ETV Bharat / bharat

କାମ ଦେଲାନି 80 ଲକ୍ଷ, କୋରୋନାରେ ଆଖି ବୁଜିଲେ ମାଆ-ଝିଅ-ପୁଅ

author img

By

Published : Jun 15, 2021, 12:53 PM IST

ଚିକିତ୍ସାରେ 80 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ବି ଗୋଟିଏ ମାସକରେ କୋରୋନାରେ ପ୍ରାଣ ହରାଇଲେ ମାଆ, ପୁଅ ଓ ଝିଅ । ହାଇଦ୍ରାବାଦ ଶମସାବାଦରୁ ପ୍ରକାଶ ପାଇଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

କାମ ଦେଲାନି 80 ଲକ୍ଷ, କୋରୋନାରେ ଆଖି ବୁଜିଲେ ମାଆ-ଝିଅ-ପୁଅ
କାମ ଦେଲାନି 80 ଲକ୍ଷ, କୋରୋନାରେ ଆଖି ବୁଜିଲେ ମାଆ-ଝିଅ-ପୁଅ

ହାଇଦ୍ରାବାଦ: ବର୍ତ୍ତମାନ ଦେଶରେ ତଳମୁହାଁ ହେଉଛି ସଂକ୍ରମଣ । ହେଲେ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଏଯାବତ୍ କୋରୋନାରେ ଲକ୍ଷ ଲକ୍ଷ ଲୋକ ଆଖି ବୁଜିଲେଣି । କିଏ ନିଜ ବାପାମାଆକୁ ହରାଇଛି ତ ଆଉ କିଏ ନିଜ ସନ୍ତାନଙ୍କୁ । ଇତିମଧ୍ୟରେ ଅନେକ ନବ ବିବାହିତଙ୍କ ମଥାରୁ ସିନ୍ଦୂର ପୋଛି ନେଇଛି କାଳ କୋରୋନା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବି ଅଦୃଶ୍ୟ ଭୂତାଣୁ ଆଗରେ ହାର ମାନୁଛି ମଣିଷ । ହାଇଦ୍ରାବାଦସ୍ଥିତ ଶମସାବାଦ ଅଞ୍ଚଳରୁ କୋରୋନାର ଏଭଳି ଏକ ଦାରୁଣ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ମାସରେ ମାଆ, ପୁଅ ଓ ଝିଅ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ସବୁଠୁ ବଡ କଥା ହେଲା ଯେ ପରିବାର ସଦସ୍ୟ 80 ଲକ୍ଷ ଟଙ୍କା ଚିକିତ୍ସାରେ ପାଣି ଭଳି ବ୍ୟୟ କଲାପରେ ବି ସେମାନଙ୍କୁ ବଞ୍ଚାଇ ପାରିନାହାଁନ୍ତି ।

ସୂଚନାଯୋଗ୍ୟ, ଶମସାବାଦ ଥୋଣ୍ଡୁପାଲି ଅଞ୍ଚଳରେ ବିତାଲାଇହ ଓ ସୁଲୋଚନା ନାମକ ଦମ୍ପତିଙ୍କ ଘର । ସେମାନଙ୍କ ତିନୋଟି ପୁଅ ଓ ଗୋଟିଏ ଝିଅ । ନିକଟରେ ପୁରା ପରିବାର ନିଜ ଆତ୍ମୀୟଙ୍କ ସହ ମିଶି ଏକ ଉତ୍ସବ ପାଳନ କରିଥିଲେ । ଏହାପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ନିଜର କୋଭିଡ ଟେଷ୍ଟ କରାଇଥିଲେ । ଫଳରେ ପରିବାରର 5 ଜଣ ସଦସ୍ୟ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

ପ୍ରଥମେ ସୁଲୋଚନାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ ମେ 12 ତାରିଖରେ ସେ ପ୍ରାଣ ହରାଇଥିଲେ । ତାଙ୍କ ପୁଅ ସୁବାଷ(50) ଏବଂ ଝିଅ ଲାବନ୍ୟା(45) ମଧ୍ୟ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଚିକିତ୍ସାଧୀନ ଥିଲେ । ହେଲେ ଚିକିତ୍ସାର 25 ଦିନ ପରେ ଗତ 8 ତାରିଖ ଦିନ ସୁବାଷଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଶେଷରେ ଲାବଣ୍ୟା ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି । ତେବେ ସେମାନଙ୍କ ଚିକିତ୍ସା ପାଇଁ ପରିବାର ସଦସ୍ୟ 80 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ହେଲେ କାହାରି ଜୀବନ ମଧ୍ୟ ରକ୍ଷା କରାଯାଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.