏହି ଶାଢୀଗୁଡିକୁ ଭୋପାଳ-ଇନ୍ଦୋର ପରେ ଦେଶର 36 ମୃଗନୟନୀ ଇମ୍ପୋରିୟମ ସେଣ୍ଟରରେ ବିକ୍ରି ପାଇଁ ରଖାଯିବ । ଏଥିରେ ମଧ୍ୟପ୍ରଦେଶର ବାହାର 14 ସେଣ୍ଟର ଅଛି । ଏଥିରେ ଗୋଆ, ମୁମ୍ବାଇ, ନୋଏଡା, ନୂଆଦିଲ୍ଲୀ, ଅହମଦାବାଦ, ଗୁଜୁରାଟର କେଭେଡିଆ, ଜୟପୁର କାଲୀଘାଟ, କୋଲକତା, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ରାୟପୁର ସାମିଲ ଅଛି । ବର୍ତ୍ତମାନ ଏହି ଶାଢୀଗୁଡିକ ମଧ୍ୟପ୍ରଦେଶର ଭୋପାଲ, ଇନ୍ଦୋର ଓ ଗ୍ବାଆଲିୟର ସ୍ଥିତ ମୃଗନୟନୀ ସୋରୁମରେ କ୍ରୟ ପାଇଁ ଉପଲବ୍ଧ ।

ମଧ୍ୟପ୍ରଦେଶ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିଗମର ନୂଆ ପ୍ରୟୋଗ ସହ ଏହି ସାଢୀକୁ ବିଭିନ୍ନ ପର୍ଯ୍ୟୟ ଓ ନିଖୁଣତାର ସହ ତିଆରି କରିଛି ।

ଏହା ପୁରୁଣା ହେଲେ ବି ନୂଆ କନସେପ୍ଟ । ଏହାକୁ ଲଞ୍ଚ କଲା ପରେ କେବେଳ ଏହାକୁ କିଣିବା ପାଇଁ ଗ୍ରାହକ ଆମ ସୋରୁମକୁ ଆସନ୍ତି । ଆଉ ଭଲ ରେସପନ୍ସ ମିଳୁଛି । ଏହି ଇମ୍ୟୁନିଟି ବୁଷ୍ଟର ଶାଢୀ ଦ୍ବାରା ଲୋକଙ୍କ ତ୍ବଚ୍ଚାକୁ ଇମ୍ୟୁନିଟି ମିଳିବା ନେଇ କୁହାଯାଉଛି ।

ଯଦି ଏହି ଶାଢୀ ତିଆରି ପଛର ଉଦ୍ଦେଶ୍ୟ ସଫଳ ହେବ.. ତେବେ ଏହି ଶାଢୀ, ବିଶେଷ କରି କୋରୋନା କାଳ ମଧ୍ୟରେ ରୋଗରୁ ବଞ୍ଚାଇବାକୁ ଶକ୍ତି ଯୋଗାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.