ETV Bharat / bharat

ସେବା ପାଇଁ ଦିନକୁ 180 କିଲୋମିଟର ଯାତ୍ରା କରୁଛନ୍ତି ଡାକ୍ତର ପ୍ରଜ୍ଞା

author img

By

Published : Apr 23, 2021, 2:19 PM IST

କୋରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ଲକଡାଉନ କାରଣରୁ କିଛି ଗାଡି ସୁବିଧା ନାହିଁ । ହେଲେ ଏହାକୁ ଖାତିର ନ କରି ଦିନକୁ ସ୍କୁଟି 180କିଲୋମିଟର ଯାତ୍ରା କରି ରୋଗୀସେବା କରୁଛନ୍ତି ଡାକ୍ତର ପ୍ରଜ୍ଞା ଘାଡେ । ଅଧିକ ପଡନ୍ତୁ...

180 କିଲୋମିଟର ଯାତ୍ରା କରି ରୋଗୀ ସେବା କରୁଛନ୍ତି ଡାକ୍ତର ପ୍ରଜ୍ଞା

ଭୋପାଳ: ଡାକ୍ତରଙ୍କ ଅବହେଳା ପାଇଁ ରୋଗୀଙ୍କର ମୃତ୍ୟୁ ହେବା ଭଳି ଅନେକ ଘଟଣା ଆମ ସାମ୍ନାକୁ ଆସିଛି । ଖୁବ କମ ଡାକ୍ତର ଥାନ୍ତି ଯେଉଁମାନେ ରୋରୀ ସେବାକୁ ନିଜ ଜୀବନର ବ୍ରତ କରି ନେଇଥାନ୍ତି । ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ରୂପ କୁହାଯାଏ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଜଣେ ଡାକ୍ତର ପ୍ରଜ୍ଞା ଘାଡେ । ଯିଏକି ନିଜ ସ୍କୁଟିରେ 180କିଲୋମିଟର ଯାତ୍ରା କରି ରୋଗୀ ସେବା ଯୋଗାଇଥାନ୍ତି ।

ପ୍ରଜ୍ଞାଙ୍କ ଘର ମଧ୍ୟପ୍ରଦେଶର ବାଲଘାଟରେ । ସେ ନାଗପୁରରେ ମେଡିକାଲ ଷ୍ଟାଫ ଭାବରେ କାର୍ଯ୍ୟରତ । ମଧ୍ୟପ୍ରଦେଶରେ ଲକଡାଇନ ସମୟରେ ସେ ନିଜ ଘରୁ 180 କିଲୋମିଟର ବାଟକୁ 7ଘଣ୍ଟା ଧରି ଯାତ୍ରା କରି କୋରୋନା ରୋଗୀଙ୍କ ସେବା କରିଥାନ୍ତି । ଡାକ୍ତରଖାନାରେ ତାଙ୍କର ଆବଶ୍ୟକତା ଖବର ପାଇବା ମାତ୍ରେ ସେ ତିଳେ ହେଲେ ବିଳମ୍ବ ନ କରି ନିଜ ଗାଡି ଧରି ବାହାରି ପଡନ୍ତି ରୋଗୀ ସେବାରେ । ବିନା ଖାଦ୍ୟ ଓ ବିନା ପାଣିରେ ସେ 180 କିଲୋମିଟର ଯାତ୍ରା କରି ପହଞ୍ଚନ୍ତି ଡାକ୍ତରଖାନାରେ ।

ମହାରାଷ୍ଟ୍ରରେ ଲକଡାଉନ କାରଣରୁ କୌଣସି ଗାଡି କି ବସର ସୁବିଧା ନାହିଁ । ତଥାପି ସେ ହାର ନ ମାନି ସାହାସିକତାର ସହିତ ନିଜ ସ୍କୁଟିରେ ବାହାରି ପଡନ୍ତି ନାସିକ ଅଭିମୁଖେ । ତାଙ୍କର ନିଷ୍ଠା, ଇଚ୍ଛାଶକ୍ତି ତାଙ୍କୁ ରୋଗୀ ସେବା କରିବାକୁ ପ୍ରେରଣା ଯୋଗାଏ । ଇଟିଭି ଭାରତକୁ ସୂଚନା ଦେଇ ପ୍ରଜ୍ଞା କହିଛନ୍ତି, ଲକଡାଉନ ସମୟରେ ମୁଁ ବାଲଘଟରୁ ଆସିଥିଲି । ସେହି ସମୟରେ ଅଧିକରୁ ଅଧିକ ସଂକ୍ରମଣ ବୃଦ୍ଧି ପାଉଥିବାର ଖବର ପାଇଥିଲି । ନାସିକକୁ ଫେରିବାର କୌଣସି ସୁବିଧା ନ ଥିଲା । ତେଣୁ ମୁଁ ମୋ ସ୍କୁଟି ହସ୍ପିଟାଲ ଯିବାକୁ ସ୍ଥିର କଲି । ଏ ନେଇ ପ୍ରଥମେ ମୋ ବାପାମାଆ ଅରାଜି ହୋଇଥିଲେ ମାତ୍ର ପରେ ମୋତେ ଅନୁମତି ଦେଇଥିଲେ । ସେ ନାଗପୁର ହସ୍ପିଟାଲରେ 6 ଘଣ୍ଟା ଧରି କୋରୋନା ରୋଗୀଙ୍କ ସେବା କରିବା ପରେ ସେ ଅନ୍ୟ ଏକ ହସ୍ପିଟାଲକୁ ଯାଇଥାନ୍ତି ରୋଗୀ ସେବା କରିବାକୁ ।

ଦୀର୍ଘ 12 ଘଣ୍ଟା ରୋଗୀ ସେବା କରିବା ପରେ ବି ପ୍ରଜ୍ଞା ଥକି ଯାଆନ୍ତି ନାହିଁ । ରୋଗୀ ସେବା କରିବା ପରେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି କୁହନ୍ତି ପ୍ରଜ୍ଞା । କୋରୋନା ମହାମାରୀ ସମୟରେ ଅନେକ ଆଗ ଧାଡିର ସ୍ବାସ୍ଥ୍ୟକର୍ମୀ ନିଜର କାମକୁ ସୁଚାରୁ ରୂପେ ତୁଲାଇଛନ୍ତି । ପ୍ରଜ୍ଞା ଘାଡେଙ୍କ ରୋଗୀ ସେବା ଏପରି ଉଦ୍ୟମ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.