ETV Bharat / bharat

Khargone Violence: କାଲିଠୁ ଲାଗିବ କର୍ଫ୍ୟୁ, ଘରେ ରହି ଇଦ୍‌ ପାଳିବାକୁ ପରାମର୍ଶ

author img

By

Published : May 1, 2022, 10:50 AM IST

ଆଗକୁ ଆସୁଛି ଇଦ ସହ ଅକ୍ଷୟ ତୃତୀୟା ଓ ପର୍ଶୁରାମ ଜୟନ୍ତୀ । କୈଣସି ଅପ୍ରିତିକରଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ( Khargone district)ରେ କର୍ଫ୍ୟୁ ଲଗାଯିବ । ଆସନ୍ତା ମେ ୨ ଓ ୩ ତାରିଖରେ କର୍ଫ୍ୟୁ ଲଗାଯିବା ।

ଖାର୍ଗୋନରେ ଲାଗିବ ଦୁଇ ଦିନିଆ କର୍ଫ୍ୟୁ;ଇଦରେ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ

ଭୋପାଳ: ଦେଶରେ ଦିନକୁ ଦିନ ହିଂସା ବୃଦ୍ଧି ପାଉଛି । ଦିଲ୍ଲୀ ପରେ ଏବେ ପଟିଆଲାରେ ହିଂସା ଚର୍ଚ୍ଚାର ବିଷୟ ପାଲଟିଛି । ହିଂସାକୁ ରୋକିବା ଓ କୈଣସି ଅପ୍ରିତିକରଣ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ( Khargone district)ରେ କର୍ଫ୍ୟୁ ଲଗାଯିବ । ଆସନ୍ତା ମେ ୨ ଓ ୩ ତାରିଖରେ କର୍ଫ୍ୟୁ ଲଗାଯିବା । ଆଗକୁ ଇଦ ଆସୁଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି । ଇଦ୍ ଦିନ ମସଜିଦ ନ ଯାଇ ଘରେ ରହି ନମାଜ ପାଠ କରିବାକୁ କୁହାଯାଇଛି ।

ସେପଟେ ଅକ୍ଷୟ ତୃତୀୟା ଓ ପର୍ଶୁରାମ ଜୟନ୍ତୀରେ ଜିଲ୍ଲାରେ ମଧ୍ୟ କୈଣସି କାର୍ଯ୍ୟକ୍ରମ କରାଯିବାକୁ ଅନୁମତି ଦିଆଯିବନି ବୋଲି କହିଛନ୍ତି ଖାର୍ଗୋନ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁମେର ସିଂ ମୁଜାଲଦା (Sumer Singh Mujalda) । ମେ 1 ତାରିଖ ସକାଳ 8 ଟାରୁ 5 ଟା ମଧ୍ୟରେ କଟକଣାରେ ସାମାନ୍ୟ କୋହଳ କରାଯିବ । ଦୋକାନ ଗୁଡିକ ଖୋଲା ରହିବ ଏବଂ ପରୀକ୍ଷା ପାଇଁ ଯାଉଥିବା ଛାତ୍ରମାନଙ୍କୁ ପାସ୍ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତି ଦେଖି ନିଷ୍ପତ୍ତି ବଦଳାଯାଇପାରିବ ବୋଲି ଏଡିଏମ୍ କହିଛନ୍ତି । ଏପ୍ରିଲ 10 ଅର୍ଥାତ ରାମ ନବମୀ ଦିନ ସହରରେ ଶୋଭାଯାତ୍ରା ସମୟରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ହୋଇଥିଲା । ପରିସ୍ଥିତି ଅଣାୟତ ହୋଇପଡିଥିଲା । ଯେଉଁଥିରେ ଏକାଧିକ ଲୋକେ ଓ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.