ETV Bharat / bharat

ଆସିଲା ୩ ହଜାର କୋଟିରୁ ଅଧିକ ବିଜୁଳି ବିଲ୍, ଟଙ୍କା ଦେଖି ଉପଭୋକ୍ତଙ୍କ ଉଡିଲା ହୋସ୍

author img

By

Published : Jul 27, 2022, 5:32 PM IST

ଉପଭୋକ୍ତାଙ୍କ ନିକଟକୁ ଆସିଲା ୩ ହଜାର କୋଟିରୁ ଅଧିକ ବିଲ୍ । ବିଲ୍ ଦେଖିବା ପରେ ମେଡିକାଲରେ ଭର୍ତ୍ତି ହେଲେ ଉପଭୋକ୍ତାଙ୍କ ବୃଦ୍ଧ ପିତା । ଅଧିକ ପଢନ୍ତୁ

ଆସିଲା ୩ ହଜାର କୋଟିରୁ ଅଧିକ ବିଜୁଳି ବିଲ୍, ଟଙ୍କା ଦେଖି ଉପଭୋକ୍ତଙ୍କ ଉଡିଲା ହୋସ୍
ଆସିଲା ୩ ହଜାର କୋଟିରୁ ଅଧିକ ବିଜୁଳି ବିଲ୍, ଟଙ୍କା ଦେଖି ଉପଭୋକ୍ତଙ୍କ ଉଡିଲା ହୋସ୍

ଭୋପାଳ: ବିଦ୍ୟୁତ ବିଭାଗ ବିଜୁଳି ବିଲ୍ ପଠାଇଲେ । ଏହି ବିଲ୍ ଦେଖିବା ପରେ ଉପଭୋକ୍ତାଙ୍କ ଉଡିଗଲା ହୋସ୍ । ବିଲ୍ ରାଶି ଏତେ ଥିଲା ଯେ, ଉପଭୋକ୍ତାଙ୍କ ପତ୍ନୀଙ୍କ ବ୍ଲଡ ପ୍ରେସର ବଢିଗଲା ଏବଂ ତାଙ୍କ ବୃଦ୍ଧ ପିତାଙ୍କୁ ହସ୍ପିଟାଲଲେ ଭର୍ତ୍ତି ହେବାକୁ ପଡିଲା । ଯଦି ଆପଣଙ୍କ ବିଜୁଳି ବିଲ୍ ହଜାର କି ଲକ୍ଷେ ନୁହେଁ, ବରଂ ହଜାର ହଜାର କୋଟି ଆସେ, ତେବେ ଏପରି ଅବସ୍ଥା ହେବା ସ୍ବାଭାବିକ । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟରରୁ ।

ଗ୍ବାଲିୟରର ମେଟ୍ରୋ ଟାୱାର ନିକଟ ଶିବ ବିହାର କଲୋନୀରେ ପ୍ରିୟଙ୍କା ଗୁପ୍ତାଙ୍କ ଘର । ପ୍ରିୟଙ୍କା ଜଣେ ଗୃହିଣୀ ହୋଇଥିବା ବେଳେ ତାଙ୍କ ସ୍ବାମୀ ସଞ୍ଜୀବ କନକନେ ଆଇନଜୀବୀ ଅଟନ୍ତି । ବିଜୁଳି ବିଭାଗ ପକ୍ଷରୁ ତାଙ୍କ ନିକଟକୁ ବିଜୁଳି ବିଲ୍ ଆସିଥିଲା । ଯାହାର ପରିମାଣ ଥିଲା ୩୪ ବିଲିଅନ୍ ଅର୍ଥାତ ୩ ହଜାର ୪୧୯ କୋଟିରୁ ଅଧିକ ।

ଯାହାକୁ ଦେଖି ପ୍ରିୟଙ୍କାଙ୍କ ବ୍ଲଡ ପ୍ରେସର ବଢି ଯାଇଥିଲା ଏବଂ ହୃଦରୋଗରେ ପୀଡିତ ତାଙ୍କ ଶ୍ବଶୁରଙ୍କୁ ଏତେ ଶକ୍ତ ଝଟକା ଲାଗିଥିଲା ଯେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ନିକଟରେ ଖବର ପହଞ୍ଚିବା ପରେ ବିଭାଗ ନିଜର ଭୁଲ୍ ଲୁଚାଇବାକୁ ତୁରନ୍ତ ବିଲ୍‌ରେ ସଂଶୋଧନ କରି ୧୩୦୦ ଟଙ୍କାର ଠିକ୍ ବିଲ୍ ପଠାଇଥିଲେ । ସେପଟେ ଏହି ଘଟଣାରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.