ଭୋପାଳ: ଓଡିଶାରୁ ଅପହରଣ ହୋଇଥିବା ନାବଳକଙ୍କୁ ମଧ୍ୟ ପ୍ରଦେଶରୁ ଉଦ୍ଧାର । ଏଥିସହ ଓଡିଶାରୁ ଅପହରଣ କରି ମଧ୍ୟପ୍ରଦେଶରେ ଲୁଚାଇ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଜବେରା ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ଇନ୍ଦ୍ରଜିତ ସିଂ ଏବଂ ଏଏସଆଇ ଅକ୍ଷେନ୍ଦ୍ର କୁମାରଙ୍କ ସହାୟତା କ୍ରମେ ଓଡିଶା ପୋଲିସ ଏଏସଆଇ ଭବାନୀ ଶଙ୍କର ସାହୁ ଅଭିଯୁକ୍ତକୁ ଗିରଫ କରିଛନ୍ତି ।
ସୂଚନା ଅନୁଯାୟୀ ମାଲିର ଘାନା ନିବାସୀ ରବି ଶଙ୍କର ପ୍ରଧାନଙ୍କ ପୁଅ ମନୀଷ ଓଡ଼ିଶାର ଟାକୁବିଢା ଗାଁର ରାମଚନ୍ଦ୍ର ମାଝୀଙ୍କ ପୁଅ ଲକ୍ଷ୍ମୀକାନ୍ତ(17) ଙ୍କୁ ଅପହରଣ କରିଥିଲା । ଅଭିଯୁକ୍ତ ମନୀଷ ଅପହରଣ ହୋଇଥିବା ଯୁବକଙ୍କ ଭାଇଙ୍କୁ ଫୋନ କରି 50,000 ଟଙ୍କା ମଧ୍ୟ ମାଗିଥିଲା । ଏହା ପରେ ଲକ୍ଷ୍ମୀକାନ୍ତଙ୍କ ବାପା ଓଡ଼ିଶାର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ଓଡ଼ିଶା ପୋଲିସ ସାଇବର ସେଲ ସାହାଯ୍ୟରେ ସେହି ସ୍ଥାନ ଖୋଜି ଜବେରାରେ ପହଞ୍ଚିଥିଲା । ଏହା ପରେ ଜବେରା ପୋଲିସର ସହାୟତାରେ ଓଡ଼ିଶା ପୋଲିସ ଅପହରଣ ହୋଇଥିବା ନାବାଳକକୁ ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ।
ତେବେ ଅଭିଯୁକ୍ତ ମନୀଷ ପ୍ରଧାନ ସମ୍ପୂର୍ଣ୍ଣ ଘଟଣାକୁ ଖଣ୍ଡନ କରିଛି । ସେ କହିଛନ୍ତି ଯେ, ଅପହରଣ ବିଷୟରେ କୁହାଯାଉଥିବା ନାବାଳକ ହେଉଛି ତାଙ୍କର ବନ୍ଧୁ ଏବଂ ତାଙ୍କ କହିବା ଅନୁଯାୟୀ ସେ ତାଙ୍କ ଭାଇଙ୍କୁ କଲ୍ କରି ଟଙ୍କା ମାଗିଥିଲେ । ବର୍ତ୍ତମାନ ମଧ୍ୟପ୍ରଦେଶ ପୋଲିସ ମାମଲାକୁ ଓଡିଶାକୁ ପୋଲିସକୁ ହସ୍ତାନ୍ତର କରିଦେଇଛି । ଓଡିଶା ପୋଲିସ ମନୀଷ ଏବଂ ଲକ୍ଷ୍ମୀକାନ୍ତଙ୍କୁ ଓଡିଶା ଆଣି ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ