ETV Bharat / bharat

ଭୟଙ୍କର ହିମସ୍ଖଳନ, ଉତ୍ତରାଖଣ୍ଡର ପର୍ବତରେ ଫସିଛନ୍ତି 28ଜଣ ପର୍ବତାରୋହୀ

author img

By

Published : Oct 4, 2022, 3:41 PM IST

ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ (mountainering trainees trapped at danda two peak)।ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଅଧିକ ପଢ଼ନ୍ତୁ

mountaineering trainees trapped at danda two peak of Uttarkashi
ଉତ୍ତରକାଶୀ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌, ୮ ଉଦ୍ଧାର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଦ୍ରୌପଦୀସ୍ଥିତ ଡାଣ୍ଡା-୨ ପର୍ବତରେ ଫସିଲେ ପର୍ବତାରୋହୀ ଟିମ୍‌ । ନେହୁରୁ ପର୍ବତାରୋହଣ ଅନୁଷ୍ଠାନର ଏକ ୨୮ ଜଣ ଟିମ୍‌ ଡାଣ୍ଡା-୨ ପର୍ବତ ଆରୋହଣ ପାଇଁ ପହଞ୍ଚିଥିଲେ । ତେବେ ଅଚାନକ ହିମସ୍ଖଳନ ଯୋଗୁଁ ସେଠାରେ ପୂରା ଟିମ୍‌ ଫସି ରହିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି (mountainering trainees trapped in Uttarakhand ) । ଟିମରେ ସମୁଦାୟ 170 ଜଣ ପ୍ରଶିକ୍ଷାର୍ଥୀ ସାମିଲ ଥିଲେ ।

  • द्रौपदी का डांडा-2 पर्वत चोटी में हिमस्खलन में फंसे प्रशिक्षार्थियों को जल्द से जल्द सकुशल बाहर निकालने के लिए NIM की टीम के साथ जिला प्रशासन, NDRF, SDRF, सेना और ITBP के जवानों द्वारा तेजी से राहत एवं बचाव कार्य चलाया जा रहा है।

    — Pushkar Singh Dhami (@pushkardhami) October 4, 2022 " class="align-text-top noRightClick twitterSection" data=" ">

ମଙ୍ଗଳବାର ସକାଳ ୯ଟା ବେଳେ ଡାଣ୍ଡା-୨ ପର୍ବତରେ ପ୍ରଚଣ୍ଡ ହିମସ୍ଖଳନ ହୋଇଥିଲା । ଫଳରେ ସେଠାରେ ଫସିଯାଇଥିଲେ ପର୍ବତାରୋହୀ ଦଳ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଧାମୀ କହିଥିଲେ, "ନେହୁରୁ ପର୍ବତାରୋହଣ ଅନୁଷ୍ଠାନର କିଛି ଟ୍ରେନି ହିମସ୍ଖଳନ ଯୋଗୁଁ ଡାଣ୍ଡା-୨ ପର୍ବତରେ ଫଶି ରହିଥିଲେ । ଖବର ମିଳିବା ପରେ ତୁରନ୍ତ ସେମାନଙ୍କ ନିକଟକୁ ଆବଶ୍ୟକ ରିଲିଫ ଯୋଗାଇ ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ରକିଛନ୍ତି । ଆର୍ମୀ ଓ ITBP ଯବାନ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି ।"

  • Spoke to CM Uttarakhand, Shri @PushkarDhami and took stock of the situation. Rescue operations are underway to help the mountaineers who are still trapped.

    I have instructed the IAF to mount the rescue and relief ops. Praying for everyone’s safety and well-being. 2/2

    — Rajnath Singh (@rajnathsingh) October 4, 2022 " class="align-text-top noRightClick twitterSection" data=" ">

ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଛନ୍ତି । ତା ସହିତ ଅଧିକ ସହାୟତା ପାଇଁ ବାୟୁସେନାର ଅନ୍ୟ ଚପର୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଡାଣ୍ଡା-୨ ପର୍ବତରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏବେ ବି ସେଠାରେ ଆହୁରି ୨୧ ଜଣ ଫସି ରହିଛନ୍ତି । ଅଚାନକ ହିମସ୍ଖଳନ ଯୋଗୁଁ ଏହି ସମସ୍ତ ପର୍ବତାରୋହୀ ଫସି ରହିଛନ୍ତି ।

ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ମୁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛି । ବର୍ତ୍ତମାନ ଫସି ରହିଥିବା ପର୍ବତାରୋହୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନାକୁ ଉଦ୍ଧାରାକାର୍ଯ୍ୟରେ ସାମିଲ ହେବା ସହ ରିଲିଫ୍‌ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି । ପ୍ରତ୍ୟେକଙ୍କ ସୁରକ୍ଷା କାମନା କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.